ETV Bharat / state

ଲକଡାଉନରେ ବିଡି ବନ୍ଧା ବନ୍ଦ, ଜୀବିକା ହରାଇ ଅନ୍ଧାରରେ ଶ୍ରମିକ

କୋଭିଡ 19 ପାଇଁ ଏବେ ଚାରିଆଡେ ଲକଡାଉନ । ପରିସ୍ଥିତିର ଗମ୍ଭୀରତା କୁ ଦେଖି ଆଜିଠୁ ଏହାର ଅବଧିକୁ ଆହୁରି ବଢ଼ାଇ ଦିଆଯାଇଛି । ତେବେ ଏହି ଲକ ଡଉନ ଯୋଗୁ ନିଜର ଜୀବିକା ହରାଇ ବସିଛନ୍ତି ସମ୍ବଲପୁରର ବିଡ଼ି ଶ୍ରମିକ । ବିଡ଼ି ତିଆରି କରି ଦିନକୁ 50 ରୁ 100 ଟଙ୍କା ରୋଜଗାର କରୁଥିବ ଏହି ଶ୍ରମିକଙ୍କ ପରିବାର ଅତି ଦୟନୀୟ ଅବସ୍ଥାରେ ଚଳୁଛି । ଦେଖନ୍ତୁ ଇଟିଭି ଭାରତ ସ୍ପେସାଲ ରିପୋର୍ଟ...

ଲକଡାଉନରେ ବିଡି ବନ୍ଧା ବନ୍ଦ, ଜୀବିକା ହରାଇ ଅନ୍ଧାରରେ ଶ୍ରମିକ
ଲକଡାଉନରେ ବିଡି ବନ୍ଧା ବନ୍ଦ, ଜୀବିକା ହରାଇ ଅନ୍ଧାରରେ ଶ୍ରମିକ
author img

By

Published : Apr 15, 2020, 6:02 PM IST

Updated : Apr 15, 2020, 7:43 PM IST

ସମ୍ବଲପୁର: କଡାଉନ ପାଇଁ ସଙ୍କଟରେ ଓଡିଶାର ବିଡି ଶ୍ରମିକ । ଏମାନଙ୍କ ଜୀବିକା ଉପରେ ଲାଗିଛି କୋରୋନା ଗ୍ରହଣ, ବନ୍ଦ ପଡିଛି କାରଖାନା । ଫଳରେ ଏବେ ଅଭିବକ୍ତ ସମ୍ବଲପୁର ଜିଲ୍ଲାରେ ମୋଟ 1 ଲକ୍ଷ 20 ହଜାର ବିଡି ଶ୍ରମିକଙ୍କ ଜୀବନ ଅନ୍ଧାରକୁ ଠେଲି ହୋଇଯାଇଛି । ନା କାରଖାନା ଯୋଗାଇ ଦେଉଛି ପତ୍ର ନା ଏମାନଙ୍କ ନିକଟରେ ରହିଛି ଅନ୍ୟ ବିକଳ୍ପ । ଏ ଦୃଶ୍ୟ ହେଉଛି ସମ୍ବଲପୁର ମାନେଶ୍ୱର ବ୍ଲକ ତବଲା ପଞ୍ଚାୟତର କୁଇଲତା ନୂଆଁ ପାଲି ଗାଁ ଟିକରା ପଡାର । ଜୀବିକା ହରାଇ ହାତ ଗୋଡ ବାନ୍ଧି ଘରେ ବସିଛନ୍ତି ଏମାନେ ।

ଲକଡାଉନରେ ବିଡି ବନ୍ଧା ବନ୍ଦ, ଜୀବିକା ହରାଇ ଅନ୍ଧାରରେ ଶ୍ରମିକ
କେବଳ ସମ୍ବଲପୁର ଜିଲ୍ଲାରେ 80 ହଜାର ବିଡ଼ି ଶ୍ରମିକ ଅଛନ୍ତି । ଏମାନଙ୍କ ମଧ୍ୟରୁ 50 ପ୍ରତିଶତ ଅଣ ପଞ୍ଜୀକୃତ ଶ୍ରମିକ ରହିଛନ୍ତି । ବିଡି ବାନ୍ଧି ପ୍ରତ୍ୟେକ ଶ୍ରମିକ ଦିନକୁ 50 ରୁ 100 ଟଙ୍କା ରୋଜଗାର କରୁଥିଲେ । ପୂର୍ବରୁ ଜିଲ୍ଲାରେ 40 ରୁ 45 ବିଡ଼ି କାରଖାନା ଥିବାବେଳେ ବର୍ତ୍ତମାନ ମାତ୍ର ୧୨ଟି କାର୍ଯ୍ୟକ୍ଷମ ରହିଛି । ତେବେ ଲକଡାଉନ ଯୋଗୁଁ ଏବେ ଏହି ସବୁ ବିଡ଼ି କାରଖାନା ବନ୍ଦ ହୋଇଯାଇଛି । ଆଉ ଏହାର ସିଧା ପ୍ରଭାବ ଏହି ବିଡ଼ି ଶ୍ରମିକଙ୍କ ଉପରେ ହିଁ ପଡିଛି ।

ସମ୍ବଲପୁରରୁ ଜୁଶ୍ମନ ରଣା, ଇଟିଭି ଭାରତ

Last Updated : Apr 15, 2020, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.