ETV Bharat / state

ଧନତେରସ ପୂର୍ବରୁ ସୁନା ଦୋକାନରେ ରେଡ୍, ୧୫ଟି ସ୍ଥାନରେ ସିଟି ଜିଏସଟିର ଛାନଭିନ

author img

By

Published : Oct 21, 2022, 6:31 PM IST

Updated : Oct 21, 2022, 6:36 PM IST

ଧନତେରସ ପୂର୍ବରୁ ସୁନା ଦୋକାନରେ ରେଡ୍ । ଧନତେରସ ପୂର୍ବରୁ ରାଜ୍ୟର ୧୫ଟି ସ୍ଥାନରେ ବିଭିନ୍ନ ସୁନା ଦୋକାନରେ ଜିଏସଟି ବିଭାଗର ଚଢାଉ । ଜିଏସଟି ଫାଙ୍କୁଥିବା ସନ୍ଦେହରେ ହୋଇଛି ଏହି ଚଢାଉ । ଅଧିକ ପଢନ୍ତୁ

ଧନତେରସ ପୂର୍ବରୁ ସୁନା ଦୋକାନରେ ରେଡ୍, ୧୫ଟି ସ୍ଥାନରେ ସିଟି ଜିଏସଟିର ଛାନଭିନ
ଧନତେରସ ପୂର୍ବରୁ ସୁନା ଦୋକାନରେ ରେଡ୍, ୧୫ଟି ସ୍ଥାନରେ ସିଟି ଜିଏସଟିର ଛାନଭିନ

ଭୁବନେଶ୍ବର/ସମ୍ବଲପୁର: ଧନତେରସ ପୂର୍ବରୁ ସୁନା ଦୋକାନରେ ରେଡ୍ । ଦୀପାବଳି ଓ ଧନତେରସ ପୂର୍ବରୁ ସୁନା ଦୋକାନରେ ଚଢାଉ (GST raid on Jewelry Shop)। ରାଜଧାନୀ ସମେତ ଓଡିଶାର ୧୫ଟି ସ୍ଥାନରେ ଚଢାଉ ହୋଇଛି । ଜିଏସଟି (GST) ଫାଙ୍କୁଥିବା ନେଇ ୧୫ଟି ସହରରେ ରେଡ଼ ହୋଇଛି । ୨୦ଟି ଟିମ୍ ବୁଲି ବୁଲି ବିଭିନ୍ନ ସୁନା ଦୋକାନରେ କରୁଛନ୍ତି ରେଡ୍ । ସମ୍ବଲପୁର ଗୋଲବଜାର ନିକଟସ୍ଥ ଥିବା ଏକ ପ୍ରତିଷ୍ଠିତ ସୁନା ଗହଣା ଦୋକାନ ଉପରେ ମଧ୍ୟ ରେଡ୍ ହୋଇଛି ।

ଭୁବନେଶ୍ବର, କଟକ, ବ୍ରହ୍ମପୁର, ପୁରୀ, ସମ୍ବଲପୁର, ରାଉରକେଲା, ଅନୁଗୋଳ, ଯାଜପୁର ଆଦି ସହରରେ ଚାଲିଛି ରେଡ୍ । GST ଫାଙ୍କୁ ଥିବା ଏପରିକି ଆଗକୁ ଧନତେରସ ଥିବାରୁ ଷ୍ଟକ ରିପୋର୍ଟ, ସେଲ୍ସ ରିପୋର୍ଟ, ଜିଏସଟି ରେକର୍ଡ ଆଦି ଯାଞ୍ଚ କରୁଛନ୍ତି । ଭୁବନେଶ୍ବରରେ ବିଷମ ଦୟାଲ, କଟକ ଜୁଏଲାରୀ ସମେତ ପୁରୀର ଗଣେଶ ଜୁଏଲାରୀ ଆଦି ସ୍ଥାନରେ ଚାଲିଛି ଚଢାଉ ।

ଏହା ବି ପଢନ୍ତୁ- ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁକୁ ବାନ୍ଧିଲା ପୋଲିସ

ସେହିପରି ସମ୍ବଲପୁର ଗୋଲବଜାର ନିକଟସ୍ଥ ଥିବା ଏକ ପ୍ରତିଷ୍ଠିତ ସୁନା ଗହଣା ଦୋକାନ ଉପରେ ସମ୍ବଲପୁର GST ବିଭାଗ ଚଢାଉ କରାଯାଇଛି । ସମ୍ବଲପୁର GST ବିଭାଗର ଏକ ଟିମ ଆଜି ଗୋଲବଜାର ନିକଟରେ ଥିବା ବିଜୁ ଜୁଏଲାରୀ ଦୋକାନ ଉପରେ ଚଢାଉ ଜାରି ରଖିଛି । ସୁନା କିଣାବିକାରେ GST ଫାଙ୍କିଥିବା ସନ୍ଦେହ କରି ଏହି ବ୍ୟବସାୟୀଙ୍କ ଦୋକାନରେ ଚଢାଉ କରାଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଆଗକୁ ଧନତେରସ ଓ ଦୀପାବଳୀ ପର୍ବ ରହିଛି ।

ଏହି ସମୟରେ ଲକ୍ଷ ଲକ୍ଷ ଟଙ୍କାର ସୁନା ରୂପା କାରବାର ଏହି ବ୍ୟବସାୟୀ କରିଥାନ୍ତି । ତେଣୁ ସୁନା ରୂପା କିଣାବିକାର ପ୍ରତ୍ୟେକଟି ବିଲ ତନଖି ଦେଖିବା ସହ ଦୋକାନରେ ଗଚ୍ଛିତ ସୁନା ରୂପାର ସଠିକ ଆକଳନ ପରେ କେତେ ଟଙ୍କାର GST ଠକେଇ ହୋଇଛି ଅଥବା ହୋଇ ନାହିଁ ତାହା ସ୍ପଷ୍ଟ ହୋଇପାରିବ ବୋଲି ବିଭାଗୀୟ ଅଧିକାରୀଙ୍କ ସୁତ୍ରରୁ ପ୍ରକାଶ ପାଇଛି । କିଛି ହେରଫେର ଆଶଙ୍କା କରି GST ବିଭାଗ ଛାନଭିନ କରୁଛି । ଏଥିରେ ଆମେ ତାଙ୍କୁ ପୂର୍ଣ୍ଣ ସହଯୋଗ କରୁଛୁ ବୋଲି ଦୋକାନ ମାଲିକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର ଓ ସମ୍ବଲପୁର

Last Updated : Oct 21, 2022, 6:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.