ସମ୍ବଲପୁର: ଜୁହାର ସମ୍ବଲପୁର । ଜୟ ମାଆ ସମଲେଶ୍ବରୀ । କେମିତି ଅଛନ୍ତି । ଆଉ ଏହା ପରେ ଆରମ୍ଭ ହୋଇଯାଇଥିଲା ବଲିଉଡ କଣ୍ଠଶିଳ୍ପୀ କୈଳାଶ ଖେରଙ୍କ ସୁପହିଟ ସଙ୍ଗୀତ ଗାନ । ନିଜର ସୁମଧୁର ସ୍ବରରେ ଗୀତ ଗାଇ ସମ୍ବଲପୁରବାସୀଙ୍କୁ ଝୁମାଇଥିଲେ କୈଳାଶ ଖେର । ଆଉ ଲୋକ ମଧ୍ୟ ତାଙ୍କ ଗୀତ ଶୁଣି ହଜିଯାଇଥିଲେ । ହକି ବିଶ୍ବକପ ପାଇଁ ସମ୍ବଲପୁରରେ ଏକ କନର୍ସଟରେ ଯୋଗ ଦେଇ କୈଳାଶ ଖେର ଓ ତାଙ୍କ ବ୍ୟାଣ୍ଡ ଧୁମ ମଚାଇଥିଲେ ।
-
Kailash Kher Live Concert at Sambalpur on eve of FIH Odisha Men's Hockey world Cup 2023.#SambalpurForHockey@sports_odisha @IPR_Odisha pic.twitter.com/AwUOPoVb8M
— DM Sambalpur (@DmSambalpur) January 19, 2023 " class="align-text-top noRightClick twitterSection" data="
">Kailash Kher Live Concert at Sambalpur on eve of FIH Odisha Men's Hockey world Cup 2023.#SambalpurForHockey@sports_odisha @IPR_Odisha pic.twitter.com/AwUOPoVb8M
— DM Sambalpur (@DmSambalpur) January 19, 2023Kailash Kher Live Concert at Sambalpur on eve of FIH Odisha Men's Hockey world Cup 2023.#SambalpurForHockey@sports_odisha @IPR_Odisha pic.twitter.com/AwUOPoVb8M
— DM Sambalpur (@DmSambalpur) January 19, 2023
ହକି ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ସମ୍ବଲପୁର ପିଏଚଡି ପଡ଼ିଆରେ କୈଳାଶ ଖେର ଓ ତାଙ୍କ ମ୍ୟୁଜିକାଲ ଗ୍ରୁପ ନାଇଟ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରାତି 8ଟା ପରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ 4 ଟାରୁ ସିଟ ଗୁଡିକରେ ଦର୍ଶକ ଭରି ଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ 30 ହଜାର ଦର୍ଶକ ଯୋଗ ଦେଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କୈଳାଶଙ୍କ ଗୋଟିଏ ପରେ ଗୋଟିଏ ହିଟ ଗୀତ ନମ୍ବରର ମଜା ନେଇଥିଲେ ।
ଜୟ ଜଗନ୍ନାଥ ଓ ଜୟ ମାଆ ସମଲେଶ୍ୱରୀ କହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ କୈଳାଶ । ଆଉ ଏହା ପରେ ଗୋଟିଏ ପରେ ଗୋଟିଏ ହିଟ ଗୀତ ଗାଇ ଚାଲିଥିଲେ କୈଳାଶ । ଆଉ କୈଳାଶଙ୍କ ଗୀତରେ ଝୁମିଥିଲେ ଦର୍ଶକ । "ତୌବା ତୌବା ରେ ତେରି ସୁରତ", "ତୁମ ସେ ନଜାନେ କ୍ୟୁ"," ପିୟା କେ ରଙ୍ଗ ସେ ରଂଗଦିନି" "କୌନ୍ ହେ ବ କୌନ୍ ହେ", "ଜୟ ଜୟ କାରା", ତେରି ଦିବାନୀ, ଦୁନିଆଁ ଉଥ ପଟାଙ୍ଗା, ପରି କୈଳାଶଙ୍କ ହିଟ ଗୀତ ଗୁଡିକ ଶୁଣି ବିମୋହିତ ହିଇଥିଲେ ଦର୍ଶକ । ଦର୍ଶକ ନାଚି ଉଠିଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଉତ୍ତରାଞ୍ଚଳ ପୋଲିସ ଆଇ ଜି ଦୀପକ କୁମାର, ସମ୍ବଲପୁର ଏସ ପି ବାତୁଲା ଗଙ୍ଗାଧର, ଏସଏମସି କମିଶନର ପ୍ରଦୀପ କୁମାର ସାହୁ, ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ ପ୍ରମୁଖଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଅବସରରେ କୈଳାଶ ଖେର ଓ ତାଙ୍କର ଗ୍ରୁପକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱମ୍ବର୍ଦ୍ଧିତ କରାଯାଇଥିଲା ।
କାର୍ଯ୍ୟକ୍ରମ ଶେଷରେ କୈଳାଶ ଓଡିଶା ମାଟିକୁ ବେଶ ପ୍ରଶଂସା କରିଥିଲେ । ଏଠାକୁ ଆସିବା ପାଇଁ ବହୁ ପୂର୍ବରୁ ସେ ଭାବିଥିଲେ ବୋଲି କହିଥିବା ସହ ସମ୍ବଲପୁରୀ ବସ୍ତ୍ରର ବେଶ ପ୍ରଶଂସା କରିଥିଲେ । ଦର୍ଶକଙ୍କ ସୁବିଧା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଭିଡ଼ ଅତ୍ୟଧିକ ହେବାରୁ ମିଡିଆ ଗ୍ୟାଲେରୀ ଓ ଭିଆଇପି ଗ୍ୟାଲେରୀରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, ସମ୍ବଲପୁର