ସମ୍ବଲପୁର: ଜିଲ୍ଲାର କୁଖ୍ୟାତ ଅପରାଧୀ ବାବୁ କଙ୍ଗର ପୋଲିସ ରିମାଣ୍ଡ ଅବଧି ଶେଷ ହୋଇଛି। ସମ୍ବଲପୁର ଠେଲକୁଳି ପୋଲିସ ତାକୁ ଗତ 6 ତାରିଖରେ ଗିରଫ କରିବା ସହ ତା'ଠାରୁ ଦେଶୀ ବନ୍ଧୁକ ଜବତ କରିଥିଲା। ବାବୁ ନାଁରେ ଓଡିଶା ସହ ଅନ୍ୟ ରାଜ୍ୟରେ 100 ରୁ ଉର୍ଦ୍ଧ୍ବ ମାମଲା ରହିଛି।
ପୋଲିସ ବାବୁ କଙ୍ଗକୁ 3 ଦିନିଆ ରିମାଣ୍ଡରେ ଆଣିଥିଲା ଯାହାର ଅବଧି ରବିବାର ଶେଷ ହୋଇଛି। ଏନେଇ ସୂଚନା ଦେଇଛି ସମ୍ବଲପୁର ପୋଲିସ ।
ଏହାସହ ବାବୁର ଅପରାଧୀ ଲିଙ୍କ ଛତିଶଗଡ଼, ଝାଡଖଣ୍ଡ ସହ ରହିଥିବା ପୋଲିସ ସୂଚନା ଦେଇଛି। ସେପଟେ ପୋଲିସ ଏବେ ସୁଦ୍ଧା ବାବୁ ନିକଟରୁ ଗୋଟିଏ ବୋଲେରୋ, ଟ୍ରାକ୍ଟର ଏବଂ ପାଣି ଟ୍ୟାଙ୍କର ଜବତ କରିଛି। ତେବେ ସେ ଆହୁରି ଅନେକ ଗାଡି ବାହାର ରାଜ୍ୟରେ ବିକ୍ରି କରିଥିବା ସୂଚନା ପାଇଛି ପୋଲିସ। ତେଣୁ ବାବୁକୁ ଆଉ ଥରେ ପୋଲିସ ରିମାଣ୍ଡରେ ଆଣିବ ନେଇ ପୋଲିସ ସୂଚନା ଦେଇଛି । ତେବେ ବାବୁ ନାମରେ ପୋଲିସ ଏପର୍ଯ୍ୟନ୍ତ 100ଟି ମାମଲା ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଜଣାପଡିଛି ।
ଏଠାରେ ସୂଚନାଯୋଗ୍ୟ, ବାବୁ କଙ୍ଗ ସହ ତାର ଜଣେ ସହଯୋଗୀକୁ ମଧ୍ୟ ସମ୍ବଲପୁର ପୋଲିସ ରିମାଣ୍ଡରେ ଆଣିଥିଲା। ରବିବାର 2ଜଣକୁ ପୁଣି କୋର୍ଟ ଚାଲାଣ କରିଛି ପୋଲିସ୍ ।
ସମ୍ବଲପୁରରୁ ବାଦଶାହା ଜୁସମନ୍ ରଣା, ଇଟିଭି ଭାରତ