ETV Bharat / state

ବଣୁଆ ହାତୀଙ୍କ ଭୟରେ ଗଛ ଉପର ବିତୁଛି ରାତି

author img

By

Published : Mar 18, 2021, 3:37 PM IST

ସମ୍ବଲପୁର ଜିଲ୍ଲାରେ ବିଗତ କେଇମାସ ହେଲା ବଣୁଆ ହାତୀଙ୍କ ଉପଦ୍ରବ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ଜିଲ୍ଲାର ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜୁଜୁମୁରା ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ଲୋକେ ନିଜ ଜୀବନକୁ ବାଜି ଲଗାଇ ରାତ୍ରିଯାପନ କରୁଛନ୍ତି । ଏପରିକି ବଣୁଆ ହାତୀ ଭୟରେ ଗଛ ଉପରେ ମଞ୍ଚା ଲଗାଇ ରାତ୍ରିଯାପନ କରୁଛନ୍ତି । ଅଧିକ ପଢନ୍ତୁ...

ସମ୍ବଲପୁର ବଣୁଆ ହାତୀଙ୍କ ଭୟରେ ଗଛ ଉପର ବିତୁଛି ରାତି

ସମ୍ବଲପୁର : ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ଜାରି ରହିଛି ବଣୁଆ ହାତୀଙ୍କ ଆତଙ୍କ । ଏକଥା ନିଜେ କହୁଛନ୍ତି ଗ୍ରାମାଞ୍ଚଳର ବଣୁଆ ହାତୀ ଆତଙ୍କରେ ଜୀବନ ବିତାଉଥିବା ଲୋକେ । ସଦର ଫରେଷ୍ଟ ରେଞ୍ଜରଯୁଯୁମୁରା ବ୍ଳକର ଏକାଧିକ ପଞ୍ଚାୟତରେ ଗତ କେଇ ମାସ ହେଲା ସଂଧ୍ୟା ସମୟରେ ଲୋକଙ୍କ ନିଦ ହଜି ଯାଉଛି । ରାତିରେ ଶୋଇଥିବାବେଳେ କେତେବେଳେ ବି ବଣୁଆ ହାତୀ ଆକ୍ରମଣ କରିପାରେ ତାହା କହି ହେବ ନାହିଁ । ଏଥିପାଇଁ ଲୋକେ ରାତିରେ ଗ୍ରାମରେ ପହରା ଦେବା ସହ ଗଛ ଉପରେ ମଞ୍ଚା ତିଆରି କରି ଆଶ୍ରୟ ନେଉଛନ୍ତି ।

ଏବେ ଯୁଯୁମୁରା ବ୍ଳକର ବାରଲୋଇ ଗ୍ରାମରେ ଗଛ ଉପରେ ମଞ୍ଚା ତିଆରି କରି ରାତିରେ ଶୋଇବା ଏକ ସାଧାରଣ ଘଟଣା ହୋଇଗଲାଣି । ବାରଲୋଇର ବିଭିନ୍ନ ଗଛ ଉପରେ ଏକାଧିକ ମଞ୍ଚା ତିଆରି କରି ବଣୁଆ ହାତୀ ଆକ୍ରମଣରୁ ନିଜ ଜୀବନ କରୁ ରକ୍ଷା କରୁଛନ୍ତି ଲୋକେ । ଜିଲ୍ଲାର ସଦର ରେଞ୍ଜର ଯୁଯୁମୁରା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବାବେଳେ ଲୋକେ ଏହାର ସମାଧାନ ପାଇଁ ଯେତେ ଗୁହାରି କଲେ ବି ବନବିଭାଗ ସମସ୍ୟାର ସମାଧାନ କରିପାରୁ ନଥିବା ଅଭିଯୋଗ ହୋଇଛି ।

ଏପଟେ ବାରଲୋଇ ଗ୍ରାମର ହାତୀ ଉପଦ୍ରବ ଓ ଲୋକଙ୍କ ଗଛର ମଞ୍ଚା ଉପରେ ଆଶ୍ରୟ ନେବା ଉପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଡିଏଫଓ ସଞ୍ଜିତ କୁମାର । ଡିଏଫଓ କହିଛନ୍ତି ଯେ, ଏନେଇ ଅଭିଯୋଗ ଆସିବା ପରେ ତୁରନ୍ତ ପଦକ୍ଷେପ ନିଆଯାଇଛି । ଏଥିସହ ବନବିଭାଗର ଏକ ଟିମ ଗ୍ରାମକୁ ଯାଇ ବଣୁଆ ହାତୀଙ୍କ ଜଙ୍ଗଲକୁ ଘଉଡାଇ ଦିଆଯାଇଛି । ତେବେ କ୍ଷତିଗ୍ରସ୍ତ ଲୋକଙ୍କୁ 2 ଦିନ ଭିତରେ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଡିଏଫଓ କହିଛନ୍ତି । ଏଥିସହ ବଣୁଆ ହାତୀ ଯେଭଳି ଲୋକଙ୍କ ଘର ଦ୍ୱାର ସହ ଜୀବନକୁ କ୍ଷତି ନପହଞ୍ଚାଏ ସେନେଇ ସବୁ ପ୍ରକାର ପଦକ୍ଷେପ ସମ୍ବଲପୁର ବନବିଭାଗ ନେଉଥିବା ସମ୍ବଲପୁର ଡିଏଫଓ କହିଛନ୍ତି ।

ବାରଲୋଇ ଗ୍ରାମର ଲୋକେ ବଣୁଆ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ବନବିଭାଗକୁ ଆଉ ବିଶ୍ୱାସ ନକରି ନିଜ ସୁରକ୍ଷା ପାଇଁ ଗଛରେ ମଞ୍ଚା ଉପରେ ଆଶ୍ରୟ ନେଉଛନ୍ତି । ତେଣୁ ସମ୍ବଲପୁର ବନବିଭାଗ ଏଥିପ୍ରତି ଦୃଷ୍ଟିଦେଇ ବଣୁଆ ହାତୀଙ୍କ ଉପଦ୍ରବ ରୋକିବା ପାଇଁ ଠୋସ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.