ETV Bharat / state

2021 ସୁଦ୍ଧା ହେବ ସମ୍ବଲପୁର IIMର ନିଜସ୍ବ କ୍ୟାମ୍ପସ - IIM

ଆସନ୍ତା 2021 ଡିସେମ୍ବର ସୁଦ୍ଧା ଆଇଆଇଏମ ସମ୍ବଲପୁରର ନିଜସ୍ବ କ୍ୟାମ୍ପସ ପ୍ରତିଷ୍ଠା ହେବ ବୋଲି ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ କହିଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 13, 2019, 9:48 AM IST

ସମ୍ବଲପୁର: 2021 ସୁଦ୍ଧା ହେବ ସମ୍ବଲପୁର ଆଇଆଇଏମର ନିଜସ୍ବ କ୍ୟାମ୍ପସ । ଏଥିପାଇଁ ଜାତୀୟ ସଂସ୍ଥା ଏନବିସିସି ସହ ଚୁକ୍ତି ସ୍ବାକ୍ଷରିତ କରିଛି ସମ୍ବଲପୁର ଆଇଆଇଏମ। ଆସନ୍ତା 2021 ଡିସେମ୍ବର ସୁଦ୍ଧା ଆଇଆଇଏମ ସମ୍ବଲପୁରର ନିଜସ୍ବ କ୍ୟାମ୍ପସ ପ୍ରତିଷ୍ଠା ହେବ ବୋଲି ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ କହିଛନ୍ତି ।

ଏଥିପାଇଁ 401କୋଟି ବ୍ୟୟ ଅଟକଳରେ ପ୍ରଥମ ପର୍ଯ୍ୟାୟର କ୍ୟାମ୍ପସ 2021 ଡ଼ିସେମ୍ବର ସୁଦ୍ଧା ପୁରା ହେବ ବୋଲି କୁହାଯାଇଛି। ଏଥିପାଇଁ ପ୍ରଥମ 6 ମାସ ଏହି କ୍ୟାମ୍ପସର ଡିଜାଇନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

ଏହି କ୍ୟାମ୍ପସ ନିର୍ମାଣ ପାଇଁ ରାଜ୍ୟ ସରକାର ସମ୍ବଲପୁର ବସନ୍ତପୁର ଠାରେ 200 ଏକର ଜମି ଯୋଗାଇଛନ୍ତି। ଓଡ଼ିଶାର କୋଣାର୍କ ମନ୍ଦିରର ଚାରୁକଳା ଓ ସମ୍ବଲପୁରୀ କଳା ସଂସ୍କୃତି ଏହି କ୍ୟାମ୍ପସ ଡିଜାଇନରେ ସ୍ଥାନ ପାଇବ ବୋଲି କୁହାଯାଇଛି। ଏହାସହ ଏହି କ୍ୟାମ୍ପସ ସମୂର୍ଣ୍ଣ ଗ୍ରୀନଜୋନ ହେବା ସହ କେବଳ ବ୍ୟାଟେରୀ ଚାଳିତ ଗାଡି ଚାଲିବ ବୋଲି କୁହାଯାଇଛି। ଏହାସହ ବିଦ୍ୟୁତ ଉତ୍ପାଦନ ମଧ୍ୟ ସୋଲାର ଜରିଆରେ ଉତ୍ପାଦନ ହେବ।

ଏନେଇ ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜେଶୱାଲ ଓ ଏନବିସିସିର ମହାପ୍ରବନ୍ଧକ ଏକେ ସୋମଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଆଇଆଇଏମ ର ନିଜସ୍ୱ କ୍ୟାମ୍ପସ ନିର୍ମାଣ ପାଇଁ ଜାତୀୟ ସଂସ୍ଥା ଏନବିସିସି ସହିତ ଚୁକ୍ତି ସ୍ବାକ୍ଷରିତ କରିଛି ସମ୍ବଲପୁର ଆଇଆଇଏମ।ଆସନ୍ତା 2021 ଡିସେମ୍ବର ସୁଦ୍ଧା ଆଇଆଇଏମ ସମ୍ବଲପୁର ର ନିଜସ୍ୱ କ୍ୟାମ୍ପସ ପ୍ରସ୍ତୁତ ହୋଇଯିବ ବୋଲି ସମ୍ବଲପୁର ଆଇଆଇଏମ ର ନିର୍ଦେଶକ କହିଛନ୍ତି 401କୋଟି ବ୍ୟୟ ଅଟକଲରେ ହେବାକୁ ଥିବ ଏହି ପ୍ରଥମ ପର୍ଯ୍ୟାୟ ର କ୍ୟାମ୍ପସ 2021 ଡ଼ିସେମ୍ବର ସୁଦ୍ଧା ପୁରା ପ୍ରସ୍ତୁତ ହେବ ବୋଲି କୁହାଯାଇଛି। ଏଥିପାଇଁ ପ୍ରଥମ 6 ମାସ ଏହି କ୍ୟାମ୍ପସ ର ଡିଜାଇନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ।

Body:ଏହି କ୍ୟାମ୍ପସ ନିର୍ମାଣ ପାଇଁ ରାଜ୍ୟ ସରକାର ସମ୍ବଲପୁର ବସନ୍ତପୁର ଠାରେ 200 ଏକର ଜମି ଯୋଗାଇଛନ୍ତି।ଓଡ଼ିଶାର କୋଣାର୍କ ମନ୍ଦିରର ଚାରୁକଳା ଓ ସମ୍ବଲପୁରୀ କଳା ସଂସ୍କୃତି ଏହି କ୍ୟାମ୍ପସ ର ଡିଯାଇନର ସ୍ଥାନ ପାଇବ ବୋଲି କୁହାଯାଇଛି।ଏହା ସହ ଏହି କ୍ୟାମ୍ପସ ପୁରାପୁରି ଗ୍ରୀନ ଯୋନ ହେବ ଓ ଏଠାରେ କେବଳ ବ୍ୟାଟେରୀ ଚାଳିତ ଗାଡି ଚାଲିବ ବୋଲି କୁହାଯାଇଛି।ଏହାସହ ବିଦ୍ୟୁତ ଉତ୍ପାଦନ ମଧ୍ୟ ସୋଲାର ଜରିଆରେ ଉତ୍ପାଦନ ହେବ।

Conclusion:ଏନେଇ ସମ୍ବଲପୁର ଆଇ ଆଇ ଏମ ର ନିର୍ଦେଶକ ମହାଦେବ ପ୍ରସାଦ ଜେଏଶୱାଲ ଓ ଏନବିସିସି ର ମହାପ୍ରବନ୍ଧକ ଏକେ ସୋମ ଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି।

ବାଇଟ-1-ମହାଦେବ ପ୍ରସାଦ ଜେଶୱାଲ, ନିର୍ଦେଶକ, ସମ୍ବଲପୁର ଆଇଆଇଏମ।
ବାଇଟ-2-ଏକେ ସୋମ, ମହା ପ୍ରବନ୍ଧକ, ନ୍ୟାସନାଲ ବିଲଡିଂ କଂଷ୍ଟ୍ରକ୍ସନ କର୍ପୋରେସନ,NBCC.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.