ETV Bharat / state

ମାହାଙ୍ଗା ଡବଲ ମର୍ଡର ଘଟଣା: ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ - ମାହାଙ୍ଗା ଡବଲ ମର୍ଡର ଘଟଣା

ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ଟାଉନ ଥାନା ସମ୍ମୁଖରେ ଆଜି(ମଙ୍ଗଳବାର) ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଧିକ ପଢନ୍ତୁ...

bjp youth protest
ମାହାଙ୍ଗା ଡବଲ ମର୍ଡର ଘଟଣା: ବିଜେପି ଯୁବମୋର୍ଚାର ବିକ୍ଷୋଭ ପ୍ରଦର୍ଶନ
author img

By

Published : Jan 5, 2021, 2:53 PM IST

ସମ୍ବଲପୁର: ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ଟାଉନ ଥାନା ସମ୍ମୁଖରେ ଆଜି(ମଙ୍ଗଳବାର) ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟର ବହୁ ଚର୍ଚ୍ଚିତ ମାହାଙ୍ଗା ବିଜେପି ନେତା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଓ ସମସ୍ତ ଦୋଷୀଙ୍କୁ ଗିରଫ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ମାହାଙ୍ଗା ଡବଲ ମର୍ଡର ଘଟଣା: ବିଜେପି ଯୁବମୋର୍ଚାର ବିକ୍ଷୋଭ ପ୍ରଦର୍ଶନ

ଆଜି ଦିନ ପ୍ରାୟ ସାଢେ 11 ଟା ସମୟରେ ଟାଉନ ଥାନା ସମ୍ମୁଖରେ ହୋଇଥିବା କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲୀ ବିଧାୟକ ନାଉରୀ ନାଏକ, ରାଜ୍ୟ ବିଜେପି ଅନୁସୂଚିତ ମୋର୍ଚ୍ଚାର ସଭାପତି ବିଭୂ ପ୍ରସାଦ ତରାଇ, ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ ତଥା କ୍ଷେତ୍ରିୟ ପ୍ରବକ୍ତା ମାନସ ବକ୍ସି ପ୍ରମୁଖ ସାମିଲ ଥିଲେ।

ଏହି ଅବସରରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଏହି ଅବସରରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ବର୍ତ୍ତମାନର ସରକାର ଓଡିଶାକୁ ରାଜନୈତିକ ହିଂସା ଦୃଷ୍ଟି କୋଣରୁ ପଶ୍ଚିମବଙ୍ଗରେ ପରିବର୍ତ୍ତନ କରିସାରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଯୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.