ETV Bharat / state

U19 Cooch Behar Trophy: ଓଡ଼ିଶାକୁ ହରାଇ ଟ୍ରଫି ହାତେଇଲା ହରିୟାଣା

ହରିୟାଣା ହାତେଇଲା ୧୯ ବର୍ଷରୁ କମ୍‌ କୁଚ ବେହାର ଟ୍ରଫି (Haryana Won U19 Cooch Behar Trophy) । ଓଡ଼ିଶାକୁ ୧ ଇନିଂସ୍‌ ଓ ୧୮ ରନରେ ହରାଇ ଟ୍ରଫି ବିଜେତା ହୋଇଛି ହରିୟାଣା । ଅଧିକ ପଢ଼ନ୍ତୁ

U19 Cooch Behar Trophy: ଓଡ଼ିଶାକୁ ହରାଇ ଟ୍ରଫି ହାତେଇଲା ହରିୟାଣା
U19 Cooch Behar Trophy: ଓଡ଼ିଶାକୁ ହରାଇ ଟ୍ରଫି ହାତେଇଲା ହରିୟାଣା
author img

By

Published : Nov 29, 2022, 10:54 PM IST

ସମ୍ବଲପୁର: ହରିୟାଣା ଜିତିଲା ୧୯ ବର୍ଷରୁ କମ୍‌ କୁଚ ବେହାର ଟ୍ରଫି ( U19 Cooch Behar Trophy) । ୧ ଇନିଂସ୍‌ ଓ ୧୮ ରନରେ ଓଡ଼ିଶାକୁ ହରାଇ କୁଚ ବେହାର ଟ୍ରଫି ବିଜେତା ହୋଇଛି ହରିୟାଣା । ସମ୍ବଲପୁର VSS ଷ୍ଟାଡିୟମରେ ଓଡ଼ିଶା ଓ ହରିୟାଣା ମଧ୍ୟରେ ହୋଇଥିବା ଏହି ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ମୟଙ୍କ ସନ୍ଦିଲ୍ୟ ଓ ସର୍ଭେସ ରୋହିଲାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

U19 Cooch Behar Trophy: ଓଡ଼ିଶାକୁ ହରାଇ ଟ୍ରଫି ହାତେଇଲା ହରିୟାଣା

ଏହି ମ୍ୟାଚ୍‌ରେ ପ୍ରଥମ ଦିନରୁ ହରିୟାଣା ଦଳ ପ୍ରତ୍ୟେକ କ୍ଷେତ୍ରରେ ଭଲ ଖେଳ ପ୍ରଦର୍ଶନ କରି ଓଡିଶା ଦଳ ଉପରେ ଚାପ ସୃଷ୍ଟି କରିଥିଲା । ପ୍ରଥମ ଦିନରେ ଓଡିଶା ୧୯୪ ରନ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା । ହରିୟାଣା କିନ୍ତୁ ପ୍ରଥମ ଇନିଂସ୍‌ରେ ଭଲ ପ୍ରଦର୍ଶନ କରି ୫୧୧ ରନର ବଡ଼ ସ୍କୋର ସଂଗ୍ରହ କରି ଓଡ଼ିଶା ଠାରୁ ୩୧୭ ରନରେ ଆଗୁଆ ରହିଥିଲା । ଏହାପରେ ଓଡିଶା ଦ୍ଵିତୀୟ ଇନିଂସ୍‌ରେ ଲଢ଼ୁଆ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ୨୯୯ ରନ୍‌ରେ ସମସ୍ତ ୱିକେଟ ହରାଇଥିଲା । ଫଳରେ ହରିୟାଣା ଏହି ମ୍ୟାଚ୍‌କୁ ୧ ଇନିଂସ୍‌ ଓ ୧୮ ରନ୍‌ରେ ଜିତି ନେଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.