ETV Bharat / state

60 ବର୍ଷ ପରେବି ହୋଇନି ଥଇଥାନ: ଧାରଣାରେ ହୀରାକୁଦ ବିସ୍ଥାପିତ

author img

By

Published : Nov 25, 2019, 7:08 PM IST

ସୋମବାର ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ପକ୍ଷରୁ ବିସ୍ଥାପିତ ପରିବାରକୁ ଅନ୍ତତଃ 20 ଲକ୍ଷ କ୍ଷତିପୂରଣ, 10 ଡ଼ିସିମିଲ ଘରଡିହ ପ୍ରଦାନ ଓ ଥଇଥାନ ଆଦି ଦାବି ନେଇ ଧାରଣା ଦିଆଯାଇଛି ।

60 ବର୍ଷ ପରେବି ହୋଇନି ଥଇଥାନ୍: ହୀରାକୁଦ ବିସ୍ଥାପିତଙ୍କ ଧାରଣା

ସମ୍ବଲପୁର: ଜିଲ୍ଲାର ହୀରାକୁଦ ଡ୍ୟାମ ନିର୍ମାଣକୁ 60 ବର୍ଷ ପୁରିଲାଣି । କିନ୍ତୁ ଏହି ପ୍ରକଳ୍ପ ପାଇଁ ଯେଉଁ ଲୋକେ ନିଜର ଘରଦ୍ବାର, ଜମି, ବାଡି ହରେଇ ଥିଲେ ଆଉ ଅନେକ ପରିବାର ବିଭକ୍ତ ହୋଇଗଲା ସେହି ବିସ୍ଥାପିତଙ୍କ ଦୁଃଖ ଆଜିବି ସରିନି । ସେମାନଙ୍କୁ ଆଜିବି ଘରଡିହ କି କ୍ଷତିପୂରଣ ମିଳିନି । ଫଳରେ ଅବିଭକ୍ତ ସମ୍ବଲପୁର ଜିଲ୍ଳାର ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତରଫରୁ ସୋମବାର ସମ୍ବଲପୁର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 3 ଦଫା ଦାବି ନେଇ ଧାରଣା ଦିଆଯାଇଛି ।

ସମ୍ବଲପୁରର ହୀରାକୁଦ ନଦୀବନ୍ଧ ଯୋଜନା 1953 ମସିହାରେ ନିର୍ମିତ ହୋଇଥିଲା । ଏହି ନଦୀବନ୍ଧ ଯୋଜନାରେ 395ଟି ଗାଁ ବୁଡିଥିବା ବେଳେ 26,501 ପରିବାର ନିଜର ସର୍ବସ୍ବ ହରାଇଥିଲେ । ଆଉ ଆଜି ପର୍ଯ୍ୟନ୍ତ ସରକାର ଏମାନଙ୍କ ମଧ୍ୟରୁ 2243 ଟି ପରିବାରକୁ ସାମାନ୍ୟ କ୍ଷତି ପୂରଣ ଦେଇ ଚୁପ ବସିଛନ୍ତି । ଅନ୍ୟପଟେ ଅନ୍ୟ ପରିବାର ଲୋକଙ୍କୁ ଆଜି ପର୍ଯ୍ୟନ୍ତ କୌଣସି କ୍ଷତିପୂରଣ, ଘରଡିହ ଦିଆ ଯାଇନି କି ଥଇଥାନ କରାଯାଇନି । ଏଭଳି ପରିସ୍ଥିତିରେ 60 ବର୍ଷରୁ ଉର୍ଦ୍ଧ ହେଲା ଏହି ବିସ୍ଥାପିତ ପରିବାର ନିଜ ହକ ପାଇଁ ସଙ୍ଘର୍ଷ କରି ଆସୁଛନ୍ତି ।

ଏନେଇ ସୋମବାର ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତରଫରୁ ବିସ୍ଥାପିତ ପରିବାରକୁ ଅନ୍ତତଃ 20 ଲକ୍ଷ କ୍ଷତିପୂରଣ, 10 ଡ଼ିସିମିଲ ଘରଡିହ ପ୍ରଦାନ ଓ ଥଇଥାନ ଆଦି ଦାବି ନେଇ ଧାରଣା ଦିଆଯିବା ସହ ସମ୍ବଲପୁର ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯାଇଛି ।

ଆଗକୁ ଏହି ବିସ୍ଥାପିତ ପରିବାରଙ୍କୁ ତାଙ୍କର ନ୍ୟାର୍ଯ୍ୟ ଅଧିକାର ନମିଳିବା ପର୍ଯ୍ୟନ୍ତ ଏହି ସଙ୍ଘର୍ଷ ଜାରି ରହିବ ବୋଲି କୁହାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସମନ୍ ରଣା, ଇଟିଭି ଭାରତ

Intro:ସମ୍ବଲପୁର ର ହୀରାକୁଦ ଡେମ ନିର୍ମାଣ କୁ 60 ବର୍ଷ ପୁରିସାରିଲାଣି। କିନ୍ତୁ ଏହି ପ୍ରକଳ୍ପ ପାଇଁ ଯେଉଁ ଲୋକେ ନିଜର ଘରଦ୍ୱାର, ଜମି ,ବାଡି ହରେଇ ଥିଲେ ଆଉ ଅନେକ ପରିବାର ବିଭକ୍ତ ହୋଇଗଲା ସେହି ବିସ୍ଥାପିତ ମାନଙ୍କ ଦୁଃଖ ଆଜି ବି ସରିନି।ସେମାନଙ୍କୁ ଆଜି ବି ଘରଡିହ କି କ୍ଷତି ପୂରଣ ମିଳିନି। ଏଭଳି ପରିସ୍ଥିତି ରେ ଆଜି ଅବିଭକ୍ତ ସମ୍ବଲପୁର ଜିଲ୍ଳାର ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତରଫରୁ ଆଜି ସମ୍ବଲପୁର ଜିଲ୍ଳାପାଳ କାର୍ଯ୍ୟଳୟ ସମ୍ମୁଖରେ 3 ଦଫା ଦାବି ନେଇ ଧାରଣା ଦିଆଯାଇଛି।

Body:ସମ୍ବଲପୁର ର ହୀରାକୁଦ ନଦୀବନ୍ଧ ଯୋଜନା 1953 ମସିହାରେ ନିର୍ମିତ ହୋଇଥିଲା। ଏହି ନଦୀବନ୍ଧ ଯୋଜନାରେ 395 ଟି ଗାଁ ବୁଡିଥିବା ବେଳେ 26,501 ପରିବାର ନିଜର ସର୍ବସ୍ୱ ହରାଇ ବସିଥିଲେ।ଆଉ ଆଜି ପର୍ଯ୍ୟନ୍ତ ସରକାର ଏମାନଙ୍କ ମଧ୍ୟରୁ 2243 ଟି ପରିବାର କୁ ସାମାନ୍ୟ କ୍ଷତି ପୂରଣ ଦେଇ ଚୁପ ବସିଛନ୍ତି।ଅନ୍ୟ ପରିବାର ଲୋକଙ୍କୁ ଆଜି ପର୍ଯ୍ୟନ୍ତ କୌଣସି କ୍ଷତିପୂରଣ, ଘରଡିହ ଡିଆ ଯାଇନି କି ଥଇଥାନ କରାଯାଇନି।। ଏଭଳି ପରିସ୍ଥିତି ରେ 60 ବର୍ଷରୁ ଉର୍ଢ଼ ହେଲା ଏହି ବିସ୍ଥାପିତ ପରିବାର ନିଜ ହକ ପାଇଁ ସଙ୍ଘର୍ଷ କରି ଆସୁଛନ୍ତି। ଆଜି ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ତରଫରୁ ବିସ୍ଥାପିତ ପରିବାର କୁ ଅନ୍ତତଃ 20 ଲକ୍ଷ୍ କ୍ଷତି ପୁରଣ,10 ଡ଼ିସିମିଲ ଘରଡିହ ପ୍ରଦାନ ଓ ଥଇଥାନ ଆଦି ଦାବି ନେଇ ଧାରଣା ଦିଆଯିବା ସହ ସମ୍ବଲପୁର ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବି ପତ୍ର ଡିଆଯାଇଛି।

Conclusion:ଆଗକୁ ଏହି ବିସ୍ଥାପିତ ପରିବାରଙ୍କୁ ତାଙ୍କର ନ୍ୟାର୍ଯ୍ୟ ଅଧିକାର ମିଳିବା ଯାଏ ସଂଘର୍ଷ ଜାରି ରହିବ ବୋଲି କୁହାଯାଇଛି।

ବାଇଟ-1-ହାରାଧନ ମହାନା,ସଭାପତି, ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି,ଅବିଭକ୍ତ ସମ୍ବଲପୁର, ଧଳା ସାର୍ଟ ପିନ୍ଧିଛନ୍ତି।

ବାଇଟ-2- ଆନନ୍ଦ ପୂଜାରୀ, ବିସ୍ଥାପିତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.