ETV Bharat / state

ଭୀମସାର ମେଡିକାଲକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

author img

By

Published : Mar 9, 2021, 9:56 AM IST

ବୁର୍ଲା ଭୀମସାର ମେଡିକାଲକୁ ଆଗକୁ ଉନ୍ନତମାନର ସେବା ଯୋଗାଇବା ସହ ସାଧାରଣ ଲୋକେ କିପରି ଲାଭ ପାଇପାରିବେ ସେନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା କରିଥିଲେ । ଅଧିକ ପଢନ୍ତୁ...

ଭୀମସାର ମେଡିକାଲର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ

ସମ୍ବଲପୁର: ଭୀମସାର ମେଡିକାଲକୁ ନେଇ ସମ୍ବଲପୁରରେ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ ସମୀକ୍ଷା ବୈଠକ ବସିଥିଲା । ଏହି ବୈଠକରେ ସମ୍ବଲପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ମେଡିକାଲର ଉନ୍ନତି ନେଇ ସମୀକ୍ଷା କରାଯାଇଥିଲା ।

ବୁର୍ଲା ଭୀମସାର ମେଡିକାଲକୁ ଆଗକୁ ଉନ୍ନତମାନର ସେବା ଯୋଗାଇବା ସହ ସାଧାରଣ ଲୋକେ କିପରି ଲାଭ ପାଇପାରିବେ ସେନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ, କୁଚିଣ୍ଡା ବିଧାୟକ କିଶୋର ନାଏକ, ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ, ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେପୁର ବିଧାୟିକା ରୀତା ସାହୁ, ଡିଏମଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଭୀମସାର ନିର୍ଦ୍ଦେଶକ ଲଳିତ ମେହେରଙ୍କ ସମେତ କାର୍ଯ୍ୟନିର୍ବାହୀ ସଦସ୍ୟ, ଭୀମସାରର ବିଭିନ୍ନ ବିଭାଗର ଡାକ୍ତର ଓ ସ୍ଥାନୀୟ ସଚେତନ ନାଗରିକ ସାମିଲ ହୋଇଥିଲେ ।

ଏହି ସମୀକ୍ଷା ବୈଠକଟି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହୋଇଥିବାବେଳେ ଆଗକୁ ଭୀମସାର କେତେକ ବିଭାଗର ଫାୟାର ସେପ୍ଟି କ୍ଲିଅରାନ୍ସ, ଯନ୍ତ୍ରପାତିର ଅଭାବ, ମାନବ ସମ୍ବଳର ଅଭାବ, ଡାକ୍ତରଙ୍କ କ୍ୟାଡର ମର୍ଜ ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା । ଏହାସହ ଭୀମସାରର ସମସ୍ତ ସମସ୍ୟା ଯେପରି କି ଏହାର ଅଟୋନମିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଆଦି ପ୍ରସଙ୍ଗ ନେଇ ସ୍ବାସ୍ଥ୍ୟ ବିଭାଗ ଓ ଅର୍ଥ ମନ୍ତ୍ରାଳୟ ମଧ୍ୟରେ ଆଲୋଚନା ହୋଇସାରିଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.