ETV Bharat / state

ଦ୍ବିତୀୟ ଦିନରେ ଜିଏମ ବିଶ୍ବବିଦ୍ୟାଳୟ ଆନ୍ଦୋଳନ - ଜିଏମ୍‌ ୟୁନିଭର୍ସିଟି ଷ୍ଟ୍ରାଇକ

ଜିଏମ୍‌ ବିଶ୍ବବିଦ୍ୟାଳୟରେ ପୂର୍ବରୁ ଅଧ୍ୟାପକ ଅଭାବ ରହିଥିବାବେଳେ ବର୍ଷ ମଝିରୁ ହଠାତ୍‌ 8ଜଣ ଅଧ୍ୟାପକଙ୍କୁ କାହିଁକି ବଦଳି କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ । ଏଥିସହ ବିନା ରିଲିଭରରେ କିପରି ଏହି କାର୍ଯ୍ୟରେ ସହମତି ପ୍ରକାଶ କରିଛନ୍ତି ଅଧ୍ୟକ୍ଷା ବୋଲି ମଧ୍ୟ ଛାତ୍ରଛାତ୍ରୀମାନେ ବିରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Oct 18, 2019, 11:45 PM IST

ସମ୍ବଲପୁର: ଜିଏମ ବିଶ୍ବବିଦ୍ୟାଳୟରେ ଜାରି ରହିଛି ଛାତ୍ର ଅଶାନ୍ତି । ଅଧ୍ୟାପକଙ୍କ ବଦଳି ଘଟଣାକୁ ନେଇ ଗୁରୁବାରଠାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବା ବେଳେ ଶୁକ୍ରବାର ମଧ୍ୟ ଜାରି ରହିଛି ସେମାନଙ୍କ ବିକ୍ଷୋଭ । ଏନେଇ ଜିଏମ ବିଶ୍ବବିଦ୍ୟାଳୟ ମୁଖ୍ୟ ଗେଟରେ ଛାତ୍ରଛାତ୍ରୀମାନେ ତାଲା ପକାଇ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରଖିବା ପାଇଁ ଚେତାବନୀ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସୂଚନା ଅନୁଯାୟୀ ଜିଏମ୍‌ ବିଶ୍ବବିଦ୍ୟାଳୟରେ ପୂର୍ବରୁ ଅଧ୍ୟାପକ ଅଭାବ ରହିଥିବା ବେଳେ ବର୍ଷ ମଝିରୁ ହଠାତ୍‌ 8ଜଣ ଅଧ୍ୟାପକଙ୍କୁ କାହିଁକି ବଦଳି କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ । ଏଥିସହ ବିନା ରିଲିଭରରେ କିପରି ଏହି କାର୍ଯ୍ୟରେ ସହମତି ପ୍ରକାଶ କରିଛନ୍ତି ଅଧ୍ୟକ୍ଷା ବୋଲି ମଧ୍ୟ ଛାତ୍ରଛାତ୍ରୀମାନେ ବିରୋଧ କରିଛନ୍ତି । ଏନେଇ ପିଲାମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଲାଗି ରହିଥିବାବେଳେ କଲେଜର ମନମୁଖୀ ଶାସନ ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ଥାକୁ ବିପଦରେ ପକାଇବ ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି ।

ଆଗକୁ ଟେଷ୍ଟ ପରୀକ୍ଷା ଥିବା ବେଳେ ହଠାତ୍‌ ଅଧ୍ୟାପକଙ୍କ ବଦଳି ଯୋଗୁଁ ଉତ୍ତେଜନା ଲାଗି ରହିଥିବା ବେଳେ ଅଧ୍ୟକ୍ଷା ବଦଳି ଅର୍ଡରରେ ଦସ୍ତଖତ କରି ଛୁଟିରେ ଚାଲିଯିବା ବିଷୟକୁ ଛାତ୍ରଛାତ୍ରୀ ଏବଂ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଜିଏମ ଜୁନିଅର କଲେଜକୁ ସ୍ଥାଣୁ କରିବାର ଏହା ଏକ ଚାଲ ବୋଲି ଅଭିଯୋଗ କରିଛନ୍ତି। ଶିକ୍ଷକ ବଦଳିକୁ ବିରୋଧ କରି ଗୁରୁବାର ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ସାକ୍ଷାତ କରି ରିଲିଭର ନ ଆସିବା ଯାଏଁ ଶିକ୍ଷକଙ୍କୁ ରିଲିଭ ନକରିବାକୁ ଅନୁରୋଧ କରାଯାଇଥିଲା । ଏହାସହ ମହାବିଦ୍ୟାଳୟରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଯାଏଁ ପଦଯାତ୍ରା କରି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା ।

ଗୁରୁବାର ଆନ୍ଦୋଳନରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ପରେ ଶୁକ୍ରବାର ପୁଣି ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ ଓ ପଶ୍ଚିମାଞ୍ଚଳ ଏକତା ମଞ୍ଚର ସଦସ୍ୟ । ଶୁକ୍ରବାର ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଥିଲେ ଉପଜିଲ୍ଲାପାଳ। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ସେ ବୁଝାସୁଝା କରିଥିଲେ। ତାପରେ ମୁଖ୍ୟ ଗେଟକୁ ଖୋଲି ଦିଆଯାଇଥିଲା। ଅଧ୍ୟାପକଙ୍କୁ ବଦଳି ବାବଦରେ ସମସ୍ତ ବିଷୟ ସରକାରଙ୍କୁ ଅବଗତ କରାଯିବ ବୋଲି ମଧ୍ୟ ସେ କହିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଆଜି ମଧ୍ୟ ସମ୍ବଲପୁର ଜିଏମ ଜୁନିୟର କଲେଜରେ ଛାତ୍ର ଅଶାନ୍ତି ଦେଖାଯାଇଛି।ଗତ କାଲି 8 ଜଣ ଅଧ୍ୟାପକ ଙ୍କ ବଦଳି ର ପ୍ରତିବାଦରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ କୁ ଓହ୍ଲାଇଥିବା ବେଳେ ଆଜି ମଧ୍ୟ କିଛି ସମୟ ପାଇଁ ଜିଏମ ବିଶ୍ୱବିଦ୍ୟାଳୟ ର ମୂଖ୍ୟ ଗେଟରେ ଜିଏମ ଜୁନିୟର କଲେଜ ର ଛାତ୍ରଛାତ୍ରୀ ମାନେ ତାଲା ପକାଇ ଦେଇଥିଲେ।ତେବେ ଉପଜିଲ୍ଲାପାଳ ଙ୍କ ବୁଝା ସୁଝା ପରେ ଗେଟ ର ତାଲା ଖୋଲିଥିଲେ ଛାତ୍ରଛାତ୍ରୀ।Body:ଆଜି ପୁଣି ଥରେ ଜି ଏମ ୟୁନିଭରସିଟି ର ମୁଖ୍ୟ ଗେଟ କୁ ତାଲା ବନ୍ଦ କରିଥିଲେ ଜିଏମ ଜୁନିୟର କଲେଜ ର ଆନ୍ଦୋଳନ ରତ ଛାତ୍ରଛାତ୍ରୀ।ଓଡ଼ିଶାର ସର୍ବପୁରାତନ ଐତିହାସିକ ଗଙ୍ଗାଧର ମେହେର କନିଷ୍ଠ ମହାବିଦ୍ୟାଳୟ ର ଶିକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହୋଇଛି । ପୂର୍ବରୁ ଶିକ୍ଷକ ଅଭାବ ରହିଥିବାବେଳେ ବର୍ଷ ମଝିରେ ହଠାତ ଆଠ ଜଣ ପ୍ରାଧ୍ୟାପକ ଓ କନିଷ୍ଠ ପ୍ରାଧ୍ୟାପକ ଙ୍କ ବଦଳି ନିର୍ଦ୍ଧେଶ ଜାରି କରାଯାଇଛି । ତାକୁନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତିବ୍ର ଉତେଜନା ପ୍ରକାଶ ପାଇବା ସହ  ଆଜି ମଧ୍ୟ ଜିଏମ ୟୁନିଭରସିଟିର ଗେଟକୁ କିଛିସମୟ ଧରି ବନ୍ଦ କରିଥିଲେ ଛାତ୍ରଛାତ୍ରୀ । ସମ୍ବଲପୁର ଗଙ୍ଗାଧର ମେହେର କନିଷ୍ଠ ମହାବିଦ୍ୟାଳୟ ର ଆଠ ଜଣ ପ୍ରାଧ୍ୟାପକ ଓ କନିଷ୍ଠ ପ୍ରାଧ୍ୟାପକ ଙ୍କ ବଦଳି ନିର୍ଦ୍ଧେଶ ଜାରି କରାଯାଇଛି । ତାକୁନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତିବ୍ର ଉତେଜନା ପ୍ରକାଶ ପାଇଛି ।ଗତକାଲି ଏହା ବିରୋଧରେ   ବଦଲି ପ୍ରତିବାଦରେ ଛାତ୍ରଛାତ୍ରୀ ମାନେ  କଲେଜର ଗେଟକୁ ବହୁସମୟ ଧରି ବନ୍ଦ କରିଥିଲେ । ବଦଲି ଦ୍ବାରା ଶିକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ  ।ଏହି ବଦଳି କରାଯିବାର ରେ ଅଧ୍ୟକ୍ଷା ଙ୍କର ପ୍ରଚ୍ଛନ୍ନ ହାତ ରହିଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ।ଯଦି ସେ ଛାତ୍ରଛାତ୍ରୀଙ୍କ ସହ ରହିଛନ୍ତି ତା ହେଲେ ବଦଳି ଅର୍ଡର ରେ ଦସ୍ତଖତ କରି କାହିଁକି ଛୁଟିରେ ଗଲେ ବୋଲି ଅଭିଯୋଗ କରାଯାଇଛି  ।ପୂର୍ବରୁ ସାତ ଜଣ  ଶିକ୍ଷକଙ୍କ ଅଭାବ ରହିଥିବାବେଳେ ବର୍ଷ ମଝିରେ ହଠାତ ଆଉ ଆଠ ଜଣଙ୍କୁ ବିନା ରିଲିଭରରେ କାହିଁକି ବଦଲି କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ ।ଆଗକୁ ଟେଷ୍ଟ ପରୀକ୍ଷା ଥିବାରୁ ପାଠପଢା ପ୍ରଭାବିତ ହେବ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି ।ଅଧ୍ୟକ୍ଷା ବଦଳି ଅର୍ଡର ରେ ଦସ୍ତଖତ କରି ଛୁଟି ରେ ଚାଲିଯିବା  ବିଷୟ କୁ ଛାତ୍ରଛାତ୍ରୀ ଏବଂ ପଶ୍ଚିମାଞ୍ଚଳ ଏକତା ମଞ୍ଚ gm ଜୁନିଅର କଲେଜ କୁ ସ୍ଥାଣୁ କରିବାର ଏହା ଏକ ଚାଲ ବୋଲି ଅଭିଯୋଗ କରିଛନ୍ତି।

Byte_1:ତିସା ସିଂ,ଛାତ୍ରୀ।
Byte_2: ଆନ୍ଦୋଳନ ରତ ଛାତ୍ର।

ଶିକ୍ଷକ ବଦଳିକୁ ବିରୋଧ କରି ଗତକାଲି  ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଙ୍କୁ ସାକ୍ଷାତ କରି ରିଲିଭର ନ ଆସିବା ଯାଏଁ ଶିକ୍ଷକଙ୍କୁ ରିଲିଭ ନକରିବାକୁ ଅନୁରୋଧ କରାଯାଇଥିଲା । ଏହାସହ ମହାବିଦ୍ୟାଳୟ ରୁ  ଜିଲ୍ଲାପାଳ କାର୍ଯ୍ୟାଳୟ ଯାଏଁ ପଦଯାତ୍ରା କରି ଜିଲ୍ଲାପାଳ ଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।ଗତକାଲି ର ଆନ୍ଦୋଳନ ରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ପରେ ଆଜି ପୁଣି ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ ଓ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ସଦସ୍ୟ ସଦସ୍ୟା।ଆଜି ଆନ୍ଦୋଳନ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଥିଲେ ଉପଜିଲ୍ଲାପାଳ।ଆନ୍ଦୋଳନ ରତ ଛାତ୍ରଛାତ୍ରୀଙ୍କୁ ବୁଝାଶୁଝା କରିଥିଲେ।ତା ପରେ ମୁଖ୍ୟ ଗେଟ କୁ ଖୋଲିଦିଆଯାଇଥିଲା। ଅଧ୍ୟାପକଙ୍କୁ ବଦଳି ବାବଦରେ ସମସ୍ତ ବିଷୟ ସରକାରଙ୍କୁ ଅବଗତ କରାଯିବ ବୋଲି କହିଥିଲେ ଉପଜିଲ୍ଲାପାଳ।

Byte_3: ଅନିରୁଦ୍ଧ ପ୍ରଧାନ,ଉପଜିଲ୍ଲାପାଳ, ସମ୍ବଲପୁର

Conclusion:ସମ୍ବଲପୁର ଗଙ୍ଗାଧର ମେହେର କନିଷ୍ଠ ମହାବିଦ୍ୟାଳୟ ର ଆଠ ଜଣ ପ୍ରାଧ୍ୟାପକ ଓ କନିଷ୍ଠ ପ୍ରାଧ୍ୟାପକ ଙ୍କ ବଦଳି ନେଇ ଛାତ୍ର ଛାତ୍ରୀ ଆନ୍ଦୋଳନ ଗତକାଲି ଠୁ ହେଉଛି।ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି କୁହାଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.