ETV Bharat / state

ହୀରାକୁଦ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

author img

By

Published : Jan 3, 2022, 7:00 AM IST

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ହୀରାକୁଦ ଷ୍ଟେସନ ନିକଟରେ ଯାଉଥିବା ଏକ ସାମଗ୍ରୀ ବାହକ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

Freight train derailed at Hirakud station in sambalpur
ହୀରାକୁଦ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମ୍ବଲପୁର: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ହୀରାକୁଦ ଷ୍ଟେସନ ନିକଟରେ ଯାଉଥିବା ଏକ ସାମଗ୍ରୀ ବାହକ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି ।

ଘଟଣା ମୁତାବକ ରବିବାର ରାତି ପ୍ରାୟ ସାଢ଼େ 10ଟା ସମୟରେ ମାଲବାହୀ ଟ୍ରେନଟି ସମ୍ବଲପୁରରୁ ବରଗଡ଼ ଆଡ଼କୁ ଅତିକ୍ରମ କରୁଥିବା ବେଳେ ଟ୍ରେନର ଏକ ବଗି ଲାଇନଚ୍ୟୁତ ହୋଇଥିଲା । ତେବେ ଏହି ଘଟଣାରେ ବିଶେଷ କ୍ଷୟକ୍ଷତି ହୋଇ ନଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଖବର ପାଇବା ପରେ ଘଟଣାସ୍ଥଳରେ ଟେକନିକାଲ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲା ।

ଏହି ଦୁର୍ଘଟଣା ଯୋଗୁଁ ଟ୍ରେନ ଚଳାଚଳରେ କୌଣସି ପ୍ରଭାବ ପଡ଼ିନାହିଁ ବୋଲି ସମ୍ବଲପୁର ଡିଭିଜନର ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.