ସମ୍ବଲପୁର : ତେଜୁଛି ହାଇକୋର୍ଟ ବେଞ୍ଚ ଆନ୍ଦୋଳନ । Bar Council of India ଓ State Bar Council ର ତାଗିଦ ସତ୍ତ୍ୱେ ଆଜି ସମ୍ବଲପୁର ଜିଲ୍ଲା ଓକିଲ ସଂଘ କରିଛି ଆନ୍ଦୋଳନ । ଏଥିସହ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ଅଫିସ ଓ କୋର୍ଟ କଚେରୀ ବନ୍ଦ କରିଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ପ୍ରତ୍ୟେକ ବୁଧବାର ଜିଲ୍ଲା ଓକିଲ ସଂଘ ପକ୍ଷରୁ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନା ପାଇଁ ଆନ୍ଦୋଳନ କରାଯାଉଥିବା ସତ୍ତ୍ବେ ଆଜି ମଧ୍ୟ ଆନ୍ଦୋଳନ ଜାରି ରହିଛି । ତେବେ ଏହାର ପ୍ରଭାବରେ ଆଜି ସମ୍ବଲପୁର ଆରଡିସି ଅଫିସ, ଜିଲ୍ଲାପାଳ କାର୍ଯ୍ୟାଳୟ ସମେତ ସମସ୍ତ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ବନ୍ଦ ରହିଥିଲା। ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଦସ୍ୟ ମାନେ କଚେରୀ ଛକରେ ପିକେଟିଂ କରି ବିଚାର ବିଚାରପତି ଙ୍କୁ ଅଟକାଇ ଥିଲେ । ବହୁ ସମୟ ଧରି ବିଚାରପତି ଙ୍କ ସହ ଆଲୋଚନା ପରେ ମଧ୍ୟ ଓକିଲ ମାନେ ବିଚାରପତି ଙ୍କୁ କୋର୍ଟ କୁ ଯିବାକୁ ଦେଇନଥିବା ଜଣାପଡିଛି ।
ଅଧିକ ପଢନ୍ତୁ-ଲାଇସେନ୍ସ ବାତିଲ ହେଲେ ମଧ୍ୟ ଜାରି ରହିବ ଆନ୍ଦୋଳନ: ସମ୍ବଲପୁର ଜିଲ୍ଲା ଓକିଲ ସଂଘ
ତେବେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ବିଚାରପତି ନିଜର ଆବାସିକ କାର୍ଯ୍ୟାଳୟ କୁ ଫେରିଥିବା ବେଳେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଜିଲ୍ଲା ଓକିଲ ସଙ୍ଘ ଚେତାବନୀ ଦେଇଛି।
ଇଟିଭି ଭାରତ, ସମ୍ବଲପୁର