ETV Bharat / state

ପ୍ରିନ୍ସିପାଲଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଅନଶନରେ ନର୍ସିଂ ଛାତ୍ରଛାତ୍ରୀ

author img

By

Published : Jul 30, 2019, 8:58 PM IST

ପ୍ରିନ୍ସିପାଲଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ନର୍ସିଂ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ବିଶାଳ ଶୋଭାଯାତ୍ରାରେ ଆସି ଘେରିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ।

ଆନ୍ଦୋଳନରତ ଛାତ୍ରଛାତ୍ରୀ

ସମ୍ବଲପୁର: ବୁର୍ଲା ନର୍ସିଂ ସ୍କୁଲର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ପ୍ରିନ୍ସିପାଲଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆଣି ଛାତ୍ରଛାତ୍ରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବା ସହ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଦାବିପତ୍ର ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଆଜି ସମ୍ବଲପୁର ସହର ଦେଇ ଏହି ଛାତ୍ରଛାତ୍ରୀ ମାନେ ପ୍ଲାକାର୍ଡ ଓ ବ୍ୟାନର ଧରି ଏକ ବିରାଟ ଶୋଭାଯାତ୍ରା କରିଛନ୍ତି । ଏହାପରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ପ୍ରିନ୍ସିପାଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଦୁର୍ବବ୍ୟହାର କରିବା ସହ ଟଙ୍କା ଅନିୟମିତତା ନେଇ ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ । ଗତ 15ଦିନରୁ ଏହି ଆନ୍ଦୋଳନ ଜାରି ରହିଥିବାବେଳେ ଗତ 5ଦିନ ହେବ ଅନଶନ କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପକ୍ଷରେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ସମ୍ବଲପୁର ଜିଲ୍ଲାପାଳ ।

ତେବେ ଏହି ଅଭିଯୋଗକୁ ପ୍ରିନ୍ସିପାଲ ଆଗରୁ ଖଣ୍ଡନ କରିବା ସହ ସ୍କୁଲରେ ଅନୁଶାସନ ଆଣିବାକୁ ଚେଷ୍ଟା କରିବାରୁ ତାଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି କହିଛନ୍ତି । ବିକ୍ଷୋଭ ପ୍ରଦର୍ଶନ ସମୟରେ କିଛି ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିବାବେଳେ ପୋଲିସ ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେଇଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ନରସିଂ ସ୍କୁଲ ଛାତ୍ରଛାତ୍ରୀ ଙ୍କ ଆନ୍ଦୋଳନ।ପ୍ରିନ୍ସିପାଲ ଙ୍କ ବିରୁଦ୍ଧରେ ବିଭିନ୍ନ ଅଭିଯୋଗ ଆଣି ଆଜି ଏହି ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଦାବିପତ୍ର ଦେଇଛନ୍ତି।

Body:ପ୍ରିନ୍ସିପାଲ ଙ୍କ ବିରୁଦ୍ଧରେ ଜିଲାପାଳ ଙ୍କ ଆଗରେ ଫେରାଦ ହେଲେ ବୁର୍ଲା ନରସିଂ ସ୍କୁଲର ଛାତ୍ରଛାତ୍ରୀ। ଆଜି ସମ୍ବଲପୁର ସହର ଦେଇ ଏହି ଛାତ୍ରଛାତ୍ରୀ ମାନେ ଫ୍ଲାଗ କାର୍ଡ ଓ ବ୍ୟାନର ଧରି ଏକ ଶୋଭାଯାତ୍ରାରେ ଆସି ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାପରେ ଏହି ଛାତ୍ରଛାତ୍ରୀ ଙ୍କ ପ୍ରତିନିଧି ଦଳ ଜିଲ୍ଲାପାଳ ଙ୍କୁ ଭେଟି ପ୍ରିନ୍ସିପାଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟତଃ ପ୍ରିନ୍ସିପାଲ ଛାତ୍ରଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ଛାତ୍ରଛାତ୍ରୀ ଙ୍କ ଟଙ୍କା ରେ ଅନିୟମିତତା କରିଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ତେବେ ଏହି କଥାକୁ ପ୍ରିନ୍ସିପାଲ ଆଗରୁ ଖଣ୍ଡନ କରିବା ସହ କହିଛନ୍ତି ଯେ ସ୍କୁଲରେ ଅନୁଶାସନ ଆଣିବାକୁ ଚେଷ୍ଟା କରିବାରୁ ତାଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର କରାଯାଉଛି। ଆଜି ଜିଲ୍ଳାପାଳ ଙ୍କ ଅଫିସ ଠାରେ ବିକ୍ଷୋଭ ପ୍ରଦର୍ଶନ ବେଳେ କିଛି ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ।ପରେ ପୋଲିସ ପ୍ରଶାସନ ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେଇଥିଲା।

Conclusion:ଏନେଇ ସମ୍ବଲପୁର ଜିଲ୍ଲାପାଳ ତଦନ୍ତ କରାଯିବ ବୋଲି କହିଛନ୍ତି।
ଗତ 15 ଦିନ ହେଲା ଏହି ଛାତ୍ରଛାତ୍ରୀ ମାନେ ପ୍ରିନ୍ସିପାଲ ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଗତ 5 ଦିନ ହେଲା ଅନଶନ କରି ଆସୁଛନ୍ତି।

ବାଇଟ-1-ସୋନାଲି ଶଥପତି, ଛାତ୍ରୀ।
ବାଇଟ-2-ଶୁଭମ ଶକସେନା, ଜିଲ୍ଲାପାଳ, ସମ୍ବଲପୁର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.