ETV Bharat / state

କୋଭିଡ ହସ୍ପିଟାଲରୁ ଫେରାର ଥିବା କୋରୋନା ରୋଗୀ ଉଦ୍ଧାର - covid hospital

ଶେଷରେ ଉଦ୍ଧାର ହୋଇଛନ୍ତି ସମ୍ବଲପୁର କୋଭିଡ ହସ୍ପିଟାଲରୁ ଫେରାର ହୋଇଯାଇଥିବା ଜଣେ ରୋଗୀ। ସମ୍ବଲପୁର ଧନୁପାଲି ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରି କୋଭିଡ ହସ୍ପିଟାଲକୁ ପଠେଇ ଦିଆଯାଇଛି । ଅଧିକ ପଢନ୍ତୁ...

କୋଭିଡ ହସ୍ପିଟାଲରୁ ଫେରାର ଥିବା କୋରୋନା ରୋଗୀ ଉଦ୍ଧାର

author img

By

Published : May 22, 2021, 10:13 PM IST

ସମ୍ବଲପୁର: ଧରାପଡିଲେ ସମ୍ବଲପୁର ଅଶ୍ୱିନୀ କୋଭିଡ ହସ୍ପିଟାଲରୁ ଫେରାର ଥିବା କୋରୋନା ଆକ୍ରାନ୍ତ । ସ୍ଥାନୀୟ ଲୋକେ ଦେଖିବା ପରେ ତାଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଗୋଟିଏ ପରିତ୍ୟକ୍ତ ସ୍ଥାନରେ ଧନୁପାଲି ସପିଂ ହାଉସ ସାମ୍ନାରେ ସେ ପଡିଥିଲେ । ସଦର ମେଡିକାଲରେ ଅଶ୍ୱିନୀ ହସ୍ପିଟାଲ ଦ୍ବାରା ପରିଚାଳିତ କୋଭିଡ ହସ୍ପିଟାଲରୁ ସମ୍ପୃକ୍ତ ଆକ୍ରାନ୍ତ ଫେରାର ଥିବା ଜଣାପଡିଛି । ସେପେଟେ ଆକ୍ରାନ୍ତ ଜଣକୁ ଦୁଇ ଦିନ ହେବ ଫେରାର ଥିବା ନେଇ କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

କୋଭିଡ ହସ୍ପିଟାଲରୁ ଫେରାର ଥିବା କୋରୋନା ରୋଗୀ ଉଦ୍ଧାର

ତେବେ ଜଣେ ସଂକ୍ରମିତ ଏତେ ସୁରକ୍ଷା ବଳୟ ଭିତରୁ କେମିତି ଫେରାର ହେଲେ ତାହା ସବୁଠାରୁ ବଡ ପ୍ରଶ୍ନ । ସେପଟେ ଆକ୍ରାନ୍ତ ଫେରାର ଥିବାନେଇ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରଶାସନକୁ ଜଣାଇଥିବା କହିଛନ୍ତି । ଫେରାର ଆକ୍ରାନ୍ତ ଦେବଗଡ ଜିଲ୍ଲାର ବୋଲି ଜଣାପଡିଛି । ଗତକାଲି କୋଭିଡରେ ତାଙ୍କ ବଡପୁଅର ମୃତ୍ୟୁ ହୋଇଥିବାବେଳେ, ସ୍ତ୍ରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୁଇଦିନ ହେଲା କିଛି ଖାଇନଥିବା କହିଛନ୍ତି ଆକ୍ରାନ୍ତ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.