ETV Bharat / state

ଦାବି ପୂରଣ ନହେଲେ ଡିସେମ୍ବର 27ରୁ ଆନ୍ଦୋଳନ କରିବେ ପ୍ରାଥମିକ ଶିକ୍ଷକ - ଆନ୍ଦୋଳନ କରିବ ଏକ୍ସ କ୍ୟାଡର ମହାସଂଘ

ଆସନ୍ତା ଡିସେମ୍ବର 27ରୁ ଭୁବନେଶ୍ୱର ଠାରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ କରିବ ଓଡିଶା ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ମହାସଂଘ l ଅଧିକ ପଢନ୍ତୁ

ଦାବି ପୂରଣ ନହେଲେ ଆସନ୍ତା ଡିସେମ୍ବର 27ରୁ ଆନ୍ଦୋଳନ କରିବେ ପ୍ରାଥମିକ ଶିକ୍ଷକ

author img

By

Published : Nov 28, 2022, 9:03 AM IST

ସମ୍ବଲପୁର: ରାଜଧାନୀରେ ପୁଣି ଗର୍ଜିବ ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ମହାସଂଘ । 8 ଦଫା ଦାବି ପୂରଣ ନହେଲେ ଆସନ୍ତା ଆସନ୍ତା ଡିସେମ୍ବର 27ରୁ ଭୁବନେଶ୍ୱର ଠାରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ କରିବ ଓଡିଶା ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ମହାସଂଘ l ଏନେଇ ସମ୍ବଲପୁର ନନ୍ଦପଡା ସ୍ଥିତ ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏକ ବୈଠକରେ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ଦାବି ପୂରଣ ନହେଲେ ଆସନ୍ତା ଡିସେମ୍ବର 27ରୁ ଆନ୍ଦୋଳନ କରିବେ ପ୍ରାଥମିକ ଶିକ୍ଷକ

ଆସନ୍ତା ଡିସେମ୍ବର 27 ତାରିଖରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସଂଘ ଏହି ଆନ୍ଦୋଳନ କରିବ ବୋଲି କୁହାଯାଇଛି l ପ୍ରଥମ ଦିନରେ ଏକ ସଭା ହେବା ପରେ ଧାରଣାରେ ବସିବ ସଂଘ l ଗତକାଲି(ରବିବାର) ସମ୍ବଲପୁରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ ବୈଠକ ପରେ ସଂଘ ଏହି ନିଷ୍ପତ୍ତି ନିଆଯାଇଛି l ଏହା ଦ୍ୱାରା ସବୁ ସ୍କୁଲ ଗୁଡ଼ିକ ପ୍ରଭାବିତ ହେବେ ଓ ଶିକ୍ଷା ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି l ତେଣୁ ରାଜ୍ୟ ସରକାର ଏହି ଆନ୍ଦୋଳନ ପୂର୍ବରୁ ସମସ୍ତ 8ଟି ଯାକ ଦାବି ପୂରଣ କରନ୍ତୁ ନହେଲେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ଚେତାବନୀ ଦେଇଛି ସଂଘ l

ଏହା ମଧ୍ୟ ପଢନ୍ତୁ: ବିତ୍ୟୁତ୍‌ ତାର ଉପରେ ଖସିପଡିଲା ହେଲିକପ୍ଟର, ଅନ୍ଧାରରେ 90 ହଜାରରୁ ଊର୍ଦ୍ଧ୍ବ ଘର

ଏନେଇ ସଂଘର ସଭାପତି ଶରତ ଚନ୍ଦ୍ର ନାୟକ କହିଛନ୍ତି,"ଆସନ୍ତା ଡିସେମ୍ବର 27 ତାରିଖ ଦିନ ରାଜଧାନୀରେ ରାଜ୍ୟ ମହାସଂଘ ତରଫରୁ ବିଶାଳ ରାଲି କରାଯିବ । ଆମର ସମସ୍ୟା ନେଇ ଆମେ ସରକାରଙ୍କ ନିକଟରେ 8ଟି ଦାବି ରଖିଛୁ । ଆମ ସମସ୍ୟାର ସମାଧାନ ନହେଲେ ଆମେ ରାଜ୍ୟ ସରକାରଙ୍କୁ କୌଣସି ମତେ ଛାଡିବୁ ନାହିଁ । ତେବେ ଆସନ୍ତା 27 ତାରିଖରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଆମେ ରାଜଧାନୀ ମାଟିରେ ଆନ୍ଦୋଳନ ଜାରି ରଖିବୁ । ରାଜ୍ୟ ସରକାରଙ୍କ ପ୍ରତିଶୃତି ଦେଉଛନ୍ତି କିନ୍ତୁ ପୂରଣ ହୋଇପାରିନାହିଁ । ଆମେ ଏନେଇ ସରକାରଙ୍କ ସହ ବହୁତ ଥର ଆଲୋଚନା କରିଛୁ । ଆଶା କରୁଛୁ ରାଜ୍ୟସରକାର ସମସ୍ୟା ବୁଝିବେ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.