ସମ୍ବଲପୁର: ଜିଲ୍ଲାର ଆଇସିଟି ସ୍କୁଲ କୋଡ଼ିନେଟର ଆସୋସିଏସନର ସଦସ୍ୟମାନେ ସମଗ୍ର ଜିଲ୍ଲାରେ ଥିବା ସମସ୍ତ ଆଇସିଟି ସ୍କୁଲ କୋଡ଼ିନେଟରମାନଙ୍କର ପୁନଃନିଯୁକ୍ତି ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।
ଆଇ ସି ଟି ସ୍କୁଲ କୋଡ଼ିନେଟରଙ୍କ କହିବା ଅନୁଯାୟୀ 2014 ମସିହା ଫେବୃୟାରୀ 13 ତାରିଖରୁ ଇ-ବିଦ୍ୟାଳୟ ପ୍ରୋଜେକ୍ଟରେ ବହୁ ଯୁବକ ଯୁବତୀ ଆଇସିଟି ସ୍କୁଲ କୋଡ଼ିନେଟର ଭାବେ ନିଯୁକ୍ତ ହୋଇଥିଲେ । ତେବେ ବର୍ତ୍ତମାନ 2 ବର୍ଷ ହେଲା ଏହି ପଦବୀଗୁଡିକୁ ଉଚ୍ଛେଦ କରି ହଜାର ହଜାର ଯୁବକ ଯୁବତୀଙ୍କୁ ଛଟେଇ କରି ଦିଆଯାଇଥିବା ଅଭିଯୋଗ ହୋଇଛି ।
ତେଣୁ ଏହି ପଦବୀ ଗୁଡ଼ିକରେ ପୁନଃନିଯୁକ୍ତି ଦାବି ନେଇ ଜିଲ୍ଲାର ଆଇସିଟି ସ୍କୁଲ କୋଡ଼ିନେଟର ସଂଘ ପକ୍ଷରୁ ଜିଲ୍ଳାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପଦବୀ ଖାଲି ପଡିଥିବାରୁ ସ୍କୁଲ ଗୁଡ଼ିକରେ ଥିବା ଲକ୍ଷାଧିକ ଟଙ୍କାର କମ୍ପୁଟର ସାମଗ୍ରୀ ଖତ ଖାଉଥିବା ଆଇସିଟି ସ୍କୁଲ କୋଡ଼ିନେଟର ପଦବୀରେ ଥିବା ଯୁବକ ଯୁବତୀ କହିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ