ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଆଇଏମଏ ହାଉସରେ ଭାରତୀୟ ଚିକିତ୍ସକ ସଂଘ ବୁର୍ଲା ଓ ସମ୍ବଲପୁର ଶାଖାର ଡାକ୍ତର ରିଲେ ଅନଶନରେ ବସିଛନ୍ତି।
ଗତ ନଭେମ୍ବର 20 ତାରିଖରେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଓ ନୀତି ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ଯେଉଁଥିରେ ଏଲୋପ୍ୟାଥି ଡାକ୍ତରଙ୍କ ଛଡା ଆୟୁର୍ବେଦିକ, ହୋମିଓପ୍ୟାଥିକ, ୟୁନାନୀ ଡାକ୍ତର ମାନେ ମଧ୍ୟ ଅସ୍ତ୍ରୋପଚାର କରିପାରିବେ ବୋଲି କ୍ଷମତା ପ୍ରଦାନ କରାଯାଇଥିଲା । ଏହାକୁ ବିରୋଧ କରି ଏହି ରିଲେ ଅନଶନ କରାଯାଉଥିବା ସୂଚନା ଦିଆଯାଇଛି।
ଏହି ଭଳି ଚିକିତ୍ସା ପଦ୍ଧତି ଆପଣେଇବା ଦ୍ବାରା ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡିବ ବୋଲି ଭାରତୀୟ ଚିକିତ୍ସକ ସଂଘ ବୁର୍ଲା ଓ ସମ୍ବଲପୁର ଶାଖା ପକ୍ଷରୁ କୁହାଯାଇଛି। ଏହି ରିଲେ ଅନଶନ ଫେବୃଆରୀ 14 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ