ETV Bharat / state

ସମ୍ବଲପୁର ଦନ୍ତା ହାତୀକୁ ହୋଇଥିଲା ଗୁଳିମାଡ: DFO - ସମ୍ବଲପୁର ଦନ୍ତା ହାତୀର ମୃତ୍ୟୁ ଘଟିଣା

ଶେଷରେ ସମ୍ବଲପୁର ପଡ଼ିଆବହାଲ ରେଞ୍ଜ ସାପଲହରା ହାତୀ ମୃତ୍ୟୁ ଘଟଣାରୁ ହଟିଲା ପରଦା । ଗୁଳି ବାଜି ହାତୀର ମୃତ୍ୟୁ ଘଟିଥିବା ଖୁଲାସା କଲେ DFO । ଅଧିକ ପଢନ୍ତୁ

ଗୁଳି ବାଜି ସମ୍ବଲପୁର ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଖୁଲାସା କଲେ DFO

author img

By

Published : Jun 23, 2022, 8:58 PM IST

ସମ୍ବଲପୁର: ଶେଷରେ ସମ୍ବଲପୁର ପଡ଼ିଆବହାଲ ରେଞ୍ଜ ସାପଲହରା ହାତୀ ମୃତ୍ୟୁ ଘଟଣାରୁ ହଟିଲା ପରଦା । ଖୋଦ ସମ୍ବଲପୁର ଡିଏଫଓ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାର ପର୍ଦାଫାସ କରିଛନ୍ତି । ଡିଏଫଓ ବିଶ୍ଵନାଥ ନିଳାମ୍ବର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ହାତୀକୁ ବାଜିଥିଲା ଗୁଳି । ଶିକାର କରିବାର ଉଦ୍ଦେଶ୍ୟରେ ଶିକାରୀ ହାତୀ ଉପରକୁ ଗୁଳି ମାରିଥିଲେ ।

ଗୁଳି ବାଜି ସମ୍ବଲପୁର ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଖୁଲାସା କଲେ DFO

ତେବେ ଗତ ମଇ ମାସ ଶେଷ ଆଡକୁ ଶିକାରୀମାନେ ହାତୀକୁ ଗୁଳି ମାରିଥିବା ଅନୁମାନ କରାଯାଉଛି । ତେବେ ସବୁଠାରୁ ବଡ଼ କଥା ହେଉଛି କି ଜୁନ 2 ରେ ଓ ଜୁନ 19 ରେ ବିଶେଷଜ୍ଞ ଦଳ ଆସି ହାତୀର ଚିକିତ୍ସା କରିବା ସମୟରେ ମେଟାଲ ଡିଟେକ୍ଟର ବ୍ୟବହାର ହୋଇଥିଲେ ମଧ୍ୟ ହାତୀ ଦେହରେ ଗୁଳି ଥିବାର ଚିହ୍ନଟ ହୋଇପାରିନଥିଲା । ସେଥିପାଇଁ ଦୀର୍ଘ ଦିନ ଧରି ହାତୀ ଦେହରେ ଗୁଳି ରହିଯିବାରୁ ସେପ୍ଟିସେମିଆ ହୋଇ ମଲଟିପୁଲ ଅର୍ଗାନ ଫେଲ୍ୟୁୟର ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା କହିଛନ୍ତି ଡିଏଫଓ ।

ସେହିପରି ଡିଏଫଓ କହିଛନ୍ତି ଯେ, ହାତୀର ଦେହ ଭିତରୁ ବାହାରିଛି 4 ଇଞ୍ଚ ଲମ୍ବର ଗୁଳି । ଗୁଳିଟି ହାତୀ ଶରୀରର 35 ରୁ 40 ସେଣ୍ଟିମିଟର ଗଭୀର ହାଡରେ ବାଜିଥିଲା । ହାତୀକୁ କେନ୍ଦ୍ରାପାଟ ଅଞ୍ଚଳରେ ଶିକାରୀ ମାନେ ଗୁଳି କରିଥିଲେ । ଏହି ଘଟଣାରେ ଜଣେ ଶିକାରୀକୁ ଗିରଫ କରାଯାଇଛି, ଯିଏ ହାତୀକୁ ଗୁଳି ମାରିଥିଲା ସେ ଏନେଇ ନିଜେ ସ୍ୱୀକାର କରିଛି । ଏହି ଘଟଣାରେ ଆର୍ମସ ଆକ୍ଟ, wildlife ଆକ୍ଟ ଓ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, କିଛି ବନ୍ଧୁକ ସାମଗ୍ରୀ ଓ 2 ଟି ଟାଙ୍ଗିଆ ଜବତ ହୋଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.