ETV Bharat / state

ଲକଡାଉନ ମାଡ଼: ରାଜରାସ୍ତାରେ ଭିକ ମାଗିଲେ ହାସ୍ୟ କଳାକାର, ଜଣାଇଲେ ଦୁଃଖ - lockdown

କୋଭିଡ ଜନିତ ଲକଡାଉନ ବର୍ତ୍ତମାନ ଜାରି ରହିଛି । ଆଗକୁ ଏହି ଲକଡାଉନ ବଢିବାର ପୂର୍ଣ୍ଣ ସମ୍ଭାବନା ରହିଛି । ଆଉ ଏହି ଲକଡାଉନର ପ୍ରଭାବ ସବୁ କ୍ଷେତ୍ରରେ ପରିଲକ୍ଷିତ ହେଉଛି । ମୁଖ୍ୟତଃ ଛୋଟ କଳାକାରଙ୍କ ପାଇଁ ଏହି ଲକଡାଉନ ଅଭିଶାପ ପାଲଟିଛି । ଅଧିକ ପଢନ୍ତୁ...

ଜୀବିକା ଉପରେ ଲକଡାଉନ ମାଡ଼, ଭିକ ମାଗି ସମସ୍ୟା ଦର୍ଶାଇଲେ କଳାକାର

author img

By

Published : May 27, 2021, 5:18 PM IST

ସମ୍ବଲପୁର: କୋଭିଡ ଜନିତ ଲକଡାଉନର ପ୍ରଭାବ ପ୍ରତ୍ୟେକ ବର୍ଗର ଲୋକଙ୍କ ଜୀବନ ଜୀବିକା ଉପରେ ପଡିଛି । ଏଥିରୁ କଳାକାର ମଧ୍ୟ ବାଦ ପଡିନାହାଁନ୍ତି । ମୁଖ୍ୟତଃ ଛୋଟ ଛୋଟ କାର୍ଯ୍ୟକ୍ରମ କରି ଅଳ୍ପ ରୋଜଗାର କରି ପରିବାର ଚଳାଉଥିବା କଳାକାରଙ୍କ ରୋଜଗାର ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଯାହା ସଞ୍ଚୟ ଥିଲା ଗତବର୍ଷର ଲକଡାଉନରେ ଶେଷ ହୋଇଯାଇଛି । ଏଭଳି ସ୍ଥିତିରେ ଚଳିତବର୍ଷ ମଧ୍ୟ ଷ୍ଟେଜ କାର୍ଯ୍ୟକ୍ରମ ଉପରେ ରୋକ ଲାଗିଯିବାରୁ ଏହି ଭଳି ଛୋଟ କଳାକାର ଯାହାର ଅନ୍ୟ କୌଣସି ରୋଜଗାରର ପନ୍ଥା ନାହିଁ ସେମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ।

ଜୀବିକା ଉପରେ ଲକଡାଉନ ମାଡ଼, ଭିକ ମାଗି ସମସ୍ୟା ଦର୍ଶାଇଲେ କଳାକାର
ସେହିପରି ସମ୍ବଲପୁରରେ ଛୋଟ ବଡ଼ ପ୍ରୋଗ୍ରାମ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ଏଭଳି ଅନେକ କଳାକାର ନିଜର ଜୀବିକା ହରାଇ ଅସହାୟ ଅବସ୍ଥାରେ ଅଛନ୍ତି । କିନ୍ତୁ ଏମାନଙ୍କ ସମସ୍ୟା ବୁଝିବାକୁ କେହି ନାହାଁନ୍ତି । ଆଉ ଏହି କଳାକାରଙ୍କ ଏହି ଦୟନୀୟ ଅବସ୍ଥାକୁ ସାମ୍ନାକୁ ଆଣିବାକୁ ସମ୍ବଲପୁରର ଜଣେ କଳାକାର ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ସେ ପ୍ରତ୍ୟେକ ଦିନ ସହରର ବିଭିନ୍ନ ଛକ ଓ ରାସ୍ତାରେ ଭିକ ମାଗି କଳାକାରଙ୍କ ସମସ୍ୟାକୁ ଉପସ୍ଥାପନ କରୁଛନ୍ତି ।

ଅନ୍ୟପଟେ ଏହିଭଳି କଳାକାରଙ୍କ ପାଇଁ କୌଣସି ଯୋଜନା ମଧ୍ୟ ନାହିଁ । ଏହାକୁ ଦେଖି ଶହଶହ କଳାକାରଙ୍କ ଏହି ଦୁଃଖକୁ ଉପସ୍ଥାପନ କରିବାକୁ ଯାଇ ସମ୍ବଲପୁରର ହାସ୍ୟ କଳାକାର ମାନସ ପାଣିଗ୍ରାହୀ ଏବେ ବିଭିନ୍ନ ଛକରେ ଭିକ ମାଗୁଛନ୍ତି । ସରକାରଙ୍କ ପାଖରେ କଳାକାରମାନଙ୍କ ଏହି ସମସ୍ୟାର ଉପସ୍ଥାପନ କରିବାକୁ ତଥା ଏହାର ସମାଧାନ ପାଇଁ ସେ ଭିକ୍ଷା ମାଗୁଥିବା କହିଛନ୍ତି ।
ଯଥା ଶୀଘ୍ର ରାଜ୍ୟ ସରକାର ଏହିଭଳି କଳାକାରଙ୍କ ପାଇଁ କୌଣସି ବ୍ୟବସ୍ଥା କରନ୍ତୁ ବୋଲି ମାନସ ଦାବି କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.