ETV Bharat / state

ଆସୁଛି ନୂଆବର୍ଷ, ସମଲେଶ୍ବରୀ ମନ୍ଦିରରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ

ଆଉ ଗୋଟିଏ ଦିନ ପରେ ନୂଆବର୍ଷ। ଏନେଇ ସମ୍ବଲପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଦେଖିବାକୁ ମିଳୁଛି ଶ୍ରଦ୍ଧାଳୁଙ୍କ ଭିଡ।

new year crowd in samaleswari temple, samblpur latest news, samaleswari temple, ସମଲେଶ୍ବରୀ ମନ୍ଦିର, ସମ୍ବଲପୁର ଲାଟେଷ୍ଟ ନ୍ୟଜ୍‌, ନୂଆବର୍ଷ ପାଇଁ ସମଲେଶ୍ବରୀ ମନ୍ଦିରରେ ଭିଡ
ଆସୁଛି ନୂଆବର୍ଷ, ସମଲେଶ୍ବରୀ ମନ୍ଦିରରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ
author img

By

Published : Dec 30, 2019, 10:07 PM IST

ସମ୍ବଲପୁର: ଆଉ ଗୋଟିଏ ଦିନ ପରେ ନୂଆବର୍ଷ। ହର୍ଷ ଓ ଉଲ୍ଲାସ ସହ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ସଭିଏଁ। ଏନେଇ ସମ୍ବଲପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଦେଖିବାକୁ ମିଳୁଛି ଶ୍ରଦ୍ଧାଳୁଙ୍କ ଭିଡ। ସେଥିରେ ପୁଣି ବଡଦିନ ଓ ନୂଆବର୍ଷର ଛୁଟି ଯୋଗୁଁ ସମୟ ସମୟେ ଭିଡ ଦ୍ବିଗୁଣିତ ହେଉଥିବା ଦେଖିବାକୁ ମିଳୁଛି।

କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରୁ ବି ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ଏଠାକୁ । କିଏ ପରିବାରର ମଙ୍ଗଳ ମନାସୁଛି ତ କିଏ ପୁଣି ନୂଆବର୍ଷ ଆରମ୍ଭରୁ ସୁଖ ସମୃଦ୍ଧି ପାଇଁ ଆଶିଷ ମାଗୁଛି । ମନ୍ଦିରର ଶାନ୍ତ ଓ ଭକ୍ତିମୟ ପରିବେଶରେ ଶ୍ରଦ୍ଧାଳୁ ଦୀପ ଜାଳି ବିଧିପୂର୍ବକ ପୂଜାର୍ଚ୍ଚନା କରୁଛନ୍ତି।

ଆସୁଛି ନୂଆବର୍ଷ, ସମଲେଶ୍ବରୀ ମନ୍ଦିରରେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ

ତେବେ ନୂଆବର୍ଷର ପ୍ରଥମ ଦିନ ଏଠାରେ ପାଖାପାଖି ଲକ୍ଷେରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେବାର ଆଶା ରହିଛି। ଏନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଧାଡି ଦର୍ଶନର ବ୍ୟବସ୍ଥା ହୋଇଥିବା ମନ୍ଦିର ପରିଚାଳନା କମିଟି ଜଣାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ସମଲେଶ୍ୱରୀ।ସେଥିପାଇଁ ବର୍ଷ ତମାମ ଯିଏ ବି ସମ୍ବଲପୁର ଆସେ ସେ ମା ଙ୍କ ଦର୍ଶନ କରିଥାଏ।ସେଥିପାଇଁ ଏଠି ସବୁବେଳେ ଶ୍ରଦ୍ଧଳୁଙ୍କ ଭିଡ଼ ଜମିଥାଏ।ତେବେ ବର୍ତ୍ତମାନ ଶୀତ ଋତୁ ହେବା ସହ ବଡ଼ ଦିନ ଛୁଟି ହୋଇଥିବାରୁ ଏଠାରେ ଶ୍ରଦ୍ଧଳୁଙ୍କ ଭିଡ଼ ଦ୍ବିଗୁଣିତ ହୋଇଛି।

Body:ସମ୍ବଲପୁର ର ମା ସମଲେଶ୍ୱରୀ ଙ୍କ ପୀଠରେ ଏବେ ଜମୁଛି ଭକ୍ତ ଓ ଶ୍ରଦ୍ଧଳୁଙ୍କ ଭିଡ଼। ପ୍ରତ୍ୟେକ ଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମା ସମଲେଶ୍ୱରୀ ଙ୍କ ଟିକେ ଦର୍ଶନ କରି ଆଶିଷ ନେଉଛନ୍ତି ଲୋକେ।ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବହାରରୁ ଏଠାକୁ ଆସୁଛନ୍ତି ଶ୍ରଦ୍ଧଳୁ।ବର୍ତ୍ତମାନ ଶୀତ ଦିନ ହୋଇଥିବା ସହ ଏହା ପର୍ଯ୍ୟଟନ ପାଇଁ ଉପଯୁକ୍ତ ହୋଇଥିବାରୁ ଏବେ ଦ୍ୱିଗୁଣିତ ହୋଇଛି ଭକ୍ତଙ୍କ ଗହଳି। କିଏ ଦର୍ଶନ ପାଇଁ ଆସୁଛି ତ କିଏ ମନଷ୍କାମନା ପୂର୍ଣ୍ଣ ହେବ ପରେ ଆସିଛି। ଏଠିକାର ଶାନ୍ତ ଓ ଭକ୍ତିମୟ ପରିବେଶ ରେ ଶ୍ରଦ୍ଧଳୁ ମାନେ ଦୀପ ଜାଳି ବିଧିପୂର୍ବକ ପୂଜାର୍ଚ୍ଚନା କରୁଛନ୍ତି।ବର୍ଷ 2019 ସରିବାକୁ ଆସୁଥିବାବେଳେ ଭକ୍ତ ଓ ଶ୍ରଦ୍ଧଳୁ ଙ୍କ ଗହଳି ବଢି ବଢି ଚାଲିଛି।

Conclusion: ନୂଆଁବର୍ଷ ର ପ୍ରଥମ ଦିନ ଏଠାରେ ପାଖା ପାଖି 1 ଲକ୍ଷ ଭକ୍ତ ଙ୍କ ସମାଗମ ହୋଇଥାଏ।ସେଥିପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ଧାଡି ଦର୍ଶନର ଵ୍ୟଵସ୍ଥା ହୋଇଥିବା ମନ୍ଦିର ପରିଚାଳନା କମିଟି ତରଫରୁ କୁହାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.