ETV Bharat / state

ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଖାଇଗଲେ ଦନ୍ତାରିବାହାଲ ପୋଷ୍ଟ ମାଷ୍ଟର ! - ଦନ୍ତାରିବାହାଲ ପୋଷ୍ଟ ମାଷ୍ଟର ଗୌତମ ବିହାରୀ ଧଳ

ଦନ୍ତାରିବାହାଲ ପୋଷ୍ଟ ମାଷ୍ଟର ଗୌତମ ବିହାରୀ ଧଳ ଶହ ଶହ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଖାଇଗଲେ  ପୋଷ୍ଟ ମାଷ୍ଟର

author img

By

Published : Sep 8, 2020, 9:51 PM IST

ସମ୍ବଲପୁର: ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ ଦନ୍ତାରିବାହାଲ ପୋଷ୍ଟ ମାଷ୍ଟରଙ୍କ ନାଁରେ ସାଂଘାତିକ ଅଭିଯୋଗ । ଦନ୍ତାରିବାହାଲ ପୋଷ୍ଟ ମାଷ୍ଟର ଗୌତମ ବିହାରୀ ଧଳ ଶହ ଶହ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।

ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଖାଇଗଲେ ପୋଷ୍ଟ ମାଷ୍ଟର

ସ୍ଥାନୀୟ ଅଞ୍ଚଳର କିଛି ଜମାକାରୀ ସମ୍ବଲପୁର ପୋଷ୍ଟ ମାଷ୍ଟର ଜେନେରାଲ କାର୍ଯ୍ୟାଳୟରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ଦନ୍ତାରିବାହାଲର ପୋଷ୍ଟ ମାଷ୍ଟର ଗୌତମ ବିହାରୀ ଧଳ 3 ବର୍ଷ ହେଲା ସ୍ଥାନୀୟ ଅଞ୍ଚଳରର ପ୍ରାୟ 200 ଜଣଙ୍କ ପ୍ରାୟ 90 ଲକ୍ଷ ଜମା ଟଙ୍କା ହଡପ କରିବା ସହ କୌଣସି ହିସାବ ଦେଉନାହାଁନ୍ତି । ଏନେଇ ସ୍ଥାନୀୟ ଲୋକେ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ ।

ଏହା ସତ୍ତ୍ବେ ଏହି ଘଟଣା କେବଳ ତଦନ୍ତ, ଆଲୋଚନା ଓ ପର୍ଯ୍ୟାଲୋଚନା ମଧ୍ୟରେ ସୀମିତ ଅଛି ବୋଲି ଅଭିଯୋଗକାରୀ କହିଛନ୍ତି । ଏଭଳି ପରିସ୍ଥିତିରେ ଗତ 2019 ଡିସେମ୍ବର ମାସରେ କିଛି ଲୋକ ସମ୍ବଲପୁର ପୋଷ୍ଟ ମାଷ୍ଟର ଜେନେରାଲର ଆଞ୍ଚଳିକ ଅଫିସରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳିନି । ଏବେ ପୁଣି କିଛି କ୍ଷତିଗ୍ରସ୍ତ ଜମାକାରୀ ସମ୍ବଲପୁର ପୋଷ୍ଟ ମାଷ୍ଟର ଜେନେରାଲ ଆଞ୍ଚଳିକ ଅଫିସରେ ଲିଖିତ ଅଭିଯୋଗ କରିଛନ୍ତି ଓ ନ୍ୟାୟ ମାଗିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.