ETV Bharat / state

ହଜ୍‌ଯାତ୍ର କରାଇ ଦେବା ନାରେ ଠକେଇ; ପୋଲିସର ତଦନ୍ତ ଆରମ୍ଭ

author img

By

Published : Dec 4, 2019, 8:58 PM IST

ହଜ୍‌ଯାତ୍ର କରାଇ ଦେବା କହି ଠକିନେଲେ ଲକ୍ଷଲକ୍ଷ ଟଙ୍କା। ଠକେଇର ଶିକାର ହୋଇଥିବା ଲୋକେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି।

PHOTO
ପୋଲିସର ତଦନ୍ତ ଆରମ୍ଭ

ସମ୍ବଲପୁର: ମୁସଲମାନ ସମ୍ପ୍ରଦାୟ ଲୋକଙ୍କର ଜୀବନର ସବୁଠାରୁ ଗୋଟିଏ ବଡ ସ୍ବପ୍ନ ଥାଏ ହଜ୍‌ଯାତ୍ର କରିବା। ଏହା କାହା ଭାଗ୍ୟରେ ଜୁଟିଥାଏ ତ କାହା ଭାଗ୍ୟରେ ଜୁଟିନଥାଏ। ଏହି ହଜ୍‌ଯାତ୍ର ନାମରେ ଏବେ ସମ୍ବଲପୁରରେ ଲକ୍ଷଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସମ୍ବଲପୁର ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ଠକେଇର ଶିକାର ହୋଇଥିବା କିଛି ମୁସଲମାନ ସମ୍ପ୍ରଦାୟର ଲୋକେ।

ଘଟଣା ଅନୁସାରେ ସମ୍ବଲପୁରର 33 ଜଣ ଓ ଝାରସୁଗୁଡାର ମଧ୍ୟ କିଛି ଲୋକ ଠକେଇର ଶିକାର ହୋଇଥିବା ସମ୍ବଲପୁର ଏସପିଙ୍କ ଠାରେ ଅଭିଯୋଗ ହୋଇଛି। ସମ୍ବଲପୁରର ଏକ ଟ୍ରାଭେଲ ଏଜେଣ୍ଟ ହଜ୍‌ଯାତ୍ର କରେଇ ଦେବା ନାଁରେ ଜଣକ ପିଛା 40 ରୁ 65 ହଜାର ଟଙ୍କା ନେଇ ବର୍ଷକରୁ ଅଧିକ ସମୟ ହେବ ଠକି ଆସୁଛି । ସମ୍ବଲପୁର ସହରର 33 ଜଣ ହଜ୍ ଆଶାୟୀଙ୍କ ଠାରୁ ମହମ୍ମଦ ରହିମ ନାମକ ଜଣେ ଟ୍ରାଭେଲ ଏଜେଣ୍ଟ ବର୍ଷେ ହେବ ପ୍ରାୟ 28 ଲକ୍ଷ ଟଙ୍କା ନେଇଥିଲା । ରାୟପୁରର ଅନ୍ୟ ଏକ ଟ୍ରାଭେଲ ଏଜେଣ୍ଟ ଜରିଆରେ ଯାତାୟାତ ସହ ସମସ୍ତ ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ଦେଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତେବେ ଟଙ୍କା ନେବା ପରେ ଏହି ଟ୍ରାଭେଲ ଏଜେଣ୍ଟ ଧରାଛୁଆଁ ଦେଉନଥିବାରୁ ଲୋକଙ୍କ ସଦେହ ସୃଷ୍ଟି ହୋଇଥିଲା । ଏହାରି ଭିତରେ ଠକେଇର ଶିକାର ହୋଇଥିବା ଝାରସୁଗୁଡାର କିଛି ଲୋକ ରାୟପୁର ଯାଇ କିଛି ଟ୍ରାଭେଲ ସଂସ୍ଥା ସହ ପଚାରି ବୁଝିଥିଲେ । ସେଠାରୁ ସେମାନେ ନିରାଶ ହୋଇ ଫେରିବା ପରେ ସନ୍ଦେହ ହେବାରୁ ଧନୁପାଲି ଥାନାରେ ଏତଲା ଦେଇଛନ୍ତି । କିଏ କାହିଁକି ଏପରି ଟଙ୍କା ଆତ୍ମସାତ କରିଛି ତାହା ଏବେ ତଦନ୍ତ ସାପେକ୍ଷ । ଏନେଇ ସମ୍ବଲପୁର ପୋଲିସ ତଦନ୍ତ କରୁଥିବା ଅତିରିକ୍ତ ଏସପି କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Intro:ମୁସଲମାନ ମାନଙ୍କ ପାଇଁ ଜୀବନର ସବୁଠାରୁ ବଡ ସ୍ବପ୍ନ ଥାଏ ହଜ ଯାତ୍ରା କରିବା । ତେବେ ହଜ ଯାତ୍ରା କରାଇଦେବା ନାମରେ ମଧ୍ୟ ସମ୍ବଲପୁରରେ ଲକ୍ଷଲକ୍ଷ ଟଙ୍କାର ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ସମ୍ବଲପୁର ଏସ ପି ଙ୍କ ଦ୍ୱାରସ୍ଥ ହୋଇଛନ୍ତି କିଛି ଲୋକ।Body: ସମ୍ବଲପୁରର 33 ଜଣ ଠକେଇର ଶିକାର ହୋଇଥିବା ବେଳେ ଝାରସୁଗୁଡାର ମଧ୍ୟ କିଛି ଲୋକ ଠକେଇର ଶିକାର ହୋଇଥିବା ସମ୍ବଲପୁର ଏସପି ଙ୍କ ଠାରେ ଅଭିଯୋଗ ହୋଇଛି ।
ସମ୍ବଲପୁରର ଏକ ଟ୍ରାଭେଲ ଏଜେଣ୍ଟ ହଜ ଯାତ୍ରା କରେଇ ଦେବା ନାଁରେ ଜଣକ ପିଛା 40 ରୁ 65 ହଜାର ଟଙ୍କା ନେଇ ବର୍ଷକରୁ ଅଧିକ ସମୟ ହେବ ଭୁଆଁ ବୁଲାଇ ଚାଲିଛି । ସମ୍ବଲପୁର ସହରର 33 ଜଣ ହଜ ଆଶାୟୀଙ୍କ ଠାରୁ ମହମ୍ମଦ ରହିମ ନାମକ ଜଣେ ଟ୍ରାଭେଲ ଏଜେଣ୍ଟ ବର୍ଷେ ହେବ ପ୍ରାୟ 28 ଲକ୍ଷ ଟଙ୍କା ନେଇଥିଲା । ରାୟପୁର ର ଅନ୍ୟ ଏକ ଟ୍ରାଭେଲ ଏଜେଣ୍ଟ ଜରିଆରେ ଉଡାଯାହାଜ ଟିକଟ ବ୍ୟବସ୍ଥା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲା । ତେବେ ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଉନଥିବାରୁ ସଂଦେହ ସୃଷ୍ଟି ହୋଇଥିଲା । ଝାରସୁଗୁଡାର କିଛି ଯାତ୍ରୀ ରାୟପୁର ପହଂଚି ହଇରାଣ ହୋଇ ଫେରିବା ପରେ ସଂଦେହ ଆହୁରି ମଜବୁତ ହୋଇଥିଲା । ଡିସେମ୍ବରରେ ଟଙ୍କା ଫେରାଇବ କହି ଏବେ ବାରମ୍ବାର ବାହାନା କରୁଥିବାରୁ ଏନେଇ ସମ୍ବଲପୁର ଧନୁପାଲି ଥାନାରେ ଏତେଲା ଦିଆ ଜାଇଛି ।
ସମ୍ବଲପୁରର କେବଳ 33ଜଣ ଠକେଇର ଶିକାର ହୋଇଥିବା ବେଳେ ଝାରସୁଗୁଡାର ମଧ୍ୟ କିଛି ଲୋକ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ତେବେ କିଏ ଟଙ୍କା ଆତ୍ମସାତ କରିଛି ତଦନ୍ତ ପରେ ଜଣାପଡିବ । ଏନେଇ ସମ୍ବଲପୁର ପୋଲିସ ତଦନ୍ତ କରୁଥିବା ଅତିରିକ୍ତ ଏସପି କହିଛନ୍ତି ।

ବାଇଟ_1- ରମିଜ ରାଜା। ଅଭିଯୋଗକାରୀ।

ବାଇଟ-2- ପ୍ରଦିପ ମହାପାତ୍ର। ଅତିରିକ୍ତ ଏସପି।

Conclusion:ସମ୍ବଲପୁର ରେ ହଜ ଯାତ୍ରା ନାଁରେ 28 ଳକ୍ଷ ଟଙ୍କା ଠକେଇ ଓ ଆତ୍ମସାତ ଘଟଣା ସମ୍ବଲପୁରରେ ଚର୍ଚାର ବିଷୟ ପାଳଟିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.