ETV Bharat / state

ଦାୟିତ୍ବ ନେଲେ ସମ୍ବଲପୁରର ନୂଆ ଏସ୍‌ପି ଡ଼ଃ କନ୍‌ୱର ବିଶାଳ ସିଂ - ଡ଼ଃ କନ୍‌ୱର ବିଶାଳ ସିଂ

ଦାୟିତ୍ବ ଗ୍ରହଣ କଲେ ଜିଲ୍ଲାର ନୂଆ ଏସ୍‌ପି ଡ଼ଃ କନ୍‌ୱର ବିଶାଳ ସିଂ । କାର୍ଯ୍ୟରେ ଯୋଗଦାନର ପ୍ରଥମ ଦିନରେ ସେ ସାମ୍ବାଦିକଙ୍କ ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Aug 26, 2019, 5:45 PM IST

ସମ୍ବଲପୁର: ଦାୟିତ୍ବ ଗ୍ରହଣ କଲେ ଜିଲ୍ଲାର ନୂଆ ଏସ୍‌ପି ଡ଼ଃ କନ୍‌ୱର ବିଶାଳ ସିଂ । ଏହି ଅବସରରେ ସୋମବାର ପ୍ରଥମେ ସେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଓ ବରିଷ୍ଠ ପୋଲିସ ପଦାଧିକାରୀଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

କାର୍ଯ୍ୟରେ ଯୋଗଦାନର ପ୍ରଥମ ଦିନରେ ସେ ସାମ୍ବାଦିକଙ୍କ ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି । ସହରରେ ଅପରାଧୀମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ପ୍ରସ୍ତୁତ କରିଥିବା ସେ କହିଛନ୍ତି । ଏଥିସହ ମହିଳା, ଶିଶୁ ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେବେ ବୋଲି ସେ କହିଛନ୍ତି ।

ସେହିପରି ସହରର ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ସହ ଗଞ୍ଜେଇ ଚୋରା ଚାଲାଣ ଓ ବେଆଇନ କଫ୍‌ ସିରପ ବିକ୍ରି ଉପରେ ରୋକ ଲଗାଇବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତେବେ ଜମି ମାଫିଆଙ୍କ ଉପରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ସହରର ନୂଆ ଏସ୍‌ପି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଆଜି ସମ୍ବଲପୁର ର ନୁଆଁ ଏସପି ଭାବେ ଯୋଗଦାନ କରିଛନ୍ତି ଡ କନବର ବିଶାଳ ସିଂ । ଏହି ଅବସର ରେ ସେ ଆଜି ପ୍ରଥମେ ସମ୍ବଲପୁର ଜିଲ୍ଲାର ର ସମସ୍ତ ଥାନା ଅଧିକାରୀ ଓ ବରିଷ୍ଠ ପୋଲିସ ପଦାଧିକାରୀ ଙ୍କ ସହ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିଛନ୍ତି।

Body:ସମ୍ବଲପୁର ରେ ଯୋଗଦାନ ର ପ୍ରଥମ ଦିନରେ ସେ ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି।ଏହି ଅବସରରେ ସେ ସହର ଅପରାଧୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ପ୍ରସ୍ତୁତ କରିଥିବା କହିଛନ୍ତି। ଏହା ସହ ମହିଳା, ଶିଶୁ ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବେ ବୋଳି ସେ କହିଛନ୍ତି।ସହରର ଟ୍ରାଫିକ ବ୍ୟବସ୍ଥା କୁ ସୁଧାରିବା ସହ ଗଞ୍ଜେଇ ଚୋରା ଚାଲାଣ ଓ ବେଆଇନ କଫ ସିରଫ ବିକ୍ରି ଉପରେ ରୋକ ଲଗେଇବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି

Conclusion:ଏହା ସହ ଜମି ମାଫିଆ ମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୁଆଁ ଏସପି କହିଛନ୍ତି।

ବାଇଟ-1-ଡ଼ କନବର ବିଶାଳ ସିଂ, ଏସପି, ସମ୍ବଲପୁର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.