ETV Bharat / state

ସମ୍ବଲପୁରରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ, ଦଳକୁ ସୁଦୃଢ ପାଇଁ ରଣନୀତି ପ୍ରସ୍ତୁତ

author img

By

Published : Nov 10, 2021, 7:15 AM IST

ସମ୍ବଲପୁର ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଂଗ୍ରେସ ଦଳର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ...

sambalpur district congress press meet
ସମ୍ବଲପୁର ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ସମ୍ବଲପୁର: ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଂଗ୍ରେସ ଦଳର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ କଂଗ୍ରେସ ସଙ୍ଗଠନକୁ ଦୃଢ଼ କରିବାକୁ କଣ ରଣନୀତି ପ୍ରସ୍ତୁତ କରାଯାଇଛି ସେନେଇ ଚର୍ଚ୍ଚା ଓ ଆଲୋଚନା ହୋଇଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଜିଲ୍ଲାରେ ଦଳର ସ୍ଥିତିକୁ ସୁଧାରିବା ପାଇଁ ଚେଷ୍ଟା କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ଯଜ୍ଞଶ୍ୱର ବାବୁ କହିଛନ୍ତି ।

ଦଳୀୟ ସ୍ଥିତିକୁ ସୁଧାରିବା ପାଇଁ କଂଗ୍ରେସ ଆରମ୍ଭ କରିଛି ସଭ୍ୟ ସଂଗ୍ରହ ଅଭିଯାନ । ଚଳିତ ନଭେମ୍ବର 1ରୁ ଆସନ୍ତା ମାର୍ଚ୍ଚ 31 ମଧ୍ୟରେ ରାଜ୍ୟରେ 10 ଲକ୍ଷ୍ୟ ସଭ୍ୟ ସଂଗ୍ରହ କରାଯିବ । ଏଥିପାଇଁ ସମ୍ବଲପୁରରେ ମଧ୍ୟ କାର୍ଯ୍ୟକ୍ରମ ଜାରି ରହିଛି । ସମ୍ବଲପୁରରେ ହେଉଥିବା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏହି ସୂଚନା ଦେଇଛନ୍ତି ଯଜ୍ଞଶ୍ୱର ବାବୁ । ଏହାସହ ଆଗକୁ AICCର ନିର୍ଦ୍ଦେଶ କ୍ରମେ ନଭେମ୍ବର 14 ରୁ ନଭେମ୍ବର 29 ଜନ ଜାଗରଣ ଅଭିଯାନ କାର୍ଯ୍ୟକ୍ରମ ହାତକୁ ନେବ କଂଗ୍ରେସ । ଏଭଳି ଭାବରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ସେବା କରିବା ସହ କୃଷକ, ଶ୍ରମିକ ସମସ୍ୟାର ସମାଧାନ ପାଇଁ ୱାର୍ଡ ସ୍ତରରେ 5 ଜଣ ଲେଖାଏଁ କଂଗ୍ରେସ କର୍ମୀ ନିୟୋଜିତ ହେବେ ବୋଲି ସୂଚନା ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ କୁମାର ଗୁରୁ, ବରିଷ୍ଠ କଂଗ୍ରେସ ନେତା ଯଜ୍ଞଶ୍ୱର ବାବୁ,ପୂର୍ବତନ କଂଗ୍ରେସ ବିଧାୟକ ରାଜେନ୍ଦ୍ର ଛତ୍ରୀଆ,ଦୁର୍ଯ୍ୟୋଧନ ଗରଡ଼ିଆ ,ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ଲାବନ ବହିଦାର ପ୍ରମୁଖଙ୍କ ସହ ପ୍ରମୁଖ ନେତା ଓ କର୍ମୀ ସାମିଲ ହୋଇଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.