ସମ୍ବଲପୁର: ରାସ୍ତା ଉପରେ ଥିବା ଏକ କାରକୁ ଜାଳିଦେଲେ ଦୁର୍ବୃତ୍ତ । ଗତ ବିଳମ୍ବିତ ରାତିରେ ସମ୍ବଲପୁର ଅଇଁଠା ପାଲି ଥାନା ଅନ୍ତର୍ଗତ ବରେଇପାଲି ଅଞ୍ଚଳରେ ଘଟିଛି ଏଭଳି ଘଟଣା । ହୁ ହୁ ହୋଇ ଜଳୁଥିବା କାରଟି ରିନଲ୍ଟ କ୍ବିଟ ବୋଲି ଜଣା ପଡିଛି | ତେବେ କୌଣସି କାରଣରୁ କିଛି ଦୁର୍ବୃତ୍ତ କାର ମାଲିକକୁ ଧମକ ଦେବା ସହ ଭୁଜାଲି ଯୋଗେ ଆକ୍ରମଣ କରୁଥିବା ବେଳେ ଘଟଣାସ୍ଥଳରୁ କାର ମାଲିକ ଖସି ପଳାଇଥିଲେ ।
ଫଳରେ ଦୁର୍ବୃତ୍ତମନେ କାରରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ