ETV Bharat / state

ମିଳିନି ନିଖୋଜଙ୍କ ମୃତଦେହ, ଶେଷକୃତ୍ୟ ସମ୍ପନ୍ନ କଲେ ପରିବାର

ଜନୈକ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ନମିଳୁଣୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ସ୍ଥାନୀୟ ଏକ ପରିବାର । ଯାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

author img

By

Published : Jul 6, 2020, 8:32 PM IST

sambalpur latest news, last rites of missing man in sambalpur, unique ritual in sambalpur, ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍‌, ସମ୍ବଲପୁରରେ ନିଖୋଜ ବ୍ୟକ୍ତିଙ୍କ ଶେଷକୃତ୍ୟ, ସମ୍ବଲପୁରରେ ଅଜବ ପରମ୍ପରା
ମିଳିନି ନିଖୋଜ ବ୍ୟକ୍ତିଙ୍କ ମୃତଦେହ, ଶେଷକୃତ୍ୟ ସମ୍ପନ୍ନ କଲେ ପରିବାର

ସମ୍ବଲପୁର: ବେଳେ ବେଳେ ସମାଜରେ ଅନେକ ଅଜବ ଗଜବ ପ୍ରଥା ଦେଖିବାକୁ ମିଳେ । ଏମିତିରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଅନ୍ତର୍ଗତ ସାମସିଂଘା ଗ୍ରାମରେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଜନୈକ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ନମିଳୁଣୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ସ୍ଥାନୀୟ ଏକ ପରିବାର । ଯାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତେଣେ ସମ୍ପୃକ୍ତ ପରିବାର ସମ୍ପୂର୍ଣ୍ଣ ସାବଧାନତାର ସହ ସାମାଜିକ ଦୂରତା ଅବଲମ୍ବନ କରି ଶେଷକୃତ୍ୟ କାର୍ଯ୍ୟ ସାରିଥିବା ଦେଖାଯାଇଥିଲା ।

ସୂଚନା ମୁତାବକ ଗତ 21 ତାରିଖରେ ସାମସିଙ୍ଘା ଗ୍ରାମର 65 ବର୍ଷୀୟ ଭୀମସେନ ପ୍ରଧାନ ସକାଳେ ମାଛ ମାରିବା ପାଇଁ ନିକଟସ୍ଥ ଏକ ନାଳକୁ ଯାଇଥିଲେ । ହେଲେ ସେଠାରୁ ସେ ଆଉ ଫେରିନଥିଲେ । ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର ପତ୍ତା ପାଇନଥିଲେ । ଘଟଣାର 4 ଦିନ ପରେ ସେହି ନାଳରୁ ମାଛ ଜାଲ ମିଳିଥିବା ବେଳେ ଭୀମସେନଙ୍କ କୌଣସି ଖବର ମିଳିନଥିଲା ।

ଭୀମସେନ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ହୋଇଥିବା ବେଳେ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ନେଇ ତାଙ୍କର ସଂସାର । ଭୀମସେନଙ୍କ ଉପରେ ପରିବାରର ସମସ୍ତ ଦାୟିତ୍ବ ରହିଥିବା ବେଳେ ତାଙ୍କ ନିଖୋଜ ହେବାର 11 ଦିନ ପରେ ପରିବାର ଲୋକେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିବା ସହ ଏକାଦଶାହ ପାଳନ କରିଥିଲେ । ତେବେ ମୃତଦେହ ନପାଇ ପରିବାର ଲୋକେ କିପରି ଶେଷକୃତ୍ୟ ସମ୍ପନ୍ନ କଲେ ତାହା ସମସ୍ତଙ୍କୁ ଚକିତ କରିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.