ETV Bharat / state

ସରକାରଙ୍କୁ 72 ଘଣ୍ଟାର ମହଲତ ଦେଲା ବିଜେପି - ସମ୍ବଲପୁର ବିଜେପିର ଆନ୍ଦୋଳନ ସ୍ଥଗିତ

ଗୁରୁବାର ଠାରୁ ସମ୍ବଲପୁରରେ ବିଜେପି ପକ୍ଷରୁ ଚାଲିଥିବା ଚାଷୀ ଅଧିକାର ଆନ୍ଦୋଳନ ସ୍ଥଗିତ ହୋଇଛି। ଅଧିକ ପଢନ୍ତୁ...

ବିଜେପିର ଆନ୍ଦୋଳନ ସ୍ଥଗିତ
ବିଜେପିର ଆନ୍ଦୋଳନ ସ୍ଥଗିତ
author img

By

Published : Jan 22, 2021, 7:34 PM IST

ସମ୍ବଲପୁର: ସ୍ଥଗିତ ହେଲା ଚାଷୀ ଅଧିକାର ଆନ୍ଦୋଳନ । ଗୁରୁବାର ଠାରୁ ସମ୍ବଲପୁରରେ ବିଜେପି ପକ୍ଷରୁ ଚାଲିଥିବା ଚାଷୀ ଅଧିକାର ଆନ୍ଦୋଳନ ସ୍ଥଗିତ ହୋଇଛି।

ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସିଙ୍କ ସହ ବିଜେପି ନେତାମାନେ ଆଲୋଚନା କରିବା ସହ ଧାନ ସଂଗ୍ରହ ପ୍ରକ୍ରିୟାରେ ସୁଧାର ଆଣିବା ଓ ଚାଷୀ ସମସ୍ୟା ଦୂର କରାଯିବାର ପ୍ରତିଶୃତି ମିଳିବା ପରେ ଏହି ଆନ୍ଦୋଳନର କନଭେନର ଜୟନାରାୟଣ ମିଶ୍ର ଆନ୍ଦୋଳନ ସ୍ଥଗିତ କରାଯିବାର ସୂଚନା ଦେଇଛନ୍ତି।

ବିଜେପିର ଆନ୍ଦୋଳନ ସ୍ଥଗିତ

ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ 72 ଘଣ୍ଟାର ମହଲତ ଦିଆଯାଇଛି। ଏହି ସମୟ ଭିତରେ ବିଜେପିର ଟିମ୍ ତୃଣମୂଳ ସ୍ତରରେ ଧାନ ସଂଗ୍ରହର ପ୍ରକ୍ରିୟା ଓ ମଣ୍ଡିର ବ୍ୟବସ୍ଥା ନେଇ ସ୍ଥିତିର ଅନୁଧ୍ୟାନ କରିବ। ସ୍ଥିତି ନସୁଧୁରିଲେ ପୁଣି 25 ତାରିଖରେ ବିଜେପି ପକ୍ଷରୁ ଏକ ବୈଠକ କରାଯାଇ ଆନ୍ଦୋଳନର ପରବର୍ତ୍ତୀ ରୂପରେଖ ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି।

ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ପଶ୍ଚିମ ଓଡିଶାର 5ଟି ସଂସଦୀୟ କ୍ଷେତ୍ର 37ଟି ବିଧାନସଭାର ବିଜେପି ସାଂସଦ, ବିଧାୟକ, ନେତା ତଥା ଚାଷୀ ସାମିଲ ହୋଇଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.