ETV Bharat / state

ସମ୍ବଲପୁରରେ ଛଟ ପୂଜା, ସୂର୍ଯ୍ୟଙ୍କୁ ଆରାଧନା କଲେ ଶ୍ରଦ୍ଧାଳୁ

author img

By

Published : Oct 30, 2022, 11:04 PM IST

ସମ୍ବଲପୁରରେ ଧୁମଧାମରେ ପାଳିତ ହୋଇଯାଇଛି ବିହାରୀ ସମ୍ପ୍ରଦାୟଙ୍କ ଛଟ ପର୍ବ । ମହାନଦୀ କୂଳରେ ପୂଜାର୍ଚ୍ଚନା କରି ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କଲେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ସମ୍ବଲପୁରରେ ଛଟ ପୂଜା
ସମ୍ବଲପୁରରେ ଛଟ ପୂଜା

ସମ୍ବଲପୁର: ଆଜି ପବିତ୍ର ଛଟ ପୂଜ । ସମ୍ବଲପୁରରେ ଧୁମଧାମରେ ପାଳିତ ହୋଇଯାଇଛି ବିହାରୀ ସମ୍ପ୍ରଦାୟଙ୍କ ଛଟ ପର୍ବ (Chhath Puja Celebrated at Sambalpur) l ଆଜି ସୂର୍ଯ୍ୟାସ୍ତ ପୂର୍ବରୁ ସମ୍ବଲପୁରରେ ରହୁଥୁବା ବିହାରୀ ସମ୍ପ୍ରଦାୟର ଲୋକମାନେ ପୂଜା ସାମଗ୍ରୀ ଧରି ମହାନଦୀ କୂଳରେ ପହଞ୍ଚିଥିଲେ । ଏହାପରେ ସେଠାରେ ବିଧି ପୂର୍ବକ ପୂଜାର୍ଚ୍ଚନା କରି ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ l ସମ୍ବଲପୁର ସହର ରିଂ ରୋଡ଼ର ମହାନଦୀର ବିଭିନ୍ନ ଘାଟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l

ସମ୍ବଲପୁରରେ ଛଟ ପୂଜା

ପରମ୍ପରା ମୁତାବକ ଏହି ପର୍ବ 4 ଦିନ ଧରି ପାଳିତ ହୋଇଥାଏ । ତୃତୀୟ ଦିନରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରାଯାଉଥିବା ବେଳେ ଚତୁର୍ଥ ଦିନ ସକାଳୁ ସୂର୍ଯ୍ୟଙ୍କୁ ଅର୍କ ଅର୍ପଣ କରିବାର ପରମ୍ପରା ରହିଛି l ଏହି ପର୍ବରେ ଉପବାସ କଲେ ପରିବାରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି l

ଏନେଇ ଜଣେ ଶ୍ରଦ୍ଧାଳୁ କହିଛନ୍ତି , ''ଛଟ ପୂଜା ଏକ ମହାପର୍ବ, ଆମେ ସନ୍ଧ୍ୟା ସମୟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥାଉ । ତିନି ଦିନ ଉପାସରେ ରହି ଏହି ପର୍ବ ପାଳନ କରିଥାଉ । ବିହାର, ଉତ୍ତର ପ୍ରଦେଶ, ଝାଡଖଣ୍ଡ ଆଜି ରାଜ୍ୟରେ ଏହି ପର୍ବ ପାଳନ କରାଯାଉଛି । ଓଡିଶାରେ ଏହି ପର୍ବ ମଧ୍ୟ ପାଳନ କରାଯାଉଛି । ରାଜ୍ୟ ସରକାର ଏଥି ପ୍ରତି ଆହୁରି ଦୃଷ୍ଟି ଦେବା ଦରକାର ।''

ତେବେ ଗତ ଦୁଇ ବର୍ଷ କୋରୋନା କଟକଣା ଯୋଗୁଁ ସମ୍ବଲପୁରରେ ଫିକା ପଡିଥିଲା ଛଟ ପୂଜା । ସର୍ବସାଧାରଣ ଘାଟ ଓ ନଦୀ ତୁଠରେ ଅର୍ଘ୍ୟ ପ୍ରଦାନ ଉପରେ କଟକଣା ଲାଗୁ କରାଯାଇଥିଲା । ସମ୍ବଲପୁରରେ ଛଟ ବ୍ରତଧାରୀ ନିଜ ଘରେ ପଲିଥିନ୍‌ରେ ଅସ୍ଥାୟୀ ଜଳାଶୟ ପ୍ରସ୍ତୁତ କରି ସେଠାରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ । କିନ୍ତୁ ଚଳିତ ବର୍ଷ କୌଣସି କଟକଣା ନଥିବାରୁ ବେଶ ଧୁମଧାମରେ ଛଟ ପର୍ବକୁ ପାଳନ କରାଯାଇଛି ।

ସେହିପରି ଏହି ପର୍ବକୁ କଟକ ସହରରେ ଧୁମଧାମରେ ପାଳିତ ହୋଇଥିବା ବେଳେ ମହାନଦୀ ଓ କାଠଯୋଡ଼ି ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ନଦୀ କୂଳରେ ହଜାର ହଜାର ସଂଖ୍ୟାରେ ମହିଳା ଓଷା ବ୍ରତ ରଖି ସୂର୍ଯ୍ୟ ଦେବତାଙ୍କୁ ପୂଜା କରୁଥିବା ନଜର ଆସିଥିଲେ । ରାଜ୍ୟ ସମେତ ଉତ୍ତର ଭାରତର ଏହି ପ୍ରସିଦ୍ଧ ଛଟ ପୂଜାକୁ ଦେଶର ଅନେକ ସ୍ଥାନରେ ପାଳନ କରାଯାଇଛି । ନୂଆଦିଲ୍ଲୀ ଉପକଣ୍ଠ କାଳିନ୍ଦୀକୁଞ୍ଜ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ (Chhath puja celebration in North India) ଦେଖିବାକୁ ମିଳିଥିଲା । ଲକ୍ଷାଧିକ ଶ୍ରଦ୍ଧାଳୁ ଘାଟରେ ପୂଜାର୍ଚ୍ଚନା କରିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.