ETV Bharat / state

ଜିଏମ କଲେଜ ଛାତ୍ର ଆନ୍ଦୋଳନ: ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

author img

By

Published : Oct 20, 2019, 6:54 AM IST

ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପରେ ଜିଏମ ଜୁନିୟର କଲେଜ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପରେ ଜିଏମ ଜୁନିୟର କଲେଜ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଆସନ୍ତା 7 ଦିନ ପାଇଁ ସ୍ଥଗିତ ରଖାଯାଇଛି । ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଏହି ଆନ୍ଦୋଳନକୁ ସ୍ଥଗିତ ରଖିଥିବା ଛାତ୍ରଛାତ୍ରୀମାନେ କହିଛନ୍ତି । 8 ଜଣ ଅଧ୍ୟାପକଙ୍କ ବଦଳି ପ୍ରତିବାଦରେ ଏହି ଆନ୍ଦୋଳନ ଗତ 3 ଦିନ ଧରି ଚାଲୁଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଆଜି ମଧ୍ୟ କଲେଜର ଛାତ୍ରଛାତ୍ରୀମାନେ ଜିଏମ କଲେଜର ମୁଖ୍ୟ ଗେଟରେ ତାଲା ପକାଇବା ସହ ଚର୍ଚ୍ଚ ଛକରେ ପ୍ରାୟ 2 ଘଣ୍ଟା ଧରି ରାସ୍ତା ରୋକ କରିଥିଲେ । ଏହି ଆନ୍ଦୋଳନକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ରେଙ୍ଗାଲି ବିଧାୟକ ନାଉରୀ ନାଏକ ସମର୍ଥନ କରିଥିଲେ । ପରେ ଏହି ପ୍ରସଙ୍ଗ ନେଇ ସମ୍ବଲପୁର ଅତିରିକ୍ତ ଜିଲ୍ଳାପାଳଙ୍କ ଅଫିସରେ ଏକ ବୈଠକ କରାଯାଇଥିଲା । ସମସ୍ୟାର ସମାଧାନ କରିବାକୁ ପ୍ରଶାସନ ପକ୍ଷରୁ 7 ଦିନ ସମୟ ମଗାଯାଇଥିଲା । ଏହା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ । 7 ଦିନ ଭିତରେ ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଏମ ଜୁନିୟର କଲେଜ ଛାତ୍ରଛାତ୍ରୀ ଙ୍କ ଆନ୍ଦୋଳନ ଆଗାମୀ 7 ଦିନ ପାଈଁ ହେଲା ସ୍ଥଗିତ। ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି ପରେ ଆଜି ଛାତ୍ରଛାତ୍ରୀ ମାନେ ନିଜର ଆନ୍ଦୋଳନ ସ୍ଥଗିତ ରଖିଥିବାର କହିଛନ୍ତି। 8 ଜଣ ଅଧ୍ୟାପକ ଙ୍କ ବଦଳିର ପ୍ରତିବାଦ ରେ 3 ଦିନ ହେଲା ଚାଲୁଥିଲା ଆନ୍ଦୋଳନ।

Body:ଆଜି ମଧ୍ୟ ସମ୍ବଲପୁର ଜିଏମ ଜୁନିୟର କଲେଜର ଛାତ୍ରଛାତ୍ରୀ ମାନେ ଜିଏମ କଲେଜ ର ମୁଖ୍ୟ ଗେଟରେ ତାଲା ମାରି ଆନ୍ଦୋଳନ କରିଥିଲେ।ପରେ ଚର୍ଚ୍ଚ ଛକରେ ପ୍ରାୟ 2 ଘଂଟା ରାସ୍ତା ରୋକୋ କରିଥିଲେ ଏହି ଛାତ୍ରଛାତ୍ରୀ ମାନେ।ଏହି ଆନ୍ଦୋଳନ କୁ ପଶ୍ଚିମଞ୍ଚଳ ଏକତା ମଞ୍ଚ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ରେଙ୍ଗାଲି ବିଧାୟକ ନାଉରୀ ନାଏକ ସମର୍ଥନ କରିଥିଲେ। ପରବର୍ତ୍ତୀ ପରିସ୍ଥିତି ରେ ଏହି ପ୍ରସଙ୍ଗ ନେଇ ସମ୍ବଲପୁର ଅତିରିକ୍ତ ଜିଲ୍ଳାପାଳ ଙ୍କ ଅଫିସରେ ଏକ ବୈଠକ ହୋଇଥିଲା। ଏହା ପରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ।ଜିଲ୍ଲା ପ୍ରଶାସନ ତରଫରୁ 7 ଦିନ ସମୟ ମଗା ଯାଇଛି।

Conclusion:ଅଗାମୀ 7 ଦିନ ଭିତରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ କୁ ଓହ୍ଲାଇ ବେ ବୋଲି ଛାତ୍ରଛାତ୍ରୀ କହିଛନ୍ତି।

ବାଇଟ-1- ଟିସା ସିଂ,ଛାତ୍ରୀ।
ବାଇଟ-2-ନାଉରୀ ନାଏକ, ବିଧାୟକ, ରେଙ୍ଗାଲୀ।
ବାଇଟ-3-ଲିଙ୍ଗରାଜ ପଣ୍ଡା,ଅତିରିକ୍ତ ଜିଲ୍ଲାପାଳ, ସମ୍ବଲପୁର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.