ETV Bharat / state

ଦେଶୀ ବନ୍ଧୁକ ରାକେଟ ଠାବ - ରେଙ୍ଗାଲି

ରେଙ୍ଗାଲି ଥାନା ପୋଲିସର ଏକ ସ୍ବତନ୍ତ୍ର ଟିମ ବନ୍ଧୁକ ତିଆରି କରୁଥିବା 4 ଜଣକୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ 4ଟି ଦେଶୀ ବନ୍ଧୁକ,2ଟି ମୋବାଇଲ ସହ ଗୁଳି ,ବାରୁଦ ଜବତ କରିଛି।

ଫଟୋ ସୌଜନ୍ୟ:ସମ୍ବାଦଦାତା,ସମ୍ବଲପୁର
author img

By

Published : Mar 22, 2019, 2:55 PM IST

ସମ୍ବଲପୁର: ରେଙ୍ଗାଲି ଥାନା ପୋଲିସ ଦ୍ୱାରା ଦେଶୀ ବନ୍ଧୁକ ତିଆରି ରାକେଟ ଠାଵ। ରାକେଟ ଚଳାଉଥିବା 4ଜଣଙ୍କୁ ପୋଲିସ ଗିରଫ କରିଛି। ଏଥିସହ ଶୁକ୍ରବାର ଦିନ ସେହି 4ଅଭିଯୁକ୍ତଙ୍କୁ ପୋଲିସ୍ କୋର୍ଟ ଚାଲାଣ କରିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,ସମ୍ବଲପୁର

ସୂଚନାମୁତାବକ, ଜିଲ୍ଲାରେ ଦେଶୀ ବନ୍ଧୁକ ତିଆରି ହେଉଥିବା ଖବର ରେଙ୍ଗାଲି ଥାନା ପୋଲିସ ନିକଟରେ ପୂର୍ବରୁ ରହିଥିଲା । ତେବେ ବହୁ ଦିନର ଛାନଭିନ୍ ପରେ ରେଙ୍ଗାଲି ଥାନା ପୋଲିସ ର ଏକ ସ୍ୱତନ୍ତ୍ର ଟିମ ଶୁକ୍ରବାର ଦିନ ଭୋଅରୁ ଏକ ଦେଶୀ ବନ୍ଧୁକ ତିଆରି ରେକେଟ ଠାଵ କରିଛି । ଦେଶୀ ବନ୍ଧୁକ ତିଆରି କରୁଥିବା 4 ଜଣକୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ 4ଟି ଦେଶୀ ବନ୍ଧୁକ,2ଟି ମୋବାଇଲ ସହ ଗୁଳି ,ବାରୁଦ ଜବତ କରିଛି। ତେବେ ଅଭିଯୁକ୍ତମାନେ ଜଙ୍ଗଲ ଯିବା ପାଇଁ ବନ୍ଧୁକ ବ୍ୟବହାର କରନ୍ତି ବୋଲି ପୋଲିସକୁ କହିଛନ୍ତି ।ତେବେ କେଉଁ ଉଦ୍ଦେଶ୍ୟରେ ବନ୍ଧୁକ ତିଆରି ଚାଲିଥିଲା ଏନେଇ ସ୍ଥାନୀୟ ପୋଲିସତଦନ୍ତ କରୁଛନ୍ତି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ଚାଉଳଡିପୋର ସୁଧୀର ଲୁହା ଓ ଦୁର୍ଗା ଥାପା , ପର୍ଦେଶୀ ପାଳିର ବିସବ ମିର୍ଧା ଏବଂ ମଲୁଆ ପଡା ର ଅର୍ଜୁନ ନାଏକ।
ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

 Kindly check WhatsApp ,Two different byte of Anuchoudhary one is holi wish and another one is about etv digital aap
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.