ସମ୍ବଲପୁର: ଖୋଲିବ ହୀରାକୁଦ ଗେଟ । ଯେ କୌଣସି ମୁହୂର୍ତ୍ତରେ ଗେଟ ଖୋଲି ବନ୍ୟା ଜଳ ନିଷ୍କାସନ କରାଯିବ । ଏଥିପାଇଁ ପୂର୍ବରୁ ସୂଚନା ଦିଆଯିବା ସହ 2 ଘଣ୍ଟା ପୂର୍ବରୁ ସାଇରନ ବାଜିବ । ହୀରାକୁଦ ତଳମୁଣ୍ଡରେ ଥିବା ମହାନଦୀ ଗର୍ଭକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଲିଖିତ ଭାବେ ନିର୍ଦ୍ଦେଶନାମା ଜାରି କରିଛନ୍ତି ବୁର୍ଲା ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ।
ତେବେ ପୂର୍ବରୁ ବର୍ଷା ଦିନ ଆସିଲା ପରେ ହୀରାକୁଦ ଡ୍ୟାମ ଗେଟ ଖୋଲିବା ନେଇ ସୂଚନା ଦିଆଯାଉଥିବା ବେଳେ ଏଥର ମେ ମାସରୁ ଏହି ପ୍ରାକ ସୂଚନା କାହିଁକି ଦିଆଯାଇଛି ତାହା ଜଣା ପଡିନାହିଁ ।
ସମ୍ବଲପୁରରୁ ବାଦଶାହା ଜୁଶମନ ରାଣା , ଇଟିଭି ଭାରତ