ETV Bharat / state

ନିଶା ସଜାଇଲା ଶିଶୁପାଳ, ମାତାଲ ବରକୁ ଦେଖି ବେଦୀରୁ ଉଠିଲା କନ୍ୟା - drunk

ବେଦି ସଜ୍ଜା ସରିଛି। ରୋଷଣୀ କରି ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିସାରିଛି ବର । ବାହାଘର ପାଇଁ ବରଘର ଓ କନ୍ୟାଘର ଫୁଲ୍ ତୟାର । ଶୁଭଧ୍ବନି ଶଙ୍ଖ ଓ ମହୁରୀ ଶଦ୍ଦରେ ଫାଟୁଛି କନ୍ୟାଘର ଦାଣ୍ଡ । ହେଲେ ହାତଗଣ୍ଠି ପଡିବାର କିଛି ସମୟ ପୂର୍ବରୁ ବଦଳି ଯାଇଛି ସବୁ ଖେଳ । ଆଉ ହଟାହଟା ହୋଇଛନ୍ତି କଳିଯୁଗର ଏହି ମାତାଲ ବର।

ଡିଜାଇନ ଫଟୋ
author img

By

Published : May 14, 2019, 12:36 PM IST

ସମ୍ବଲପୁର: ନିଜ ବିବାହରେ ମଦ ପିଇ ହରଡଘଣାରେ ପଡିଛନ୍ତି ନାକଟିଦେଉଳ ବ୍ଲକ ଅଞ୍ଚଳର ସୁରେନ୍ଦ୍ର । ଯାହାଫଳରେ ବିବାହ ମଝିରୁ ବେଦିରୁ ଉଠିଯାଇଛି କନ୍ୟା । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଗୋବର୍ଦ୍ଧନ ବଡ଼ମାଲ ଗାଁରେ । ଗତ 12 ତାରିଖ ରାତିରେ ଗାଁର ଭିକ ଭୁଏଙ୍କ ଦ୍ଵିତୀୟ ଝିଅ ମମତାଙ୍କର ନାକଟିଦେଉଳ ବ୍ଲକ ଅଞ୍ଚଳର ସୁରେନ୍ଦ୍ରଙ୍କ ସହ ବିବାହ ସ୍ଥିର ହୋଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ସମ୍ବଲପୁର

ନିର୍ଦ୍ଧାରିତ ସମୟରେ ବରଯାତ୍ରୀଙ୍କ ଭୋଜି ଭାତ ଖାଇବା ମଧ୍ୟ ଶେଷ ହୋଇଥିଲା। କିନ୍ତୁ ବେଦୀକୁ ଯିବା ପୂର୍ବରୁ ବର ମଦ ପିଇ ଝୁଲୁଥିଲେ । ମଝିରେ ମଝିରେ ବେଦିରୁ ଖସି ପଡୁଥିଲେ ଓ କନ୍ୟା ପକ୍ଷକୁ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଥିଲା।

ବରର ଏମିତି ଅବସ୍ଥା ଦେଖି କନ୍ୟା ବିବାହ ନ କରିବାକୁ ନିଷ୍ପତ୍ତି ନେବା ସହ ବେଦିରୁ ଉଠିଯାଇଥିଲା । ଯେତେ ଅନୁରୋଧ କଲେ ମଧ୍ୟ ଏମିତି ମଦୁଆକୁ ବିବାହ କରିବାକୁ ସେ ରୋକ ଠୋକ ମନା କରିଦେଇଥିଲେ । ଶେଷରେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ତଥା ଭଦ୍ରବ୍ୟକ୍ତିଙ୍କ ସମ୍ମୁଖରେ ମୁଣ୍ଡିଆ ମାରି ଶିଶୁପାଳ ହୋଇ ଫେରିଛି ବର । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

sdfd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.