ETV Bharat / state

ସମ୍ବଲପୁରରେ ଜବରଦଖଲ ଉଚ୍ଛେଦ ଜାରି, ବିସ୍ଥାପିତଙ୍କୁ ଥଇଥାନ କରାଯାଉନଥିବା ଅଭିଯୋଗ

author img

By

Published : Jun 6, 2023, 10:18 AM IST

ସମ୍ବଲପୁର ସହରରେ ଚାଲିଛି ଜବରଦଖଲ ଉଚ୍ଛେଦ । ଉଚ୍ଛେଦ ପୂର୍ବରୁ ଲୋକଙ୍କୁ ଥଇଥାନ କରାଯାଉ ନଥିବା ଅଭିଯୋଗ କଲେ ବିସ୍ଥାପିତ ପରିବାର । ଅଧିକ ପଢନ୍ତୁ

ସମ୍ବଲପୁରରେ ଜବରଦଖଲ ଉଚ୍ଛେଦ ଜାରି
ସମ୍ବଲପୁରରେ ଜବରଦଖଲ ଉଚ୍ଛେଦ ଜାରି
ସମ୍ବଲପୁରରେ ଜବରଦଖଲ ଉଚ୍ଛେଦ ଜାରି

ସମ୍ବଲପୁର: ସହରରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ବର୍ଷ ବର୍ଷ ସରକାରୀ ଜମି ମାଡ଼ି ବସି ଘର ତିଆରି କରିଥିବା ଜାଗାଗୁଡିକର ଉଚ୍ଛେଦ ଆରମ୍ଭ କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ଏହି ପ୍ରକ୍ରିୟାରେ ସମ୍ବଲପୁର ଧନୁପାଲି ଛକରୁ ଜେଲ ଛକ ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବର୍ତ୍ତମାନ ଲକ୍ଷ୍ମୀ ଟକିଜ ଛକ ନିକଟରେ ଥିବା ସାହୁ କଲୋନୀ ଅଞ୍ଚଳର ଉଚ୍ଛେଦ ଆରମ୍ଭ ହୋଇଛି । ଜେସିବି ଲଗାଇ ଜବରଦଖଲ ହୋଇଥିବା ଘରଗୁଡିକୁ ଭଙ୍ଗା ଯାଉଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଘର ଛାଡିବାକୁ ଲୋକଙ୍କୁ ନୋଟିସ ଦିଆଯିବା ସହ ଡାକବାଜି ଯନ୍ତ୍ର ଜରିଆରେ ଘୋଷଣା କରାଯାଇଛି ।

ଅନ୍ୟପଟେ ଜବରଦଖଲ ଉଚ୍ଛେଦ ପୂର୍ବରୁ ଲୋକଙ୍କୁ ଥଇଥାନ କରାଯାଉ ନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ମୁଖ୍ୟତଃ ସମ୍ବଲପୁର ସହରରେ ତାପମାତ୍ରା ପ୍ରତ୍ୟେକ ଦିନ ୪୦ ଡିଗ୍ରୀରୁ ଉପରେ ରହୁଥିବା ବେଳେ ବିସ୍ଥାପିତ ପରିବାରମାନେ ଛୋଟ ପିଲାଙ୍କୁ ଧରି କେଉଁଆଡକୁ ଯିବେ ସେନେଇ ଚିନ୍ତାରେ ପଡ଼ିଥିବା କହିଛନ୍ତି । ସହର ମଧ୍ୟ ଭାଗରେ ଥିବା ଲକ୍ଷ୍ମୀ ଟକିଜ ନିକଟସ୍ଥ ସାହୁ କଲୋନୀରେ ଜବର ଦଖଲ ଉଚ୍ଛେଦ କରୁଛି ଜିଲ୍ଲା ପ୍ରଶାସନ । ଏହି କଲୋନୀରେ ଲୋକେ ୩୦ ବର୍ଷରୁ ଅଧିକ ଦିନ ହେଲା ଘର କରି ରହିଆସୁଛନ୍ତି । ତେବେ ରାସ୍ତା ପ୍ରଶସ୍ତିକରଣ ଓ ନାଳର ଗାର୍ଡୱାଲ ନିର୍ମାଣ ଉଦ୍ଦେଶ୍ୟରେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଉଚ୍ଛେଦ କାର୍ଯ୍ୟ । ଏବେ ଏଠାରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ନିମ୍ନ ମଧ୍ୟବିତ୍ତ ଓ ଖଟିଖିଆ ଦିନ ମଜୁରିଆମାନଙ୍କ ଆଖି ସାମ୍ନାରେ ତାଙ୍କର ଘର ଭଙ୍ଗା ଯାଉଛି ।

ଏହି ଅଞ୍ଚଳରେ ରହୁଥିବା କେତେକ ପରିବାର ବେଆଇନ ଭାବେ ନିଶା କାରବାର କରୁଥିବା ବାରମ୍ବାର ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳକୁ ଉଚ୍ଛେଦ କରିବା ପାଇଁ ମନସ୍ଥ କରିଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ଅନେକ ମଧ୍ୟବିତ୍ତ ଶ୍ରେଣୀର ପରିବାର ଅଡୁଆରେ ପଡିଛନ୍ତି । ସେମାନଙ୍କ ଘର ମଧ୍ୟ ଭଙ୍ଗା ଯିବାର ଅଛି । ତେବେ ପ୍ରଭାବିତ ପରିବାରମାନେ ଅଭିଯୋଗ କରିଛନ୍ତି ଯେ, ବର୍ତ୍ତମାନ ସେମାନଙ୍କ ବଜେଟକୁ ସୁହାଉଥିବା ଘର ଭଡାରେ ମିଳୁନାହିଁ । ବର୍ତ୍ତମାନ ସହରରେ ତାପମାତ୍ରା ସବୁଦିନ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଏମିତି ଟାଣ ଖରାରେ ସେମାନେ ନିଜ ପରିବାର ଧରି କୁଆଡେ ଯିବେ ବୋଲି ପ୍ରଶ୍ନ କରିଛନ୍ତି ।

ସେମାନେ କହିଛନ୍ତି ଯେ ଜବରଦଖଲ ଉଚ୍ଛେଦ ପୂର୍ବରୁ କ୍ଷତିଗ୍ରସ୍ତ ପରିବାରଗୁଡିକୁ ଅନ୍ୟତ୍ର ସରକାରୀ ଯୋଜନାରେ ଜାଗା ଦେଇ ଥଇଥାନ କରାଯାଉ । ଏହି ଅଞ୍ଚଳର କିଛି ପରିବାର ବେଆଇନ ନିଶା କାରବାର କରୁଥିବା ସତ । କିନ୍ତୁ କିଛିଟା ପରିବାର ପାଇଁ ସବୁ ପରିବାରକୁ କାହିଁକି ଉଚ୍ଛେଦ କରାଯାଉଛି ବୋଲି ଅଭିଯୋଗ ହୋଇଛି ।

ସମ୍ବଲପୁରର ପୁରୁଣା ମ୍ୟୁନିସିପାଲିଟି ଅଫିସ ପଛପଟେ ଟିନା ବାଡ଼ି ଅଞ୍ଚଳରେ ମଧ୍ୟ ବହୁତ ପରିବାର ସରକାରୀ ଜମିରେ ବର୍ଷ ବର୍ଷ ଧରି ରହିଆସୁଥିବା ବେଳେ ଗତ ହନୁମାନ ଜୟନ୍ତୀ ସମୟରେ ଏହି ଅଞ୍ଚଳର କିଛି ଅସାମାଜିକ ଲୋକ ସାମ୍ପ୍ରଦାୟିକ ହିଂସା ଘଟାଇ ଥିବାର ଅଭିଯୋଗ ହୋଇଥିଲା । ତେଣୁ ଉକ୍ତ ଅଞ୍ଚଳରେ ମଧ୍ୟ ଜବରଦଖଲ ଉଚ୍ଛେଦ ପାଇଁ ଦାବି ଜୋର ଧରିଥିଲା । ତେବେ ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳରେ ଉଚ୍ଛେଦ କାର୍ଯ୍ୟ କରୁନାହିଁ । ଏଥିଯୋଗୁଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ଜିଲ୍ଲା ପ୍ରଶାସନ ପାତରଅନ୍ତର କରୁଥିବା ଅଭିଯୋଗ ହେଉଛି ।

ଏନେଇ ସମ୍ବଲପୁର ମହାନଗର ନିଗମର କମିଶନର ପ୍ରତିକ୍ରିୟା ଦେଇଛନ୍ତି ଯେ, ଜିଲ୍ଲା ପ୍ରଶାସନ କୌଣସି ବସ୍ତି ଉଚ୍ଛେଦ କରୁନାହିଁ । କେବଳ ଯେଉଁ ଅଞ୍ଚଳରେ ରାସ୍ତା ପ୍ରଶସ୍ତିକରଣ କରାଯାଉଛି ସେହି ଅଞ୍ଚଳଗୁଡିକରେ ଜବରଦଖଲ ଉଚ୍ଛେଦ କରାଯାଉଛି । ଅନ୍ୟପଟେ ଆଗକୁ ସରକାରୀ ଯୋଜନା ଅନୁସାରେ ବସ୍ତିଗୁଡିକୁ ଥଇଥାନ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.