ସମ୍ବଲପୁର: ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ରାଜ୍ୟ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ରାଜ୍ୟରେ ଆଗୁଆ ପଦକ୍ଷେପ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ମଙ୍କିପକ୍ସ ଏବଂ କୋଭିଡ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ମନ୍ତ୍ରୀ ନବଦାସ କହିଛନ୍ତି । ରବିବାର ସନ୍ଧ୍ୟାରେ ସମ୍ବଲପୁର ଗସ୍ତରେ ଆସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି " ମଙ୍କିପକ୍ସର ପରୀକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ICMRକୁ କିଟ ଯୋଗେଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି । ସମସ୍ତ ଜିଲ୍ଲାକୁ ଆଗୁଆ ସଚେତନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖୁବଶୀଘ୍ର ସୁନ୍ଦରଗଡ଼ ମେଡ଼ିକାଲ କଲେଜ ତିଆରି ହେବ । ଯାହାଫଳରେ ପଶ୍ଚିମ ଓଡ଼ିଶାର ଲୋକେ ଲାଭବାନ ହୋଇପାରିବେ ।"
ଇଟିଭି ଭାରତ, ସମ୍ବଲପୁର