ETV Bharat / state

ନୂଆ ଘରକୁ ଯିବ ବିଜୟିନୀ, ଭିମସାର କର୍ତ୍ତୃପକ୍ଷ ହେଲେ ଭାବବିହ୍ବଳ

author img

By ETV Bharat Odisha Team

Published : Jan 11, 2024, 8:58 PM IST

Updated : Jan 11, 2024, 10:04 PM IST

Borewell rescued girl 'Bijayini': ରେଙ୍ଗାଲିରେ ପରିତ୍ୟକ୍ତ କୂଅରୁ ଉଦ୍ଧାର ଶିଶୁକନ୍ୟା 'ବିଜୟିନୀ' ହୋଇଛି ସମ୍ପୂର୍ଣ୍ଣ ସୁସ୍ଥ । ଭିମସାରରୁ ଡିସଚାର୍ଜ ହେବା ପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ତତ୍ତ୍ବାବଧାନରେ ରହିବ 'ବିଜୟିନୀ' । ଅଧିକ ପଢନ୍ତୁ

ନୂଆ ଘରକୁ ଯିବ ବିଜୟିନୀ, ଭିମସାର କର୍ତ୍ତୃପକ୍ଷ ହେଲେ ଭାବବିହ୍ବଳ
ନୂଆ ଘରକୁ ଯିବ ବିଜୟିନୀ, ଭିମସାର କର୍ତ୍ତୃପକ୍ଷ ହେଲେ ଭାବବିହ୍ବଳ
ନୂଆ ଘରକୁ ଯିବ ବିଜୟିନୀ, ଭିମସାର କର୍ତ୍ତୃପକ୍ଷ ହେଲେ ଭାବବିହ୍ବଳ

ସମ୍ବଲପୁର: ସମ୍ବଲପୁରରେ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ହୋଇଛି ସମ୍ପୂର୍ଣ୍ଣ ସୁସ୍ଥ । ଭିମସାରରୁ ଡିସଚାର୍ଜ ହୋଇଛି ମୃତ୍ୟୁଜୟୀ ଶିଶୁ କନ୍ୟା 'ବିଜୟିନୀ' । ଉଦ୍ଧାର ହେବା ପରେ ସମ୍ବଲପୁର ଭିମସାର SNCU ବିଭାଗରେ ଚିକିତ୍ସିତ ହେଉଥିବା ବେଳେ ତାକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ (DCPO)ଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଅବସରରେ ଭିମସାରର ବିଭିନ୍ନ ବିଭାଗର ଡାକ୍ତର ମାନଙ୍କ ଉପସ୍ଥିତି ରେ SNCU ୱାର୍ଡରେ କେକ କଟାଯାଇଥିଲା ।

ବିଜୟିନୀ ଏଣିକି ସମ୍ବଲପୁର ଛଛାନପାଲି ସ୍ଥିତ ରୁକ୍ମିଣୀ ଲାଠ ବାଳ ନିକେତନରେ ରହିବ । ସେଠାରେ DCPOଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନ ରେ ଶିଶୁକନ୍ୟାର ଯତ୍ନ ନିଆଯିବ l ଭିମସାରର ଡାକ୍ତର ମାନେ ମଧ୍ୟ ଶିଶୁକନ୍ୟାର ସ୍ବାସ୍ଥ୍ୟ ସେବା ସମ୍ପର୍କରେ ନିୟମିତ ସମ୍ପର୍କରେ ରହିବେ ବୋଲି ଭିମସାର କର୍ତ୍ତୃପକ୍ଷ କହିଛନ୍ତି l ତେବେ ରୁକ୍ମିଣୀ ଲାଠ ବାଳ ନିକେତନର 2 ଜଣ କର୍ମଚାରୀ କିଛି ଦିନ ହେଲା ଭିମସାର SNCUରେ ରହି ଶିଶୁର ଯତ୍ନ କିପରି ନିଆଯିବ ସେନେଇ ତାଲିମ ନେଇଛନ୍ତି ।

ସୂଚନାଯୋଗ୍ୟ ଯେ ଏହି ଶିଶୁ କନ୍ୟାକୁ ଗତ 12 ଡିସେମ୍ବର 2023ରେ ଏକ ରେଙ୍ଗାଲି ବ୍ଲକ ଲାରିପାଲିର ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରୱେଲରୁ ରାତି ପ୍ରାୟ 9.40 ମିନିଟରେ 8 ଘଣ୍ଟା ପରିଶ୍ରମ କରି ଉଦ୍ଧାର କରାଯାଇଥିଲା l ଆଉ ସେହିଦିନ ଠାରୁ ଏହି ଶିଶୁ କନ୍ୟାର ଭିମସାରରେ ଚିକିତ୍ସା ଜାରି ରହିଥିଲା । ତେବେ କିଛି ଦିନ ତଳେ ଶିଶୁକନ୍ୟାର ମା’, ବାପାଙ୍କୁ ପୋଲିସ ଠାବ କରିଥିଲେ ମଧ୍ୟ ଶିଶୁକନ୍ୟାଙ୍କୁ ଉକ୍ତ ଦମ୍ପତିଙ୍କୁ ଦିଆଯାଇନଥିଲା l ଆଗକୁ ଆଇନଗତ ପ୍ରକ୍ରିୟା ଅନୁସାରେ କୋର୍ଟ ନିଷ୍ପତ୍ତି କ୍ରମେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା l

ଏହା ମଧ୍ୟ ପଢନ୍ତୁ ... ଜିତିଲା ଜୀବନ, ବୋରୱେଲରୁ ନବଜାତ ଶିଶୁ ଉଦ୍ଧାର; ପ୍ରତିଟି ଜୀବନ ମୂଲ୍ୟବାନ କହିଲେ ମୁଖ୍ୟମନ୍ତ୍ରୀ

ନିକଟରେ ହସ୍ପିଟାଲରେ ବିଜୟିନୀର ଏକୋଇଶିଆ ଖୁବ ଧୁମ ଧାମରେ ପାଳନ ହୋଇଥିବା ବେଳେ ଆଜି ତାକୁ ବିଦାୟ ଦେବା ସମୟରେ ଡାକ୍ତର, ନର୍ସ ସମସ୍ତେ ଭାବ ବିହ୍ଵଳ ହୋଇ ପଡ଼ିଥିଲେ l ଏହି ବିଦାୟ ସମୟରେ କେକ କଟା ଯିବା ସହ ବିଜୟିନୀର ଶୁଭକାମନା କରାଯାଇଥିଲା l ଭିମସାରର ଡାକ୍ତର ତଥା ସମାଜସେବୀ ଶଙ୍କର ରାମଚନ୍ଦାନୀ ଏହି ଅବସରରେ ଶିଶୁକନ୍ୟାର ପାଠ ପଢ଼ାର ସବୁ ଖର୍ଚ୍ଚ ବହନ କରିବା ସହ ସୁଯୋଗ ମିଳିଲେ ଆଇନଗତ ପ୍ରକ୍ରିୟାରେ ଶିଶୁକନ୍ୟାକୁ ନିଜ କନ୍ୟା ଭାବରେ ଗ୍ରହଣ କରିବେ ବୋଲି ମଧ୍ୟ କହିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

Last Updated : Jan 11, 2024, 10:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.