ETV Bharat / state

ମଣ୍ଡି ଖୋଲିବା ପୂର୍ବରୁ ମିଲକୁ ଯାଉଛି ବେଆଇନ ଧାନ, ୯ଟି ଗାଡିକୁ ଅଟକାଇଲେ ଚାଷୀ

author img

By

Published : Nov 16, 2022, 5:58 PM IST

ମଣ୍ଡି ଖୋଲିବା ପୂର୍ବରୁ ମିଲକୁ ଯାଉଛି ବେଆଇନ ଧାନ । ୯ଟି ଗାଡିକୁ ଅଟକାଇଲେ ଚାଷୀ । ମଣ୍ଡି ଖୋଲିବା ପୂର୍ବରୁ ମିଲକୁ ବେଆଇନ ଭାବରେ ଗଚ୍ଛିତ ଧାନ ଯାଉଥିବା ବେଳେ ୯ଟି ଗାଡିକୁ ଅଟକାଇଲେ ଚାଷୀ । ଅଧିକ ପଢନ୍ତୁ

ମଣ୍ଡି ଖୋଲିବା ପୂର୍ବରୁ ମିଲକୁ ଯାଉଛି ବେଆଇନ ଧାନ

ସମ୍ବଲପୁର: ଜିଲ୍ଲାରେ ଆସନ୍ତା ୨୫ ତାରିଖରୁ ଧାନସଂଗ୍ରହ କରାଯିବ । ଏଥିନିମନ୍ତେ ମଣ୍ଡି ଖୋଲିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । କିନ୍ତୁ ଧାନସଂଗ୍ରହ ପୁର୍ବରୁ କିଛି ଅସାଧୁ ମିଲ ମାଲିକ ନିର୍ଦ୍ଧାରିତ ମୂଲ୍ୟରୁ କମ ଦାମରେ ଧାନ କିଣି ବେଆଇନ ଭାବରେ ଗଚ୍ଛିତ ରଖୁଥିବା ଅଭିଯୋଗ ହୋଇଛି । ଏପରି ବେଆଇନ ଭାବରେ ଧାନ ନେଇ ମିଲକୁ ଯାଉଥିବା ସମୟରେ ୯ ଗୋଟି ଗାଡିକୁ ଅଟକାଇଲେ ଚାଷୀ ।

ସମ୍ବଲପୁର ଜିଲ୍ଲାରେ ଧାନସଂଗ୍ରହକୁ ଆଉ ଅଳ୍ପଦିନ ବାକି । ମାତ୍ର ମୁନାଫାଖୋର ଧାନ ଦଲାଲ ଓ ଅସାଧୁ ମିଲ ମାଲିକଙ୍କ ମଧୁଚନ୍ଦ୍ରିକାରେ କିପରି ବେଆଇନ ଭାବରେ ଧାନ ମିଲରେ ଗଚ୍ଛିତ କରାଯାଏ ତାହାର ଚିତ୍ର ଏବେ ସାମନାକୁ ଆସିଛି ।

ସମ୍ବଲପୁର ଚାଉରପୁର ନିକଟରେ ଥିବା ୩ ଗୋଟି ମିଲକୁ ବେନିୟମ ଭାବରେ ଧାନ ନେଇ ଯାଉଥିବା ଓ ମିଲ ଭିତରେ ଧାନ ଲୋଡ କରି ରଖାହୋଇଥିବା ୯ ଗୋଟି ଗାଡିକୁ ସ୍ଥାନୀୟ ଚାଷୀ ମାନେ ଧରିଛନ୍ତି । ଚାଷୀଙ୍କ ଅଭିଯୋଗ ହେଲା ଜିଲ୍ଲା ସ୍ତରୀୟ ଧାନସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ମୁତାବକ ୨୫ ତାରିଖରୁ ଧାନମଣ୍ଡି ଖୋଲିବ । ତେବେ ଜିଲ୍ଲାର ଚାଷୀଙ୍କ ଶୀଘ୍ର ଧାନମଣ୍ଡି ଖୋଲିବା ଦାବିକୁ ପ୍ରଶାସନ ଅଣଦେଖା କରି ନିଜ ଇଚ୍ଛା ମୁତାବକ ମିଲରଙ୍କୁ ସୁହାଇବା ଭଳି ତାରିଖ ଧାର୍ଯ୍ୟ କରିଥିବା ଅଭିଯୋଗ ହୋଇଥିଲା । ତେଣୁ ଏଭଳି ପରିସ୍ଥିତି ଉପୁଜିଥିବା ଚାଷୀ ଅଭିଯୋଗ କରିଛନ୍ତି l

ଏହା ମଧ୍ୟ ପଢନ୍ତୁ-ଆଦିବାସୀଙ୍କୁ ଢାଲ କରି ପୁରା ଦେଶରେ ଠକେଇ, ରାଜସ୍ଥାନୀ ଠକଙ୍କୁ ବାନ୍ଧିଲା EOW

ତେବେ ଏନେଇ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟର ଟିମ ଘଟଣା ସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଏନେଇ ସ୍ଥାନୀୟ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ କହିଛନ୍ତି ଯେ, ଚାଷୀଙ୍କ ଅଭିଯୋଗ ଉପରେ ତଦନ୍ତ କରାଯିବ । ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ l ସେପଟେ ମିଲକୁ ବେଆଇନ ଧାନସଂଗ୍ରହ ଘଟଣା ପରେ ଜିଲ୍ଲାରେ ଧାନସଂଗ୍ରହ ସୁରୁଖୁରୁରେ କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରତିଶୃତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.