ସମ୍ବଲପୁର: ଜିଲ୍ଲାର ବୁର୍ଲା ଭୀମସାର ମେଡ଼ିକାଲ ଗସ୍ତରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ଆଜି ସେ ନିଜର ମନ୍ତ୍ରୀ ପଦର ଦ୍ଵିତୀୟ ପାଳିରେ ପ୍ରଥମ ଥର ପାଇଁ ଭୀମସାର ମେଡ଼ିକାଲ ଗସ୍ତ କରିଥିଲେ । ରାଜ୍ୟ ସରକାର ସ୍ବାସ୍ଥ୍ୟର ଭିତ୍ତିଭୂମି ପାଇଁ ସର୍ବଦା ଆଗ୍ରହୀ । ହେଲେ ଭୀମସାର ହସ୍ପିଟାଲ କର୍ତ୍ତୃପକ୍ଷ ନିଜ ଦାବି ଉପସ୍ଥାପନାରେ ପଛରେ ପଡିଯାଇଥିବା ସେ କହିଛନ୍ତି ।
ଏହି ଅବସରରେ କଟକ ବଡ଼ ମେଡ଼ିକାଲର ବହୁତ ପ୍ରଶଂସା କରିବା ସହ କଟକ ବଡ଼ ମେଡ଼ିକାଲ କର୍ତ୍ତୃପକ୍ଷ ନିଜ ମେଡ଼ିକାଲର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି ଉପସ୍ଥାପନରେ ସବୁବେଳେ ତତ୍ପର । ମାତ୍ର ଭୀମସାର ମେଡ଼ିକାଲ ଏଥିରେ ପଛରେ ପଡିଯାଇଛନ୍ତି । ରାଜ୍ୟ ସରକାର ସବୁବେଳେ ସ୍ଵାସ୍ଥ୍ୟ ସେବା ଜନିତ ଭିତ୍ତିଭୂମି ପାଇଁ ପ୍ରସ୍ତୁତ ରହିଛନ୍ତି । ସେଥିପାଇଁ ନିଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆଗରେ ମେଡ଼ିକାଲ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ ।
ଏହା ବ୍ୟତୀତ ନିକଟ ଅତୀତରେ ଭୀମସାର ମେଡିକାଲର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ସେନେଇ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଏହାସହ ବିଗତ କିଛି ବର୍ଷରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ରାଜ୍ୟର ପ୍ରତ୍ୟେକ ପ୍ରାନ୍ତରେ ନୂଆ ମେଡ଼ିକାଲ କଲେଜ ଖୋଲିବା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଉପଲବ୍ଧି ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ସମ୍ବଲପୁର