ETV Bharat / state

ସମ୍ବଲପୁରରେ ବିଜେଡି ଗଠନ କଲା ନୂଆ ଛାତ୍ର କମିଟି

ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାର ବିଜେଡି ଛାତ୍ର କମିଟିକୁ ଅନୁମୋଦନ ଦେବା ପରେ ସମ୍ବଲପୁର ଜିଲ୍ଲାରେ ମଧ୍ୟ ଦଳର ନୂତନ କମିଟି ଶୁକ୍ରବାର ଗଠିତ ହୋଇଛି। ଅଧିକ ପଢନ୍ତୁ...

author img

By

Published : Nov 13, 2020, 2:07 PM IST

BJD's new student committee formed in Sambalpur
ଜିଲ୍ଲାରେ ବିଜେଡିର ନୂତନ ଛାତ୍ର କମିଟି ଗଠିତ

ସମ୍ବଲପୁର: ଜିଲ୍ଲା ବିଜେଡି ଛାତ୍ର ଜନତା ଦଳ ନୂତନ କମିଟି ଶୁକ୍ରବାର ଗଠିତ ହୋଇଛି । ନୂତନ କମିଟି ଗଠନ ହେବା ପରେ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାର ବିଜେଡି ଛାତ୍ର କମିଟି ସହିତ ଏହାକୁ ମଧ୍ୟ ଅନୁମୋଦନ କରିଛନ୍ତି ।

ଜିଲ୍ଲାରେ ବିଜେଡିର ନୂତନ ଛାତ୍ର କମିଟି ଗଠିତ

ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ରାଜ୍ୟର ସମସ୍ତ ଜିଲ୍ଲାର ବିଜେଡି ଛାତ୍ର କମିଟିକୁ ଅନୁମୋଦନ ଦେବା ପରେ ସମ୍ବଲପୁର ଜିଲ୍ଲାରେ ମଧ୍ୟ ବିଜେଡି ଛାତ୍ର ଜନତା ଦଳର ନୂତନ କମିଟି ଗଠିତ ହୋଇଛି । ଏହି ଜିଲ୍ଲା କମିଟିରେ ସ୍ଥାନ ପାଇଥିବା ସମସ୍ତ ପଦାଧିକାରୀଙ୍କୁ ସମ୍ବଲପୁର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ରେଢ଼ାଖୋଲ ବିଧାୟକ ତଥା ଶାସକ ଦଳର ଉପମୁଖ୍ୟ ସଚେତକ ଇଞ୍ଜିନିୟର ରୋହିତ ପୂଜାରୀ ନୂତନ କରି ଜିଲ୍ଲା ବିଜୁ ଛାତ୍ର ଜନତା ଦଳରେ ସ୍ଥାନ ପାଇଥିବା ପଦାଧିକାରୀଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଛନ୍ତି । ଏଥିସହ ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର ନୂତନ କମିଟି, ଜିଲ୍ଲାରେ ବିଜେଡିର ଛାତ୍ର ସଂଗଠନକୁ ସୁଦୃଢ କରିବାରେ ସାହାଯ୍ୟ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି । ସମ୍ବର୍ଦ୍ଧନା କାଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ସିଦ୍ଧାନ୍ତ ମହାନ୍ତିଙ୍କ ସମେତ ବହୁ ଛାତ୍ର ନେତା ଉପସ୍ଥିତ ରହିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.