ସମ୍ବଲପୁର: ବୁର୍ଲା ପାଓ୍ବାର କେନାଲରେ ଅଘଟଣ । ବୁର୍ଲା ପାୱ।ର କେନାଲରେ ଆଜି(ଶୁକ୍ରବାର)ଗାଧୋଉଥିବାବେଳେ, ଭାସିଯାଇ ଜଣେ ଛାତ୍ରଙ୍କ ମୄତ୍ୟୁ ଘଟିଥିବା ଭଳି ଦୁଃଖଦ ଘଟଣା ଘଟିଛି । ମୄତକ ଛାତ୍ର ଜଣକ ହେଲେ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି(VSSUT) ଇଂଜିନିୟରିଂର ଦ୍ବିତୀୟ ବର୍ଷର ଛାତ୍ର ତ୍ରିଲୋଚନ ମହାରଣା । ଅପରାହ୍ନରେ ବୁର୍ଲା ପାୱ।ର କେନାଲରେ ଗାଧୋଉଥିବା ବେଳେ ଘଟିଛି ଏହି ଅଘଟଣ ।
ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପାଣିରେ ଭାସିଯାଇଥିବା ଛାତ୍ରଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଥିଲା । ତେବେ ବହୁ ସମୟ ଖୋଜାଖୋଜି କରିବା ପରେ ପାୱ।ର କେନାଲ ଗଭୀର ପାଣି ଭିତରୁ ଛାତ୍ର ତ୍ରିଲୋଚନ ମହାରଣାଙ୍କ ମୄତଦେହକୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ପ୍ରାୟ 10ରୁ 12 ଜଣ ଛାତ୍ର ଏକାଠି ଏହି କେନାଲକୁ ଗାଧୋଇବାକୁ ଆସିଥିବାବେଳେ ଏହି ଅଘଟଣ ଘଟିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ