ETV Bharat / state

କୋରୋନାରେ ପ୍ରସାର ଭାରତୀର ପୂର୍ବତନ ଉପମହାନିର୍ଦ୍ଦେଶକଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ - ଅଭୟ କୁମାର ପାଢୀ

ସହରର ଜଣା ଶୁଣା ତଥା ପ୍ରତିଷ୍ଠିତ ଶିକ୍ଷାବିତ୍‌, ଲେଖକ, କ୍ରୀଡା ସଙ୍ଗଠକ ତଥା ଉଦଘୋଷକ ଅଭୟ କୁମାର ପାଢୀଙ୍କ 72ବର୍ଷ ବୟସରେ ଦେହାନ୍ତ । କିଛି ଦିନ ତଳେ କୋରୋନାରେ ସଂକ୍ରମିତ ଥିବା ଜଣା ପଡିବା ପରେ ତାଙ୍କୁ ବରଗଡସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସୋମବାର ତାଙ୍କର ପରଲୋକ ହୋଇଛି । ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି ।

sambalpur latest news, corona effect in sambalpur, corona update, abhaya kumar padhy, abhay padhi passes away, ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍‌, ସମ୍ବଲପୁରରେ କୋରୋନା କୋପ, କୋରୋନା ଅପଡେଟ, ଅଭୟ କୁମାର ପାଢୀ, ଅଭୟ ପାଢୀଙ୍କ ଦେହାନ୍ତ
କୋରୋନା କୋପ; ପ୍ରସାର ଭାରତୀ ପୂର୍ବତନ ଉପମହାନିର୍ଦ୍ଦେଶକଙ୍କ ପରଲୋକ
author img

By

Published : Sep 21, 2020, 1:39 PM IST

Updated : Sep 21, 2020, 7:32 PM IST

ସମ୍ବଲପୁର: ସହରର ଜଣା ଶୁଣା ତଥା ପ୍ରତିଷ୍ଠିତ ଶିକ୍ଷାବିତ୍‌, ଲେଖକ, କ୍ରୀଡା ସଙ୍ଗଠକ ତଥା ଉଦଘୋଷକ ଅଭୟ କୁମାର ପାଢୀଙ୍କ 72ବର୍ଷ ବୟସରେ ଦେହାନ୍ତ । କିଛି ଦିନ ତଳେ କୋରୋନାରେ ସଂକ୍ରମିତ ଥିବା ଜଣା ପଡିବା ପରେ ତାଙ୍କୁ ବରଗଡସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସୋମବାର ତାଙ୍କର ପରଲୋକ ହୋଇଛି । ତେବେ ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି ।

sambalpur latest news, corona effect in sambalpur, corona update, abhaya kumar padhy, abhay padhi passes away, ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍‌, ସମ୍ବଲପୁରରେ କୋରୋନା କୋପ, କୋରୋନା ଅପଡେଟ, ଅଭୟ କୁମାର ପାଢୀ, ଅଭୟ ପାଢୀଙ୍କ ଦେହାନ୍ତ
କୋରୋନା କୋପ; ପ୍ରସାର ଭାରତୀ ପୂର୍ବତନ ଉପମହାନିର୍ଦ୍ଦେଶକଙ୍କ ପରଲୋକ

କେନ୍ଦ୍ରମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ପ୍ରସାର ଭାରତୀର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ଅଭୟ କୁମାର ପାଢୀଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ । ସେ ପୂର୍ବରୁ କଟକ ଆକାଶବାଣୀର କେନ୍ଦ୍ର ନିର୍ଦ୍ଦେଶକ ଭାବେ ଗଣମାଧ୍ୟମକୁ ଲୋକପ୍ରିୟ କରିବାରେ ସଫଳ ହୋଇଥିଲେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି ।

କୋରୋନାରେ ପ୍ରସାର ଭାରତୀର ପୂର୍ବତନ ଉପମହାନିର୍ଦ୍ଦେଶକଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ

ସୂଚନା ଅନୁଯାୟୀ ମୃତ୍ୟୁ ବେଳକୁ ସେ ବରଗଡର କୋଭିଡ ହସ୍ପିଟାଲରେ କୋରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ରହିଥିଲେ । ସେ ସମଗ୍ର ପଶ୍ଚିମ ଓଡିଶା ତଥା ରାଜ୍ୟସ୍ତରରେ ଜଣେ ଜଣା ଶୁଣା ବ୍ୟକ୍ତିତ୍ବ ଥିଲେ । ଏକା ଧାରରେ ସେ ଜଣେ ଶିକ୍ଷାବିତ୍‌, କ୍ରୀଡା ସଙ୍ଗଠକ, କଳା ଓ ସଂସ୍କୃତି କ୍ଷେତ୍ରରେ ଜଣେ ବଳିଷ୍ଠ ବ୍ୟକ୍ତିତ୍ବ ତଥା ଲେଖକ ଥିଲେ । ସେ ଅଧ୍ୟାପକ ଭାବେ ଅବସର ନେବା ପରେ ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନରେ ଫ୍ୟାକଲ୍ଟି ମେମ୍ବର ରହିଥିଲେ । ଏହାସହ ସେ ଆକାଶବାଣୀ ସମ୍ବଲପୁର ଓ କଟକରେ ଷ୍ଟେସନ ଡାଇରେକ୍ଟର ଭାବେ କାର୍ଯ୍ୟ କରିସାରିଛନ୍ତି ।

ସେ ପ୍ରସାର ଭାରତୀର ଉପମହାନିର୍ଦ୍ଦେଶକ ଭାବେ ମଧ୍ୟ ଅବସର ନେଇ ସାରିଥିଲେ । ଆକାଶବାଣୀ ସମ୍ବଲପୁରରେ ଆସୁଥିବା ତାଙ୍କର କାର୍ଯ୍ୟକ୍ରମ 'ଟିକେ ଶୁନତ' ବେଶ ଲୋକପ୍ରିୟ ଥିଲା । ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଡ଼ଃ ପ୍ରମୋଦ ମିଶ୍ରଙ୍କ ବାଲ୍ୟ ବନ୍ଧୁ ତଥା ସହପାଠୀ ଥିଲେ ଅଭୟ । ତେବେ କୋରୋନା ସଂକ୍ରମିତ ହେବା ପୂର୍ବରୁ ସେ ହୃଦରୋଗ ସମସ୍ୟା ସହ ସଂଘର୍ଷ କରି ଆସୁଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Sep 21, 2020, 7:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.