ETV Bharat / state

ସମ୍ବଲପୁରରେ ଚାଷୀ ଆନ୍ଦୋଳନ, ରାସ୍ତା ଉପରେ ବସିଲେ ହଜାରେ ଚାଷୀ

ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ଓ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ସମ୍ବଲପୁରରେ ଚାଷୀଙ୍କ ରାଜପଥ ଅବରୋଧ । ଅଧିକ ପଢନ୍ତୁ...

author img

By

Published : Dec 5, 2020, 6:02 PM IST

ସମ୍ବଲପୁରରେ ଚାଷୀ ଆନ୍ଦୋଳନ, ରାସ୍ତା ଉପରେ ବସିଲେ ହଜାରେ ଚାଷୀ
ସମ୍ବଲପୁରରେ ଚାଷୀ ଆନ୍ଦୋଳନ, ରାସ୍ତା ଉପରେ ବସିଲେ ହଜାରେ ଚାଷୀ

ସମ୍ବଲପୁର: ପଶ୍ଚିମ ଓଡିଶାରେ ଆଜିଠୁ ଆରମ୍ଭ ହୋଇଛି ଚାଷୀ ଆନ୍ଦୋଳନ। ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ଓ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଶନିବାର ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆହ୍ଵାନ କ୍ରମେ ସମ୍ବଲପୁରର ଚୌଧୁରୀ ଛକରେ ମୁମ୍ବାଇ କୋଲକାତା ରାଜରାସ୍ତାକୁ ଚାଷୀମାନେ ଅବରୋଧ କରିଛନ୍ତି । ଛକରେ ପ୍ରାୟ 1000 ଚାଷୀ ରାସ୍ତା ଉପରେ ବସିଛନ୍ତି । ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଧାନ ବସ୍ତା ବୋଝେଇ ଟ୍ରାକ୍ଟର ଲାଗି ରହିଛି ।

ଚଳିତ ଖରିଫରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନ ବ୍ୟବସ୍ଥାରେ ଥିବା ତ୍ରୁଟି ତଥା କେଉଁ ଜିଲ୍ଲାରେ ଏକର ପ୍ରତି କେତେ ଧାନ ସଂଗ୍ରହ ହେବ ତାର ନିଷ୍ପତ୍ତି ରାଜ୍ୟ ସ୍ତରରେ ନିଆଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ଚାଷୀ । ଏହାସହ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ମଧ୍ୟ ବିରୋଧ କରିଛନ୍ତି । ଚାଷୀଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାଜରାସ୍ତା ଅବରୋଧ ଜାରି ରହିବ ବୋଲି କୁହାଯାଇଛି ।ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.