ସମ୍ବଲପୁର: ପଦ୍ମପୁର ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଚାଷୀଙ୍କ ବକେୟା କୃଷି ବୀମା ରାଶି ପାଲଟିଛି ଏକ ମୁଖ୍ୟ ପ୍ରସଙ୍ଗ। ଏହାର ପ୍ରଭାବରେ ଆଜି ସମ୍ବଲପୁର ଜିଲ୍ଲା ବିଜେଡି ପକ୍ଷରୁ ସମ୍ବଲପୁର ଆରଡିସି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଏଥି ସହ ଆଜି ଆରଡିସି ଙ୍କ ଜରିଆରେ ଏକ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।
ସୂଚନା ଅନୁଯାୟୀ, ସମ୍ବଲପୁରରେ ଚାଷୀଙ୍କ ବକେୟା ବୀମା ରାଶି ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ତେବେ ଚାଷୀମାନେ ବିମାର ପ୍ରିମିୟମ ପ୍ରଦାନ କରିଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ଖାମଖିଆଳି ନୀତି ପାଇଁ ଓଡ଼ିଶାର ଚାଷୀ ବୀମା ରାଶି ପାଇ ପାରୁନଥିବା ବିଜେଡି ଅଭିଯୋଗ କରିଛି।
ତେବେ ଏନେଇ ଆଜି ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ ଙ୍କ ନେତୃତ୍ବରେ ଆର ଡି ସି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥି ସହ ଉତ୍ତରାଞ୍ଚଳ ଆରଡିସି ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେପଟେ ଯଥା ଶୀଘ୍ର ଚାଷୀ ଙ୍କ ଏହି ସମସ୍ୟା ର ସମାଧାନ ନ କରାଗଲେ ଆଗକୁ ବିଜେଡି ର ଆନ୍ଦୋଳନ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛି ।
ଏନେଇ ଜିଲ୍ଲା ଯୁବ ବିଜେଡି ର ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର କହିଛନ୍ତି, " ଅକ୍ଟୋବର 31ରେ ବିଜୁ ଜନତା ଦଳ ତରଫରୁ ଚାଷୀ ମାନଙ୍କ ଲାଗି ଏକ ଆନ୍ଦୋଳନ ହୋଇଥିଲା। କେନ୍ଦ୍ର ସରକାର ବାରମ୍ବାର ବିଜେଡିର ଆନ୍ଦୋଳନ ସତ୍ତ୍ବେ ନା ଚାଷୀଙ୍କୁ ତାଙ୍କର ପ୍ରାପ୍ୟ ମିଳୁଛି ନା ସେମାନଙ୍କର ହକ ମିଳୁଛି। ଏନେଇ ଆଜି ଆମ ବିଜୁ ଜନତା ଦଳ ସମ୍ବଲପୁର ତରଫରୁ ଆଉ ଥରେ ଆଜି ଆରଡିସି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛୁ।"
ଇଟିଭି ଭାରତ, ସମ୍ବଲପୁର