ମାତାଲ ବାବୁ ଜଣକ ହେଲେ ଏଏସଆଇ ବିପିନ ବିହାରୀ ଜାନି ବୋଲି ଜଣାପଡିଛି । ଦେଖନ୍ତୁ ପୋଲିସ ବାବୁ ଜଣକ କେମିତି ନିଶାରେ ପୂରା ଚୁର । କଥା ମଧ୍ୟ ଠିକ ଭାବେ କହିପାରୁ ନାହାନ୍ତି, କହିବା ବେଳକୁ ପାଟି ଖନି ମାରି ଯାଉଛି । ରାସ୍ତା କଡରେ ଗଡି ପଡୁଛନ୍ତି ଆଉ ଲୋକଙ୍କୁ ଧମକାଉଛନ୍ତି ।
ତାଙ୍କୁ କୋଟସମଲାଇରେ ଚାଲିଥିବା ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ କରାଯାଇଥିଲା । ହେଲେ ବାବୁ ଜଣକ ଫୁଲ ମାତାଲ ହୋଇ ଶ୍ରୀଜଗନ୍ନାଥଙ୍କୁ ଗାଳି କରିଛନ୍ତି ।
ତେବେ ସୁରକ୍ଷା ଦେବା ପାଇଁ ଆସିଥିବା ପୋଲିସ କର୍ମଚାରୀଙ୍କ ଏଭଳି କାରନାମା, ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ