ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ନେଇ ଦୀର୍ଘ ଦିନରୁ ହେଉଥିବା ଆନ୍ଦୋଳନରେ ବର୍ତ୍ତମାନ ବିରାମ ଲାଗିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓକିଲ ମାନେ ଏହି ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି । ଫଳରେ ଦୀର୍ଘ ଦିନରୁ ପଶ୍ଚିମ ଓଡ଼ିଶାରେ ଲାଗିରହିଥିବା ବିଚାର ବିଭାଗର ଅଚଳାବସ୍ଥା ଦୂର ହୋଇଛି ।
ବନ୍ଦ ହେଲା ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ସମ୍ବଲପୁରରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ କରିଯାଇଛି । ଏହି ବୈଠକରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନା ଆନ୍ଦୋଳନ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଆଗକୁ କୋର୍ଟ କଚେରୀ କାର୍ଯ୍ୟ ସ୍ୱାଭାବିକ ରହିବ ବୋଲି ସିଏସି ପକ୍ଷରୁ କୁହାଯାଇଛି । ଏନେଇ ଆଜି(ରବିବାର) ସିଏସିର ବୈଠକ ପରେ ସ୍ପଷ୍ଟ କରାଯିବା ସହ ପଶ୍ଚିମ ଓଡ଼ିଶାରେ ହେଉଥିବା ଓକିଲଙ୍କ ହାଇକୋର୍ଟ ଆନ୍ଦୋଳନକୁ କୋହଳ କରାଯାଇଛି ବୋଲି କୁହାଯାଇଛି ।ଏହାସହ ଦୀର୍ଘ ଦିନରୁ ପ୍ରତ୍ୟେକ ମାସର ଶେଷ କର୍ଯ୍ୟ ଦିବସରେ ହେଉଥିବା ଓକିଲଙ୍କ ଆନ୍ଦୋଳନ ମଧ୍ୟ ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ଥଗିତ ରହିବ ବୋଲି କୁହାଯାଇଛି ।
ସମ୍ବଲପୁରରୁ ବାଦଶାହା ଯୁସ୍ମନ ରଣା, ଇଟିଭି ଭାରତ