ସମ୍ବଲପୁର: ଦିନକ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏଥିପାଇଁ ଉତ୍ସବମୁଖର ସମଗ୍ର ପଶ୍ଚିମ ଓଡିଶା । ସବୁଆଡେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏହି ଗଣପର୍ବ ପାଇଁ ବାଦ୍ ପଡିନି ସମ୍ବଲପୁର ସହର । ନୂଆଖାଇ ପୂର୍ବରୁ ଗଣେଶ ପୂଜା ଛୁଟି ଥିବାରୁ ସମସ୍ତେ ଏବେ ଘରମୁହାଁ ।
ଏକତାବଦ୍ଧ ଜୀବନଯାପନ ଦର୍ଶନର ନିଦର୍ଶନ ହେଉଛି ନୂଆଖାଇ ପର୍ଵ । ପରମ୍ପରା ଅନୁଯାୟୀ ପରିବାରର ସମସ୍ତ ସଦସ୍ୟ ଏକାଠି ନୂଆଖାଇ ପାଳନ କରିଥାନ୍ତି । ସେଥିପାଇଁ ଯିଏ ଯେଉଁଠି ଥିଲେ ମଧ୍ୟ ଏହି ଦିନ ପାଇଁ ନିଜ ନିଜ ଘର ବାହୁଡା ହୋଇଥାନ୍ତି । ଯାହାର ପ୍ରଭାବ ଆଜି ସମ୍ବଲପୁର ରେଳଷ୍ଟେସନକେ ଦେଖିବାକୁ ମିଳିଛି ।
ଏହି ଦୃଶ୍ୟ ହେଉଛି ସମ୍ବଲପୁର ରେଳଷ୍ଟେସନର । ଯେଉଁ ଦୃଶ୍ୟରେ କିଏ ନିଜ ଗାଁକୁ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଛି ତ ଆଉ କିଏ ନିଜ ଆତ୍ମୀୟ ସ୍ଵଜନଙ୍କ ଆସୁବାର ବାଟକୁ ଚାହଁ ରହିଛି । ବର୍ଷକୁ ଥରେ ଆସୁଥିବା ଏହି ପର୍ବ ପରିବାରର ସମସ୍ତ ସଦସ୍ୟଙ୍କୁ ଏକାଠି କରିଥାଏ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ