ETV Bharat / state

ରାଜ୍ୟରେ ପ୍ରଥମ, ସମ୍ବଲପୁରରେ ବିରଳ କଳା ଗହମ ଓ କଳା ହଳଦୀ ଚାଷ

କଳା ହଳଦୀ ଓ କଳା ଗହମ କହିଲେ ହୁଏତ କେହି ଏହାକୁ ବିଶ୍ବାସ କରି ନପାରନ୍ତି। ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିଲେ ବି ଏମିତି ହଳଦୀ ଓ ଗହମ ଚାଷ ହେଉଛି ଓଡ଼ିଶାର ସମ୍ବଲପୁର ସହରରେ । ଆଉ ରାଜ୍ୟରେ ପ୍ରଥମ ଥର ଏହି ଚାଷ କରି ସଫଳ ହୋଇପାରିଛନ୍ତି ସମ୍ବଲପୁରର ଜଣେ ଉଚ୍ଚ ଶିକ୍ଷିତ । ଅଧିକ ପଢନ୍ତୁ...

author img

By

Published : Mar 2, 2021, 5:46 PM IST

Updated : Mar 2, 2021, 6:43 PM IST

1st time black turmeric and black wheat farming in sambalpur,odisha
ରାଜ୍ୟରେ ପ୍ରଥମ, ସମ୍ବଲପୁରରେ ବିରଳ କଳା ଗହମ ଓ କଳା ହଳଦୀ ଚାଷ

ସମ୍ବଲପୁର: ସାଧାରଣତଃ ଗହମ ଓ ହଳଦୀର ରଙ୍ଗ କାହାକୁ ବା ଅଛପା । କିନ୍ତୁ କଳା ହଳଦୀ ଓ କଳା ଗହମ କହିଲେ ହୁଏତ କେହି ଏହାକୁ ବିଶ୍ବାସ କରି ନପାରନ୍ତି । ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିଲେ ବି ଏମିତି ହଳଦୀ ଓ ଗହମ ଚାଷ ହେଉଛି ଓଡ଼ିଶାର ସମ୍ବଲପୁର ସହରରେ । ଆଉ ରାଜ୍ୟରେ ପ୍ରଥମ ଥର ଏହି ଚାଷ କରି ସଫଳ ହୋଇପାରିଛନ୍ତି ସମ୍ବଲପୁରର ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି । ନିଜ ଫାର୍ମ ହାଉସରେ ଏହି 2 ଟି ଚାଷର ଫିଲ୍ଡ ଟ୍ରାଏଲ କରି ସଫଳ ହେବା ସହ ପ୍ରଶଂସା ସାଉଁଟିଛନ୍ତି ।

ସମ୍ବଲପୁରର ଦିବ୍ୟରାଜ ବେରିହା। ପେଶାରେ ଜଣେ ଉଦ୍ଭିଦ ବିଜ୍ଞାନୀ। ବଟନୀରେ ଏମଫିଲ କରିଛନ୍ତି ଦିବ୍ୟରାଜ । ଆଉ ସେ ପ୍ଲାଣ୍ଟ ଟିସ୍ୟୁ କଲଚରରେ ରିସର୍ଚ୍ଚ ମଧ୍ୟ କରୁଛନ୍ତି। ପୂର୍ବରୁ ସେ ବାୟୋଫ୍ଲକ୍ସ ମାଛ ଚାଷ ଓ କଳା ଧାନ ଚାଷ କରି ସଫଳ ହୋଇଥିବା ବେଳେ ବର୍ତ୍ତମାନ ସେ କଳା ଗହମ ଓ କଳା ହଳଦୀ ଚାଷରେ ସଫଳ ହୋଇ ଚାଷୀଙ୍କ ପାଇଁ ସାଜିଛନ୍ତି ଉଦାହରଣ। ପଞ୍ଜାବ ୟୁନିଭରସିଟି ଅଫ ଏଗ୍ରିକଲଚର ଠାରୁ କଳା ଗହମର ବିହନ ଆଣି ଏହାର ଫିଲଡ଼ ଟ୍ରାଏଲରେ ସେ ସଫଳ ହୋଇପାରିଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଲା ଏହି କଳା ଗହମର ଔଷଧୀୟ ଗୁଣ ସାଧାରଣ ଗହମ ଠାରୁ 20 ଗୁଣ ଅଧିକ । ଆଉ ବଜାରରେ ଏହାର ଚାହିଦା ମଧ୍ୟ ସେହିଭଳି । ଏଥରେ ମିଳୁଥିବା ଏନଥୋସିଆସିନ କ୍ୟାନସର, ଗଣ୍ଠିବାତ, ମେଦ ବହୁଳତା ରୋଗରେ ବେଶ ଉପଯୋଗୀ ହୋଇଥିବାରୁ ଏହାର ଚାହିଦା କାହିଁରେ କଣ। ଏହାର ଅଟା କେଜି ପିଛା 600 ରୁ 700 ଟଙ୍କା ହୋଇଥିବା ବେଳେ ଏହାର ବିହନ କେଜି ପିଛା 1200 ରୁ 1500 ଟଙ୍କାରେ ବିକ୍ରି ହେଉଛି।

ଅନ୍ୟ ପଟେ ଦେବଗଡ଼ ଅଞ୍ଚଳର ଜଙ୍ଗଲରୁ ଲୁପ୍ତ ପ୍ରାୟ ଏହି କଳା ହଳଦୀର ପୁନରୁଦ୍ଧର ପାଇଁ ଏହାକୁ ଆଣି ସେ ଏହାର ଚାଷ ଆରମ୍ଭ କରିଛନ୍ତି। ଏହି କଳା ହଳଦୀ ଚର୍ମ ରୋଗ ଓ ପେଟ ରୋଗ ପାଇଁ ବେଶ ଉପଯୋଗୀ ହୋଇଥିବା ବେଳେ ଏହା କିଲୋ ପିଛା 4500 ଟଙ୍କାରେ ବିକ୍ରି ହୋଇଥାଏ। ଜିଲ୍ଲା ପ୍ରଶାସନ ଏହି ଭଳି ଚାଷକୁ ପ୍ରୋତ୍ସାହନ ଦେଲେ ଏହା ଚାଷୀ ଅନେକ ସମସ୍ୟା ଦୂର ହୋଇପାରିବ ବୋଲି ସ୍ଥାନୀୟ ସଚେତନ ନାଗରିକ କହିଛନ୍ତି।
ମୁଖ୍ୟତଃ ଲୁପ୍ତ ପ୍ରାୟ ବିହନର ପୁନରୁଦ୍ଧାର ସହ ନୂତନ ଉଦ୍ଭାବନ ଉପରେ ଗବେଷଣା କରି ଆସୁଛନ୍ତି ଦିବ୍ୟରାଜ। ଆଗକୁ ମଧ୍ୟ ସେ ଅନେକ ପରୀକ୍ଷଣ କରିବେ ବୋଲି କହିଛନ୍ତି। ଏଥିପାଇଁ ସରକାରୀ ସ୍ତରରୁ ତାଙ୍କୁ ସହାୟତା ମଧ୍ୟ ମିଳିଛି । ସେପଟେ ଦିବ୍ୟରାଜଙ୍କ ଏପରି ଉଦ୍ୟମକୁ ବେଶ ପ୍ରଶଂସା କରିଛନ୍ତି ସମ୍ବଲପୁର ଜିଲ୍ଲା ବାସିନ୍ଦା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Mar 2, 2021, 6:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.