ETV Bharat / state

ଜୟନାରାୟଣ ମିଶ୍ର-ମହିଳା ଥାନାଧିକାରୀ ଧସ୍ତାଧସ୍ତି ଘଟଣା, ଉଭୟ ପକ୍ଷରୁ ଥାନାରେ ଏତଲା - ଧନୁପାଲି ଆଇଆଇସିଙ୍କୁ ମାଡ

ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଓ ଧନୁପାଲି ଥାନା ଅଧିକାରୀ ମୁହାଁମୁହିଁ ଘଟଣା । ଉଭୟଙ୍କ ପକ୍ଷରୁ ଥାନାରେ ଏତଲା । ଅଧିକ ପଢନ୍ତୁ

ଜୟନାରାୟଣ ମିଶ୍ର ଓ ଧନୁପାଲି ଥାନା ଅଧିକାରୀ ମୁହାଁମୁହିଁ

author img

By

Published : Feb 16, 2023, 7:46 AM IST

ଜୟନାରାୟଣ ମିଶ୍ର ଓ ଧନୁପାଲି ଥାନା ଅଧିକାରୀ ମୁହାଁମୁହିଁ

ସମ୍ବଲପୁର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ ବେଳେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ଓ ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନ ମଧ୍ୟରେ ଧସ୍ତାଧସ୍ତି ଘଟଣାରେ ଉଭୟ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଛି । ଜୟନାରାୟଣ ମିଶ୍ରଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ଆଣି ବୁଧବାର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ସମ୍ବଲପୁର ଟାଉନ ଥାନାରେ ଆଇଆଇସିଙ୍କ ନାଁରେ ଲିଖିତ ଏତଲା ଦେଇଛନ୍ତି l

ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନିଆଯାଇ ଶାନ୍ତିପୂର୍ଣ୍ଣ ଭାବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା । ଏହି ସମୟରେ ବିଜେପିର ମହିଳା କାର୍ଯ୍ୟକର୍ତ୍ତାମାନଙ୍କୁ ପୁରୁଷ ପୋଲିସ କର୍ମଚାରୀମାନେ ଅଟକାଇ ଦୁର୍ବ୍ୟବହାର କରିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ବିରୋଧି ଦଳର ନେତା ତଥା ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ର ଆଗକୁ ଆସି ଏହାର ପ୍ରତିବାଦ କରୁଥିବା ବେଳେ ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନ ତାଙ୍କ ପାଦ ଉପରେ ଚଢି ଯାଇଥିଲେ ଓ ତାଙ୍କୁ ଠେଲାପେଲା କରିବା ସହ ଦୁର୍ବ୍ୟବହାର କରିଥିଲେ ।

ଅନ୍ୟପଟେ ଧନୁପାଲି ଆଇଆଇସି ଅନୀତା ପ୍ରଧାନ ମଧ୍ୟ ମାଡ ମାରିବା ଅଭିଯୋଗରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଟାଉନ ଥାନାରେ ଏତଲା ଦାୟର କରିଛନ୍ତି । ତାଙ୍କୁ ଜୟ ନାରାୟଣ ମିଶ୍ର ଠେଲାପେଲା କରି ଧକ୍କା ଦେଇଥିଲେ ଏବଂ ଚାପୁଡ଼ା ମାରିଥିବାର ସେ ଅଭିଯୋଗ କରିଛନ୍ତି । ଏନେଇ ଜୟ ନାରାୟଣ ମିଶ୍ରଙ୍କ ନାଁରେ 353, 332, 354, 294, 500, 341 ଓ 506 ଭଳି ସଂଗୀନ ଦଫା ଲାଗିଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ଜୟନାରାୟଣଙ୍କୁ ଧକ୍କା ମାରିବା ଘଟଣା, ଅଭିଯୋଗ ଭିତ୍ତିହୀନ କହିଲେ ମହିଳା ଥାନା ଅଧିକାରୀ

ଏହି ଆକ୍ରମଣ ଘଟଣାରେ ଓଡି଼ଶା ପୋଲିସ ସେବା ସଂଘ ସମ୍ବଲପୁର ଶାଖା ଓ ଓଡି଼ଶା ପୋଲିସ ହାବିଲଦାର କନଷ୍ଟେବଳ ସଂଘ ସମ୍ବଲପୁର ଶାଖା ପକ୍ଷରୁ ମଧ୍ୟ ସମ୍ବଲପୁର RDCଙ୍କ ସେକ୍ରେଟାରୀଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧି ଦଳର ନେତା ଜୟ ନାରାୟଣ ମିଶ୍ର ଧମକ ଚମକ ଦେବା ଓ ଦୁର୍ବ୍ୟବହାର କରିଥିବା ନେଇ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ତୁରନ୍ତ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଗତକାଲି(ବୁଧବାର) ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୁଦ୍ଧରେ ବିଜେପି ପକ୍ଷରୁ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟରେ ବିକ୍ଷୋଭ ବେଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ଧନୁପାଲି ଥାନା ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ବିଜେପି ନେତା ଆଇଆଇସିଙ୍କୁ ଚାପୁଡା ମାରିଥିବା ଅଭିଯୋଗ ହୋଇଥିବାବେଳେ ଆଇଆଇସି ଜୟନାରାୟଣଙ୍କୁ ଧକ୍କା ମାରିଥିବା ସେ ଅଭିଯୋଗ କରିଥିଲେ । ଏହି ଘଟଣା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.