ETV Bharat / state

Burla Containment Zone: ଭୀମସାର ଛାତ୍ରଛାତ୍ରୀ ସଂକ୍ରମିତ ପରେ ବୁର୍ଲାକୁ ଫେରିଲା କଣ୍ଟେନମେଣ୍ଟ ଜୋନ

author img

By

Published : Nov 24, 2021, 12:00 PM IST

Updated : Nov 24, 2021, 12:13 PM IST

ଭୀମସାର ମେଡ଼ିକାଲ କଲେଜ(VIMSAR Medical College)ରୁ 29 ଛାତ୍ରଛାତ୍ରୀ କୋରୋନା ସଂକ୍ରମଣ ଚିହ୍ନଟ ପରେ ବୁର୍ଲା ସହରକୁ ଫେରିଲା କଣ୍ଟେନମେଣ୍ଟ(Burla Containment Zone) ଜୋନ । ଅଧିକ ପଢନ୍ତୁ

VIMSAR Medical College: ଛାତ୍ରଛାତ୍ରୀ ସଂକ୍ରମିତ ପରେ ଫେରିଲା କଣ୍ଟେନମେଣ୍ଟ ଜୋନ

ସମ୍ବଲପୁର: ବୁର୍ଲା ସହରକୁ ଫେରିଲା କଣ୍ଟେନମେଣ୍ଟ ଜୋନ(Burla Containment Zone) । ଗତକାଲି(ମଙ୍ଗଳବାର) ବୁର୍ଲା ଭୀମସାର ମେଡ଼ିକାଲ କଲେଜ(VIMSAR Medical College)ରୁ 29 ଜଣ ଛାତ୍ରଛାତ୍ରୀ କୋଭିଡ ସଂକ୍ରମିତ(Covid Positive) ଚିହ୍ନଟ ହେବା ପରେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି ।

Burla Containment Zone: ଭୀମସାର ଛାତ୍ରଛାତ୍ରୀ ସଂକ୍ରମିତ ପରେ ବୁର୍ଲାକୁ ଫେରିଲା କଣ୍ଟେନମେଣ୍ଟ ଜୋନ

ବୁର୍ଲା ସହରର କେତେକ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ତେବେ ବୁର୍ଲା ଭୀମସାରରେ କୋରୋନା ସଂକ୍ରମଣ ଗତ ଦୁଇ ଦିନ ମଧ୍ୟରେ ଦୃତଗତିରେ ବୃଦ୍ଧି ପାଇବାରୁ ଏପରି ପଦକ୍ଷେପ ଗ୍ରହଣ କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ବୁର୍ଲା ସହରରେ ଭୀମସାରର ସଂକ୍ରମିତ ଚିହ୍ନଟ ହୋଇଥିବା ସମସ୍ତ ହଷ୍ଚେଲକୁ ସାନିଟାଇଜ କରିବା ସହ 5ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଚ ଜୋନ ଘୋଷଣା କରାଯାଇଛି । ଏନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା ସୂଚନା ଦେଇଛନ୍ତି ।

ସମ୍ବଲପୁର ଜିଲ୍ଲାପାଳ ଏନେଇ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରଶାସନ ପକ୍ଷରୁ ଭୀମସାରର ସାବିତ୍ରି, ଗାର୍ଗୀ, ଚରକ, ଭୃଗୁ ଏବଂ ପତଞ୍ଜଳି ହଷ୍ଟେଲକୁ ମାଇକ୍ରୋ କଣ୍ଟେନମେଣ୍ଚ ଜୋନ ଘୋଷଣା କରାଯାଇଛି । ସେହିପରି ଷ୍ଟାଫ କ୍ୱାଟର, ଆପାଲା ଛାତ୍ରୀ ନିବାସ, ଅତ୍ରୀୟ, ବିଶ୍ୱାମିତ୍ର ଏବଂ ମାର୍କଣ୍ଡେୟ ଛାତ୍ରାବାସ ବୋଫର ଜୋନ ମଧ୍ୟରେ ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Nov 24, 2021, 12:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.