ETV Bharat / state

ସମ୍ବଲପୁରରେ ଚାରୋଟି ଆସନ ଜିତିବ ବିଜେଡି: ସୁଶାନ୍ତ ସିଂ

author img

By

Published : Jan 21, 2023, 10:50 AM IST

ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ସମ୍ବଲପୁରରେ କର୍ମକର୍ତ୍ତାଙ୍କୁ ନେଇ ବୈଠକ ଅନୁଷ୍ଠିତ । ଆସନ୍ତା ନିର୍ବାଚନରେ ବିଜେଡି ସମ୍ବଲପୁରରେ ଚାରୋଟି ଯାକ ଆସନ ଜିତିବ ବୋଲି କହିଲେ ବିଧାୟକ ସୁଶାନ୍ତ ସିଂ । ଅଧିକ ପଢନ୍ତୁ

ସମ୍ବଲପୁରରେ ବିଜେଡି ବୈଠକ
ସମ୍ବଲପୁରରେ ବିଜେଡି ବୈଠକ
ସୁଶାନ୍ତ ସିଂଙ୍କ ଦମ୍ଭୋକ୍ତି

ସମ୍ବଲପୁର: ବିଜୁ ଜନତା ଦଳ ୨୫ ବର୍ଷ ପୂରଣ କରି ୨୬ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସମ୍ବଲପୁର ସହରର ଗଙ୍ଗାଧର ମଣ୍ଡପରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସଙ୍କ ନେତୃତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେଡି ନେତା ଓ ଜିଲ୍ଲାସ୍ତରୀୟ ନେତା ଓ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ । ଏହି ଅବସରରେ ଆଗାମୀ ନିର୍ବାଚନ ପୂର୍ବରୁ ଦଳ କିପରି ତୃଣମୂଳ ସ୍ତରରୁ ସଂଗଠିତ ହୋଇପାରିବ ସେନେଇ କର୍ମୀମାନଙ୍କ ସହ ଆଲୋଚନା ହୋଇଥିଲା ।

ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ, ''ଆଗାମୀ ବିଧାନସଭା ନିର୍ବାଚନରେ ସମ୍ବଲପୁର ଜିଲ୍ଲା ସହିତ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଜେଡି ବିଜୟୀ ହେବ । ସମ୍ବଲପୁର ଜିଲ୍ଲାର ଚାରୋଟି ଯାକ ଆସନରେ ବିଜୁ ଜନତା ଦଳ ଜିତିବ । ଗତ ପଞ୍ଚାୟତ ନିର୍ବାଚନରେ ୧ କୋଟି ୩୦ ଲକ୍ଷରୁ ଊର୍ଦ୍ଧ୍ବ ଭୋଟ ପାଇ ବିଜେଡି ୩୦ ଗୋଟି ଜିଲ୍ଲା ପରିଷଦ ଆସନ ଦଖଲ କରିଛି । ଏହା ଆଗାମୀ ନିର୍ବାଚନରେ ବିଜେଡିର ବିଜୟର ସୂଚକ । ନିକଟରେ ହୋଇଥିବା ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଶୁଭଙ୍କର ।''

ଗତଥର ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ଯୋଗୁଁ ପଶ୍ଚିମ ଓଡ଼ିଶାରେ ବିଜେପି ଲୋକସଭା ସିଟ ଜିତିଥିଲା । ହେଲେ ଏଥର ଲୋକେ ବିଜେଡିକୁ ହିଁ ଭୋଟ ଦେବେ ବୋଲି ବିଜେଡି ବିଧାୟକ ସୁଶାନ୍ତ ସିଂ କହିଛନ୍ତି । କେନ୍ଦ୍ର ସରକାର ବିଜେପୁରରେ ରେଳଲାଇନ ସଂଯୋଗୀକରଣ କରିବାର ପ୍ରତିଶ୍ରୁତି ଦେଇ ଆଜି ପର୍ଯ୍ୟନ୍ତ ପୂରଣ କରିନାହାଁନ୍ତି । ଏହାସହିତ କୃଷି ବୀମା ଯୋଜନାରେ କୃଷକଙ୍କ ସମସ୍ୟା ପାଇଁ କେନ୍ଦ୍ର ସରକାର ଦାୟୀ କରି ଏହାର ଉତ୍ତର ପଶ୍ଚିମ ଓଡିଶାବାସୀ ଆଗାମୀ ନିର୍ବାଚନରେ ଦେବେ ବୋଲି କହିଛନ୍ତି ବିଧାୟକ ।

ସେହିପରି ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ କହିଛନ୍ତି, ବିଜେଡି ଏକ ଦଳ ନୁହେଁ ଏହା ଏକ ସାମୂହିକ ସାମାଜିକ ଆନ୍ଦୋଳନ । ଦଳ ଯାହା ପ୍ରତିଶ୍ରୁତି ଦେଇଛି ତାହା ପାଳନ କରିଛି । ତେଣୁ ଆଗାମୀ ନିର୍ବାଚନରେ ମଧ୍ୟ ବିଜେଡିର ବିଜୟ ସୁନିଶ୍ଚିତ ବୋଲି ବିଜେଡି ନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ ହୋଇଛି । ରାଜ୍ୟର ବଜେଟ ୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ତେଣୁ ଆଗାମୀ ନିର୍ବାଚନରେ ବିଜେଡି ୧୨୫ରୁ ୧୩୦ଟି ଆସନ ଦଖଲ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଏହି ବୈଠକରେ ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସଙ୍କ ସମେତ ସମ୍ବଲପୁରର ପୂର୍ବତନ ବିଧାୟିକା ଡା ରାସେଶ୍ୱରୀ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ସ୍ନେହାଙ୍ଗିନୀ ଛୁରିଆ, ପ୍ରସନ୍ନ ଆଚାର୍ଯ୍ୟ, ରାଜ୍ୟ ବିଜେଡି ମୁଖପାତ୍ର ସଞ୍ଜୟ ବାବୁ, ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ହୀରା ବେହେରା, ସଞ୍ଜିତ ମହାନ୍ତିଙ୍କ ସହ ବହୁ ନେତା ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ଏଥିରେ ଆଗାମୀ ନିର୍ବାଚନରେ ବିଜେଡି କିପରି ତୃଣମୂଳ ସ୍ତରରୁ ସୁଦୃଢ଼ ହେବ ସେନେଇ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି ନେତା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.